ପାଠ ମନେ ରଖିବାର ସବୁଠାରୁ ଛୋଟ ଆଉ ବେଷ୍ଟ ଉପାୟ… ପ୍ରତ୍ୟେକ ବାପା ମା ଥରୁଟିଏ ନିଶ୍ଚୟ ଦେଖିବା ଉଚିତ

ସାଧାରଣତଃ ବହୁତ ପିଲା ବହୁତ ଅଧିକ ପାଠ ପଢିଥାନ୍ତି କିନ୍ତୁ ତାଙ୍କର ସେତେ ଭଲ ମନେ ରହି ନଥାଏ । ପରୀକ୍ଷାରେ ଭଲ ନମ୍ୱର ଆସି ନଥାଏ କିନ୍ତୁ ତାଙ୍କଠୁ କମ ପଢିଥିବା ପିଲାର ଭଲ ନମ୍ୱର ଆସିଥାଏ । ତେବେ ଆସନ୍ତୁ ଜାଣିବା ସେହି କାରଣ ଗୁଡିକ , ଯାହା ଆପଣ ମାନଙ୍କ ପଢାରେ ବାଧା ସୃଷ୍ଟି କରିଥାଏ ।

1. ପଢାରେ ଡିଷ୍ଟବାନ୍ସ :-

କେତେକ ପିଲାମାନେ ଅଛନ୍ତି ଯେଉଁମାନେ କେବଳ ପରୀକ୍ଷା ସମୟରେ ପଢିଥାନ୍ତି ବା ପରୀକ୍ଷାର କିଛି ଦିନ ପୂର୍ବରୁ ହିଁ ପଢିଥାନ୍ତି ।

2. ଗେମ୍ ଖେଳିବା :-

ଖେଳିବା ମାନସିକ ଶରୀର ଓ ମାନସିକ ସ୍ୱାସ୍ଥ୍ୟ ପାଇଁ ଭଲ ହୋଇଥାଏ , କିନ୍ତୁ ଯଦି ଆପଣ ଆବଶ୍ୟକତା ଠାରୁ ଅଧିକ ଖେଳିବେ ତ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଖରାପ ହୋଇଥାଏ । ପାଠପଢାରେ ବି ବାଧା ସୃଷ୍ଟି କରିଥାଏ ।

3. ଅଳସୁଆପଣ :-

ଯେଉଁ ପିଲା ମାନଙ୍କର ଅଧିକ ନମ୍ୱର ଆସିଥାଏ , ଏହା ନୁହେଁ କି ତାଙ୍କର ବୁଦ୍ଧି ଆପଣଙ୍କ ଠାରୁ ଅଧିକ । କିନ୍ତୁ ସେମାନଙ୍କ ଠାରେ ଗୋଟିଏ କ୍ୱାଲିଟି ଥାଏ , ସେମାନେ ବିନା ଅଳସରେ ଲଗାତାର ପଢିଥାନ୍ତି । ଏହା ସହିତ ସବୁ ପାଠକୁ ସମୟ ଅନୁସାରେ ସାରନ୍ତୁ , ଏହି ଅଭ୍ୟାସ ଆପଣ ଛୋଟବେଳୁ ରଖନ୍ତି ତ ଆପଣଙ୍କୁ ସଫଳ ହେବା ପାଇଁ କେହି ଅଟକାଇ ପାରିବେ ନାହିଁ । ସବୁ କାମ ସମୟରେ କରିବା ପାଇଁ ଚେଷ୍ଟା କରନ୍ତୁ , ପାଠ ମଧ୍ୟ ଠିକ୍ ସମୟରେ ପଢନ୍ତୁ ।

ବେଳେ ବେଳେ ପାଠ ପଢିବା ପାଇଁ ଯେତେ ଚାହିଁଲେ ବି ପାଠପଢାରେ ମନ ଲାଗେନାହିଁ । ଏଥିପାଇଁ ଦୈନିକ 20 ମିନିଟ ଏକ୍ସାସାଇଜ ବା ୟୋଗା କରନ୍ତୁ , ଏହାଦ୍ୱାରା ପଢାରେ ଆପଣ କନସେନଷ୍ଟ୍ରେଟ କରି ପାରିବେ । ପଢିବା ସମୟରେ ପାଖରେ ମୋବାଇଲ ଫୋନ ଗେମ ଆଦି ରଖନ୍ତୁ ନାହିଁ , ଏଥିଦ୍ୱାରା ଆପଣଙ୍କ ମନ ପାଠରେ ଲାଗିବ ନାହିଁ । ଖାଲି ମୋବାଇଲ ବା ଗେମ ଦେଖିବାକୁ ଇଚ୍ଛା ହେବ । ସେଥିପାଇଁ ପଢିବା ସମୟରେ ଏହିସବୁ ଜିନିଷକୁ ଦୂରରେ ରଖନ୍ତୁ , ଯଥାସମ୍ଭବ ସବୁବେଳେ ସକାଳେ ପଢିବାକୁ ଚେଷ୍ଟା କରନ୍ତୁ । କାରଣ ଏହି ସମୟରେ ପଢିଲେ ପାଠ ଭଲ ମନେ ରହିଥାଏ ।

ଏହାଛଡା ସର୍ବଦା ମନରେ ପଜେଟିଭ ଥିଙ୍କିଙ୍ଗ ରଖନ୍ତୁ , ଏହା ପଢାରେ ବହୁତ ହେଲ୍ପ କରିଥାଏ । ଆପଣ ମାନେ ଜାହା କିଛି ପଢୁଛନ୍ତି ତାହାକୁ ଥରେ ଦୁଇଥର ସବୁବେଳେ ଲେଖନ୍ତୁ । ଏହା ଆପଣଙ୍କୁ ଶୀଘ୍ର ମନେ ରଖିବାରେ ସାହାର୍ଯ୍ୟ କରିବ । ଅନ୍ୟ ପିଲା ମାନଙ୍କ ପରି ଆପଣ ମଧ୍ୟ ସମସ୍ତ ପାଠକୁ ଅତି ସହଜରେ କ୍ୟାପଚର କରିପାରିବେ ଏବଂ ସମସ୍ତଙ୍କ ଠୁ ଭଲ ନମ୍ୱର ମଧ୍ୟ ଆଣିବେ । ସେଥିପାଇଁ ଆପଣଙ୍କୁ ଏହିସବୁ ନିୟମକୁ ମାନି ଚଳିବାକୁ ପଡିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment