Odisha News Portal

Special Tips – ପାଠ ପଢିବା ପାଇଁ ଇଚ୍ଛା ନହେଉ ଥିଲେ ଏ ପୋଷ୍ଟ ଟିକୁ ପ୍ରତ୍ୟେକ ଛାତ୍ର ଛାତ୍ରୀ ନିଶ୍ଚୟ ଦେଖନ୍ତୁ

ପାଠ ପଢା ପିଲା ମାନଙ୍କର ସମସ୍ତଙ୍କର ଗୋଟିଏ ପ୍ରଶ୍ନ ଯେ ସେମାନେ ପଢ଼ାରେ କିପରି ଆଗ୍ରହ ସୃଷ୍ଟି କରିବେ। ତାଛଡା ପାଠ ମନେ ନ ରହିବା ବା ଭୁଲିଯିବା ମଧ୍ଯ ଆଜିକାଲି ଏକ ସାଧାରଣ ସମସ୍ଯା ପାଲଟିଲାନି। ବର୍ତ୍ତମାନର ବ୍ଯସ୍ତବହୁଳ ଜୀବନ ଜୀବନରେ ଏହି ସମସ୍ଯା ଯୁବପିଢିଙ୍କ ମଧ୍ୟରେ ମଧ୍ୟ ଦେଖିବାକୁ ମିଳୁଛି। ଅନେକ ଥର କିଏ ଆପଣଙ୍କୁ କଲ୍ କରିଥିବ, କିନ୍ତୁ ଆପଣଙ୍କର ତାହା ମନେ ନଥିବ। ଆମେ ଏମିତି କିଛି ଛୋଟ ଛୋଟ କଥାକୁ ବି ବେଳେବେଳେ ଭୁଲିବାକୁ ଲାଗିଥାଉ। ତେବେ ପଢିଥିବା ପାଠକୁ ଭୁଲିଯିବା ଭଳି ସମସ୍ୟା ପ୍ରାୟ ଅନେକଙ୍କ ପାଖରେ ଦେଖିବାକୁ ମିଳୁଛି। ଯଦି ଆପଣଙ୍କର ଏମିତି ସମସ୍ଯା ଦେଖାଗଲାଣି, ତେବେ ପୂର୍ବରୁ ସାବଧାନ ହୋଇଯାଆନ୍ତୁ।

ତେବେ ଆଜିର ଏହି ଲେଖାରେ ଆମେ ଜାଣିବା ଯେ ପାଠ କିପରି ମନେ ରହିବ ଏବଂ ପଢ଼ିଲେ କାହିଁକି ପାଠ ମନେ ରହେ ନାହିଁ। ଆପଣ ତ ଏହା ଅନୁଭଵ କରିଥିବେ ଆମେ ଯେତେବେଳ ସାଙ୍ଗ ସାଥୀ, ବୟଫ୍ରେଣ୍ଡ୍ ଗାର୍ଲଫ୍ରେଣ୍ଡ ସହ କଥା ହେଉ ସେତେବେଳ ଆମେ କେତେ ସମୟ କଥାହେଉ ତାହା ମନେ ରଖି ଦେଉ। କିମ୍ୱା ଯଦି କୌଣସି ପ୍ରିୟ ସିଙ୍ଗର ର ଏକ ଗୀତ ଶୁଣିଦେଉ ତେବେ କିଛି ଥର ଶୁଣିଲା ପରେ ଏହି ଗୀତ ଏବଂ ଏହାର ଲିରିକ୍ସ ବି ଆମର ମନେ ରହି ଯାଇଥାଏ। କିନ୍ତୁ ପାଠ ଯେତେ ପଢିଲେ ବି ଏହା ସେହିଭଳି ମନେ ରହି ନଥାଏ। ତେବେ ଏହାର ପ୍ରଥମ କାରଣ ହେଉଛି ଆଗ୍ରହ।

ଯଦି ଆମେ ପଢ଼ାକୁ ଭଲପାଇବା ଏବଂ ପଢା ଉପରେ ମନ ଦେବା ତେବେ ପଢା ପ୍ରତି ଆଗ୍ରହ ନିଶ୍ଚିତ ଆସିବ। ଦ୍ବିତୀୟତଃ କୌଣସି ବିଷୟକୁ ଅଧିକ ସମୟ ପାଇଁ ପଢନ୍ତୁ ନାହିଁ। କାରଣ କୌଣସି କାମକୁ ଅଧିକ ସମୟ ଧରି କଲେ, ଏଥିପ୍ରତି ଆଗ୍ରହ କମି ଯାଇଥାଏ। ତେଣୁ ଆପଣ ଯେତିକି ସମୟ ପଢୁଛନ୍ତି ଚେଷ୍ଟା କରନ୍ତୁ ଅଲଗା ଅଲଗା ବିଷୟ ପଢ଼ିବା ପାଇଁ। ସେହିପରି ତୃତୀୟ କଥା ହେଲା ଆପଣ ପଢା ମଝିରେ ଅଳ୍ପ ବ୍ରେକ୍ ନିଅନ୍ତୁ। କିଛି ସମୟ ପଢିଲା ପରେ ଟିକେ ବିଶ୍ରାମ ନିଅନ୍ତୁ ଏବଂ ବାହାରେ ଟିକେ ବୁଲି ଆସନ୍ତୁ। ଯାହାଦ୍ଵାରା ଆପଣଙ୍କ ମସ୍ତିଷ୍କ ରିଲାକ୍ସ ହୋଇଯିବ ଏବଂ ପୁଣି ପଢ଼ିଲେ ପାଠ ମନେ ରହିବ।

ସେହିପରି ପାଠ ମନେ ରଖିବା ପାଇଁ ଆଉ ଏକ ଉପାୟ ଏହା ଯେ, ଆପଣ ପଢ଼ିବା ସହ ପଢ଼ିବା ବେଳେ ଲେଖିବାକୁ ଚେଷ୍ଟା କରନ୍ତୁ। କାରଣ ପଢ଼ିବା ସହ ଲେଖା ଅଭ୍ୟାସ କଲେ ଅଧିକ ପାଠ ମନେ ରହିଥାଏ। ସେହିପରି ପାଠ ମନେ ରଖିବା ପାଇଁ ଆପଣଙ୍କୁ ଏହି ଭ୍ରମ ଦୂର କରିବାକୁ ପଡ଼ିବ ଯେ ମୋର ପାଠ ହେଉନାହିଁ, ମନେ ରହୁନାହିଁ ମୁଁ ପଢ଼ିଲେ କିଛି ଲାଭ ହେବନାହିଁ। ଏପରି ଭାବିବା ଦ୍ଵାରା ଆପଣଙ୍କ ମନୋବଳ, ଆତ୍ମବିଶ୍ବାସ ଦୁର୍ବଳ ହୋଇଥାଏ। ତେଣୁ ପଢ଼ାରେ ମନ ଦିଅନ୍ତୁ ଏବଂ ଏପରି ଭ୍ରମକୁ ମନରୁ ଦୂର କରନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।