Dr K.L Poornima -ଶୀତଦିନେ ପାଟି ଓ ଜିଭ ଘା ( Mounth ulcer ) ର ଘରୋଇ ଚିକିତ୍ସା ଜାଣନ୍ତୁ…

ଶୀତ ଦିନ ଆସିବା ମାତ୍ରେ ଆମ ପାଟି ଘା ଓ ଜିଭ ଘା ହେବାର ଦେଖା ଯାଇଥାଏ। ଯାହା ଫଳରେ ଆମେ ଯେଉଁ ବି ଖାଦ୍ୟ ଖାଇଥାଉ ଆମ ପାଟି ଜଳି ଥାଏ। ଯେମିତି ଆମେ ଲଙ୍କା ଖାଇଲେ ଆମ ପାଟି ଜଳି ଥାଏ ସେମିତି ଆମେ ଯେଉଁ ବି ଖାଦ୍ୟ ଖାଉ ଆମ ପାଟି ଜଳିବା ଆରମ୍ଭ କରିଥାଏ ଓ ଆମକୁ କଷ୍ଟ ଅନୁଭବ ହୋଇଥାଏ। ଆଉ ଏହି ସମୟରେ ଆମେ କିଛି ବି ମନ ମୁତାବକ ଖାଦ୍ୟ ଖାଇବାକୁ ଇଚ୍ଛା କରିଥାଉ ତାକୁ ଶାନ୍ତିରେ ଖାଇ ପାରି ନଥାଉ। ଆଉ ଏମିତି ସବୁ ପ୍ରବ୍ଲେମ ଦେଖା ଦେଇଥାଏ ତେବେ ଆଜିର ଏହି ଲେଖା ମାଧ୍ୟମରେ ଆମେ ଆପଣଙ୍କ ସହିତ ଆଲୋଚନା କରିବୁ ଏହି ପାଟି ଘା ବା ଜିଭ ଘା ହେବାର କାରଣ କଣ ଲକ୍ଷଣ କଣ ଏବଂ ଏହାର ଘରୋଇ ଉପଚାର କିପରି କରି ପାରିବେ। ତେବେ ଆସନ୍ତୁ ଜାଣିବା ଏ ସବୁ ବାବଦରେ।

ପାଟି ଘା ବା ଜିଭ ଘା ହେବାର କାରଣ କଣ?

୧.ଯଦି ଆପଣଙ୍କ ପେଟ ଭଲ ଭାବରେ ସଫା ହେଉ ନଥାଏ ଅର୍ଥାତ୍ ଆପଣ ଯେଉଁ ସକାଳେ ଝାଡା ଯାଉଛନ୍ତି ଆଉ ଏହି ସମୟରେ ଆପଣଙ୍କ ଝାଡା ଭଲ ଭାବରେ କ୍ଲିୟର ହେଉ ନାହିଁ ବା ପେଟ ଭଲ ଭାବରେ ସଫା ହେଉନାହିଁ ତେବେ ଆପଣଙ୍କ ପାଟି ଆଉ ଜିଭ ରେ ଏଭଳି ଘା ହୋଇଥାଏ।
୨.ଆପଣଙ୍କ ଶରୀରରେ ଯେତିକି ଭିଟାମିନ-ବି କମ୍ପ୍ଲେକ୍ସ ରହିବା କଥା ତା ଠାରୁ ଯଦି ଆପଣଙ୍କ ଶରୀରରେ ଭିଟାମିନ-ବି କମ୍ପ୍ଲେକ୍ସ କମ ରହିଥାଏ ତେବେ ପାଟି ଘା ବା ଜିଭ ଘା ଭଳି ସମସ୍ୟା ଦେଖା ଯାଇଥାଏ।

ପାଟି ଘା ବା ଜିଭ ଘା ହେବାର ଲକ୍ଷଣ କଣ?

ଯେତେବେଳେ ବି ଆପଣଙ୍କର ଘା ବା ଜିଭ ଘା ଭଳି ସମସ୍ୟା ଦେଖା ଯାଇଥାଏ ସେତେବେଳେ ଆପଣ ଯେଉଁ ବି ଖାଦ୍ୟ ଖାଆନ୍ତୁ ନା କାହିଁକି ଆପଣଙ୍କ ପାଟି ଜଳିଥାଏ। ଏହା ସହିତ ଯେତେବେଳେ ଆପଣ ଖାଦ୍ୟ ଖାଉଛନ୍ତି ସେହି ସମୟରେ ଆପଣଙ୍କ ପାଟିରୁ ବହୁତ ଲାଳ ବାହାରି ଥାଏ। ସମୟ ସମୟରେ ପାଟି ଭିତରେ କୁଣ୍ଡେଇ ହୋଇଥାଏ ଏହା ସହିତ ଯେଉଁଠି ଆମର ଘା ହୋଇଥାଏ ସେଠାରୁ ରକ୍ତ ମଧ୍ୟ ବାହାରି ଥାଏ।

ଘରୋଇ ଉପଚାର କିପରି କରିବେ?

ପ୍ରଥମେ ଆପଣ ଆପଣଙ୍କ ପେଟ କେମିତି ସଫା ହେବ ତା ଉପରେ ଧ୍ୟାନ ଦିଅନ୍ତୁ। ପେଟ ସଫା ହେଲେ ଆପଣଙ୍କର ୫୦ ପ୍ରତିଶତ ପାଟି ଘା ଭଲ ହୋଇଯିବ। ଆଉ ୫୦ ପ୍ରତିଶତ ପାଟି ଘା ଭଲ କରିବା ପାଇଁ ଆପଣ ଭିଟାମିନ-ବି କମ୍ପ୍ଲେକ୍ସ ର ସେବନ କରନ୍ତୁ ଯାହା ଆପଣ ସମସ୍ୟାକୁ ମୂଳରୁ ଭଲ କରିବ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Comment