Exclusive : କେତେ ଜଣକୁ ଦେଇଛ ଧୋକା, ସତ କୁହ ବର୍ଷା I ପଦାକୁ ସାମ୍ନାକୁ ଆସିଲା olyowed ଅଭିନେତ୍ରୀ ବର୍ଷାଙ୍କ ଅସଲ ଚେହେରା..ଦେଖନ୍ତୁ video

ପୁଣି ଥରେ ଚର୍ଚ୍ଚାରେ ଓଡିଆ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ନେଇ ଆଜି ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଛି। କୁହା ଯାଉଛି କି ପୁଣି ଥରେ ବର୍ଷା ପ୍ରିୟଦର୍ଶିନୀ ଆଉ ଜଣଙ୍କୁ ଧୋକା ଦେଇଛନ୍ତି। ତେବେ ଆପଣ ମାନେ ଜାଣିଥିବେ କି କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ସ୍ବାମୀ ଅଭିନେତା ଅନୁଭବ ମହାନ୍ତି ସବୁ ବେଳେ କହି ଆସିଛନ୍ତି କି ବର୍ଷା ତାଙ୍କୁ ଧୋକା ଦେଇ ଆସୁଛନ୍ତି। ଆଉ ଆଜି ପୁଣି ସେହି ସମାନ ଅଭିଯୋଗ ଆସିଛି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ନାରେ। ଯାହାକୁ ନେଇ ସହିଦ ନଗର ଥାନାରେ ଏତଲା ମଧ୍ୟ ଦିଆ ଯାଇଛି।କିନ୍ତୁ ଏଥର ସ୍ବାମୀ ଅନୁଭବ ନୁହଁନ୍ତି ଅନ୍ୟ ଜଣେ ମହିଳା ଆଣିଛନ୍ତି ବର୍ଷାଙ୍କ ନାରେ ଅଭିଯୋଗ।

ସହିଦ ନଗର ଥାନାରେ ଜଣେ ମହିଳା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ନାରେ ଅଭିଯୋଗ ଆଣିଛନ୍ତି। ଅଭିଯୋଗ ଅନୁସାରେ ସେ ଠକେଇର ଶୀକାର ହୋଇଛନ୍ତି ଆଉ ତାଙ୍କୁ କୁଆଡେ଼ ଠକି ଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ତେବେ ବର୍ଷାଙ୍କ ଉପରେ ଅଭିଯୋଗ ଆଣିଥିବା ମହିଳାଙ୍କ ଜଣଙ୍କ ହେଉଛନ୍ତି କଲ୍ୟାଣୀ ନାୟକ। ଆଉ କଲ୍ୟାଣୀ ହୋଇଛନ୍ତି ଠକେଇର ଶୀକାର। ଆଉ ଏହି ଠକେଇକୁ ନେଇ ସେ ସହିଦ ନଗର ଥାନାରେ ଏତଲା ଦେଇଛନ୍ତି।


ବର୍ଷାଙ୍କ ବିରୋଧରେ ଆଇପିସିର ଧାରା ଦଫା ୨୯୪ , ଦଫା ୪୨୦ ଏବଂ ଦଫା ୫୦୬ ରେ ମାମଲା ରୁଜ୍ଜୁ କରା ଯାଇଛି। ଆଉ ପୋଲିସ୍ ଏହି ଅଭିଯୋଗର କରୁଛି ତଦନ୍ତ।ଅଭିଯୋଗ ଅନୁସାରେ ସହିଦ ନଗରର ମହିଳା ଭୁବନେଶ୍ୱର ଜନତା ମଇଦାନକୁ ମେଳା ଦେଖିବା ପାଇଁ ଯାଇଥିଲେ। ଯାହାଙ୍କ ନାମ ହେଉଛି କଲ୍ୟାଣୀ ନାୟକ। ଆଉ ଏତିକି ବେଳେ କଟକରୁ ଆସିଥିବା ଆୟୁଷି ପ୍ରିୟଦର୍ଶିନୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହିତ କଲ୍ୟାଣୀଙ୍କର ଦେଖା ହୋଇଥିଲା। ଆଉ କଲ୍ୟାଣୀ ବର୍ଷାଙ୍କ ବହୁତ୍ ବଡ ଫ୍ୟାନ ହୋଇଥିବାରୁ ସେ ତାଙ୍କ ସହିତ ଫୋଟ ଉଠାନ୍ତି। ଆଉ କଥା ବାର୍ତ୍ତା ଭିତରେ ସେମାନଙ୍କ ଭିତରେ ଭଲ ସମ୍ପର୍କ ମଧ୍ୟ ହୁଏ। ଏମିତିକି ଆୟୁଷି ପ୍ରିୟଦର୍ଶିନୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଭୁବନେଶ୍ୱର ଆସିଲେ କଲ୍ୟାଣୀଙ୍କ ସହିତ ଦେଖା କରନ୍ତି।


ତେବେ କଲ୍ୟାଣୀଙ୍କ କହିବା ଅନୁଯାୟୀ ବର୍ଷା କୁଆଡେ଼ ତାଙ୍କୁ ଏକ ସୁନା ଦୋକାନରେ ଚାକିରୀ କରାଇ ଦେବେ ବୋଲି କହିଥିଲେ। ଆଉ ଆୟୁଷି ମଧ୍ୟ କହିଥିଲେ କି ବର୍ଷାଙ୍କ ସହିତ କଥା ହେଲେ ସେ ତାଙ୍କ ମାଲିକଙ୍କ ସହିତ କଥା ହୋଇ କୁଆଡେ଼ ଚାକିରୀ କରାଇ ଦେଇ ପାରିବେ। ଆଉ ଏଥିପାଇଁ ୫୦ ହାଜର ଟଙ୍କା ସ୍ୟୁକୁରିଟୀ ମନି ଦାବୀ କରିଥିଲେ ଆୟୁଷି। ଆଉ ୫୦ ହଜାର ଟଙ୍କା ଦେଇ ପାରିବେନି କହି କଲ୍ୟାଣୀ ଧାର କରଜ କରି ୩୦ ହାଜର ଟଙ୍କା ଆୟୁଷିଙ୍କୁ ଦେଇଥିଲେ। ଆଉ ଟଙ୍କା ଦେବା ପରଠାରୁ ଆୟୁଷି ଓ ବର୍ଷା କଲ୍ୟାଣୀଙ୍କ ଫୋନ୍ ଉଠାଉ ନାହାଁନ୍ତି। ଏହା ପରେ କଲ୍ୟାଣୀ ତାଙ୍କ ସହ ଦେଖା କରିଥିଲେ କିନ୍ତୁ ସେମାନେ ତାଙ୍କୁ ଗାଳି ଗୁଲଜ କରି ପଳାଇ ଥିଲେ। ତେବେ ଅଭିଯୋଗ ପରେ ପୋଲିସ୍ ଆରମ୍ଭ କରିଛି ତଦନ୍ତ। ଆଉ ଏପଟେ ଏପର୍ଯ୍ୟନ୍ତ ବର୍ଷାଙ୍କ ପାଖରୁ କିଛି ପ୍ରତିକ୍ରିୟା ମିଳିପାରି ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment