କୌଣସି ବ୍ୟକ୍ତିର ପସନ୍ଦ ତାର ସ୍ୱଭାବର ଏବଂ ବିଚାରର ଆଇନା ଅଟେ । ତାର କଣ ପସନ୍ଦ ଏବଂ କଣ ପସନ୍ଦ ନୁହେଁ ଏହା ତାର ସ୍ୱଭାବର ବିଭିନ୍ନ ଚରିତ୍ରରୁ ଜଣାପଡିଥାଏ । ଆଜି ଆମେ ଆପଣ ମାନଙ୍କୁ ପାଞ୍ଚଟି ଅଲଗା ଅଲଗା ପ୍ରକାର ଦୀପ ବିଷୟରେ କହିବୁ , ସେଥି ମଧ୍ୟରୁ ଆପଣ ମାନଙ୍କୁ ଆପଣ ମାନଙ୍କର ମନ ପସନ୍ଦର ଗୋଟିଏ ଲେଖାଏଁ ଦୀପ ବାଛିବାକୁ ପଡିବ । ଏଦି ଦୀପ ଆପଣଙ୍କର ବିଷୟରେ ବହୁତ କିଛି କହିପାରିବ ।
ଆପଣ ମାନେ ସେହି ପାଞ୍ଚଟି ଦୀପ ମଧ୍ୟରୁ ଗୋଟିଏ ଦୀପ ବାଛିବେ ଏବଂ ସେହି ଆପଣଙ୍କର ପସନ୍ଦରୁ ଆମେ ମାନେ କହିବୁ କି ଆପଣଙ୍କର ସ୍ୱଭାବ ଚରିତ୍ର କିପରି ଅଟେ । ତେବେ ଆସନ୍ତୁ ଜାଣିବା ସେହି ପାଞ୍ଚଟି ଦୀପର ବିଷୟରେ ।
1–ଯଦି ଆପଣ ମାନେ ପ୍ରଥମ ଦୀପକୁ ବାଛିଛନ୍ତି , ତାହେଲେ ଆପଣ ବହୁତ ମଜବୁତଭାଅଠନ୍ତି ଭିତରୁ ଆପଣ ଯେତେ ଦୁଃଖରେ ଥିଲେ ମଧ୍ୟ ବାହାରୁ ସମସ୍ତଙ୍କୁ ଆପଣ ଖୁସି ଥିଲା ପରି ଦେଖା ଯାଆନ୍ତି । ଯଦି କୌଣସି କଥା ଆପଣଙ୍କୁ ସିଧା ଏବଂ ସ୍ପଷ୍ଟ ଭାବରେ କହିଦିଆଯାଏ ତେବେ ଆପଣ ତୁରନ୍ତ ମାନିଯାଆନ୍ତି । ଆପଣଙ୍କୁ ଦୋହରା ସ୍ୱଭାବର ଗୁଣ ଥିବା ଲୋକ ଜମା ପସନ୍ଦ ନୁହନ୍ତି । ଯେଉଁ କତା ଆପଣଙ୍କର ମନରେ ରହିଥାଏ ସେ କଥା ମୁହଁରେ ମଧ୍ୟ ରହିଥାଏ ।
2–ଯଦି ଆପଣ ମାନେ ଦ୍ୱିତୀୟ ଦୀପଟିକୁ ବାଛିଛନ୍ତି ତେବେ ଆପଣଙ୍କର ସ୍ୱଭାବ ବହୁତ ଭଲ ଏବଂ ଆପଣ ବିଶ୍ୱାସର ପାତ୍ର ହୋଇଥାନ୍ତି । ଆପଣଙ୍କର କଥା ହେବା ଶୈଳୀ ଏତେ ଆକର୍ଷକ ହୋଇଥାଏ କି ପ୍ରଥମ ଲୋକଙ୍କୁ ଆପଣ ଥରକରେ ହିଁ ଖୁସି କରିପାରନ୍ତି । ଏହା ସହ ଆପଣ ସର୍ବଦା ନୂଆ ନୂଆ ଜିନିଷ କପରିବାକୁ ଚେଷ୍ଟା କରିଥାନ୍ତି । ଏହା ସହ ଲୋକଙ୍କୁ ବହୁତ ଜଲଦି କ୍ଷମା କରିଦିଅନ୍ତି ।
3–ଯେଉଁମାନେ ତୃତୀୟ ଦୀପଟିକୁ ବାଚିଛନ୍ତି ତାଙ୍କର ସ୍ୱଭାବ ବହୁତ ଭାବପ୍ରବଣତାର ଅଟେ , ଆପଣ ଲୋକଙ୍କୁ ସର୍ବଦା ସାହାର୍ଯ୍ୟ କରନ୍ତି ଏବଂ ଆପଣ ସ୍ୱତନ୍ତ୍ରତାକୁ ବହୁତ ଭଲ ପାଇଥାନ୍ତି । ଆପଣଙ୍କୁ କାହାର ଅନ୍ତର୍ଗତ କାମ କରିବା ପସନ୍ଦ ନୁହେଁ । ଆପଣ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ଚାହାନ୍ତି ।
4–ଯେଉଁ ମାନେ ଚତୁର୍ଥ ଦୀପକୁ ବାଛିଛନ୍ତି ସେମାନେ ଅଲଗା ଦୁନିଆରେ ରହିବାକୁ ପସନ୍ଦ କରନ୍ତି । ଆପଣଙ୍କର ଏହି ଦୁନିଆ ସହ କିଛି ସଂପର୍କ ରହିନଥାଏ । ଅପଣ ନିଜ କର୍ମକୁ ଅନେକ ଭଲ ପାଆନ୍ତି , ସ୍ୱଭାବରେ ଆପଣ ଦୟାଳୁ ସ୍ୱଭାବର ଅଟନ୍ତି ।
5–ଯେଉଁ ମାନେ ପଞ୍ଚମ ଦୀପଟିକୁ ବାଛିଛନ୍ତି ସେମାନେ ନିଜ ଜୀବନକୁ ଆନନ୍ଦରେ ବଞ୍ଚିବା ପାଇଁ ପସନ୍ଦ କରିଥାନ୍ତି । ଆପଣ ବହୁତ ଶାନ୍ତ ସ୍ୱଭାବର ଅଟନ୍ତି ମାତ୍ର କିଛି ମାମଲାରେ ଆପଣ ବହୁତ ରାଗି ଯାଇଥାନ୍ତି । ନିଜ ପରିବାରକୁ ଆପଣ ବହୁତ ଭଲ ପାଆନ୍ତି ଏବଂ ତାହାକୁ ବହୁତ ଖୁସିରେ ରଖିବା ପାଇଁ ଚାହାନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।