ପ୍ରତିଦିନ ଆପଣ ମାନେ ଅନେକ ଖବର ଦେଖିବା ପାଇଁ ପାଆନ୍ତି। ଚୋରି, ହତ୍ୟା, ଡ଼କାୟଟି, ମାରପିଟ, ଗଣ୍ଡଗୋଳ, ଇତ୍ୟାଦି ଦେଖିବା ପାଇଁ ମିଳିଥାଏ। ଯାହାବି ହେଉ ଏହା ବ୍ୟତୀତ ଅନେକ କିଛି ଆମର ପ୍ରତିଦିନ ଦେଖିବା ପାଇଁ ପାଇଥାଉ। ହେଲେ ପ୍ରତି କାମରେ କିଛି ନା କିଛି ନିୟମ ରହିଥାଏ। ଯଦି କେହି ସେହି କାମକୁ ନ କରନ୍ତି। କିମ୍ବା ଯଦି କେହି ଆଇନ ବିରୋଧୀ କାର୍ଯ୍ୟ କରନ୍ତି। ତାହାଲେ ଆଇନ ଅନୁସାରେ ଦଣ୍ଡ ପାଇବା ପାଇଁ ପଡ଼ିଥାଏ।
ତେବେ ବନ୍ଧୁଗଣ ଆପଣ ମାନେ ଏହିଭଳି ଅନେକ କିଛି ଘଟଣା ନିଶ୍ଚିତ ଦେଖିବା ପାଇଁ ପାଇଥିବେ। ହେଲେ ବର୍ତ୍ତମାନ ସମୟରେ ଏକ ଭିଡ଼ିଓ ଦେଖିବା ପାଇଁ ମିଳୁଛି। ଯାହାକୁ ଦେଖିବା ମାତ୍ରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ। ସ୍ୱାମୀ ସ୍କୁଲରେ ଚାକିରୀ କରିଛନ୍ତି। ହେଲେ ସ୍ତ୍ରୀ ଦିନ ସାରା ରହୁଛି ସ୍କୁଲ ଭିତରେ ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ପୂରା ଘଟଣା ବିଷୟରେ। ସୂଚନା ଅନୁସାରେ ଏଭଳି କିଛି ଘଟଣା ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ଖରିଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖିବା ପାଇଁ ମିଳିଛି। ତେବେ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟ କରନ୍ତି ଗୌରବ ପାତ୍ର କିନ୍ତୁ ତାଙ୍କ ସ୍ତ୍ରୀ ରୀନା ରେଡ୍ଡୀ ପ୍ରତିଦିନ ୧୦ଟା ରୁ ୪ଟା ପର୍ଯ୍ୟନ୍ତ ବିଦ୍ୟାଳୟ ହତାରେ ରୁହନ୍ତି। କେବଳ ଏତିକି ନୁହେଁ ବରଂ ଷ୍ଟାଫ୍ କାର୍ଯ୍ୟାଳୟରେ ମଧ୍ୟ ଅଧିକାଂଶ ସମୟ ବସିଥାନ୍ତି।
ସ୍ବାମୀ କରୁଛନ୍ତି ଚାକିରୀ କିନ୍ତୁ ସ୍ବୀ ସ୍କୁଲରେ ତାଙ୍କୁ ଜଗି ରହିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସବୁଠି ଏଭଳି ଘଟଣା ଭାଇରାଲ ହେବାରେ ଲାଗିଛି। ଏପଟେ ବିଦ୍ୟାଳୟ ପରିଚାଳନା କମିଟି ଓ ପ୍ରଧାନ ଶିକ୍ଷକ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଲିଖତ ଭାବେ ଜଣାଇଥିବା ଜଣାପଡୁଛି କିନ୍ତୁ ତାଙ୍କୁ ବିଦ୍ୟାଳୟ ପରିସରକୁ ନିୟମିତ ଯିବାକୁ ମନା କରାଯାଇଛି। ସ୍ବାମୀଙ୍କୁ ୧୦ଟାରେ ଛାଡି ସ୍କୁଲରେ ଛାଡି ପାରିବେ ପୁଣି ୪ଟାରେ ପୁଣି ଆସି ନେଇ ପାରିବେ ବୋଲି କହିଛନ୍ତି ବ୍ଲକ ଶିକ୍ଷା ଅଧୂକାରୀ।
ଏହି ପ୍ରକାରର ଖବର ପାଇବା ପରେ ଯେତେବେଳେ ଆମର ମିଡିଆ ଭାଇ ସେଠାରେ ପହଞ୍ଚିଲେ। ସେଠାରୁ ଏହି ମହିଳାଙ୍କ ସହ କଥାବାର୍ତ୍ତା କଲେ ଏବଂ ମହିଳା ଜଣଙ୍କ ତାଙ୍କ ସହ ଅସଦାଚରଣ କଲେ। ସେ କହିଥିଲେ ଯେ ତାଙ୍କ ସ୍ବାମୀଙ୍କର ରୋଗ ଅଛି। ସେଥିପାଇଁ ସେ ତାଙ୍କ ସହିତ ଆସୁଛନ୍ତି। ତେବେ ତାଙ୍କର ଆସିବାର କାରଣ ହେଉଛି ତାଙ୍କ ସ୍ବାମିଙ୍କର ହାର୍ଟ ରୋଗ ରହିଛି। ସ୍ୱାମୀକୁ ମେଡ଼ିସିନ ଦେବା ପାଇଁ ସେ ସେଠାରେ ଅଛନ୍ତି। ଏପଟେ ଚାକିରୀ କରିଥିବା ଶିକ୍ଷକ ସ୍ୱାମୀ କହିଛନ୍ତି। ଯେ ସେ ଠିକ ଅଛନ୍ତି ତାଙ୍କର ଏତେଟା ଅସୁବିଧା ହୋଇନାହିଁ। ଶୁଣିବା ପାଇଁ ମିଳୁଛି ଯେ ତାଙ୍କ ପରିବାର ମଧ୍ୟ ରେ ଝଗଡ଼ା ଲାଗି ରହିଛି। ତେବେ ଏଭଳି ଘଟଣା ସାମ୍ନାକୁ ଆସିବା ପରେ ପ୍ରଶାସନ କଣ କରୁଛନ୍ତି। ତାହା ଖାଲି ଦେଖିବାର ବିଷୟ ରହିଲା।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।