ପରିସ୍ରାରେ ଜଳାପଡା ହେବାର ଘରୋଇ ଉପଚାର , ସମ୍ପୂର୍ଣ୍ଣ ଦୂର ହୋଇଯିବ ଗ୍ୟାରେଣ୍ଟି । Dr. Dhivyalakshim

ଅଧିକାଂଶ ସମୟରେ ମହିଳା ମାନଙ୍କ ଠାରେ ପରିସ୍ରା ଜଳା ପଡା ଭଳି ସମସ୍ୟା ଅଧିକ ଦେଖିବାକୁ ମିଳିଥାଏ । ତାହା ଅତ୍ୟନ୍ତ କଷ୍ଟଦାୟକ ମଧ୍ୟ ହୋଇଥାଏ , ସେହି କଷ୍ଟରୁ ମୁକ୍ତି ପାଇବା ପାଇଁ ସେମାନେ ବିଭିନ୍ନ ପ୍ରକାର ମେଡିସିନ ମଧ୍ୟ ସେବନ କରିଥାନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ପରିସ୍ରା ଜଳା ପଡା ହେବାର କାରଣ , ଲକ୍ଷଣ ଓ ଚିକିତ୍ସା ବିଷୟରେ ଜଣେଇବୁ । ତେବେ ଆସନ୍ତୁ ଜାଣିବା ଏହାର କାରଣ ବିଷୟରେ ।

କାରଣ :-

1 . ନିଶା ସେବନ କରିବା , ଯଦି ଆପଣ ମାନେ ବହୁତ ମାତ୍ରାରେ ନିଶା ଯେମିତି କି ମଦ , ପାନ ଘୁଟକା , ବ୍ରାଉନସୁଗର ଏଥି ମଧ୍ୟରୁ କୌଣସି ବି ନିଶା ସେବନ କରୁଥାନ୍ତି ତେବେ ପରିସ୍ରାରେ ଜଳାପଡା ହେବାର ଚାନ୍ସସେସ୍ ଥାଏ ।

2. ପାଣି କମ ପିଇବା , ଯଦି ଆପଣ ମାନେ ପାଣି ବହୁତ କମ ପିଉଥାନ୍ତି ଅର୍ଥାତ୍ ଦିନକୁ 3 ରୁ 4 ଲିଟର ପାଣି ପିଇବା ଆବଶ୍ୟକ । କିନ୍ତୁ ତାଠାରୁ ଯଦି ଆପଣ ମାନେ କମ ପାଣି ପିଉଥାନ୍ତି ଏବଂ ବହୁତ ଦିନ ଧରି ଏମିତି କମ ପାଣି ସେବନ କଲେ ପରିସ୍ରାରେ ଜଳାପଡା ଦେଖାଯିବ ।

3. ଭୁଲ ପାଣି ପିଇବା ପ୍ରକ୍ରିୟା , ଆପଣ ଯେତେବେଳେ ବି ପାଣି ପିଉଛନ୍ତି କେମିତି ପାଣି ପିଇବା ବା କେତେ ପାଣି ପିଇବା , ଏସବୁ ପ୍ରସେସ୍ ଆପଣଙ୍କ ପାଖରେ ଜଣା ନଥାଏ ଓ ଆପଣ ଭୁଲ ପ୍ରସେସ୍ ରେ ପାଣି ପିଉଥାନ୍ତି । ତେବେ ଆପଣଙ୍କର ପରିସ୍ରାରେ ଜଳାପଡା ହେବାର ସମ୍ଭାବନା ଥାଏ ।
4. କିଡିନୀରେ ଷ୍ଟନ ହେବା , ଯଦି ଆପଣ ମାନଙ୍କ କିଡିନୀରେ ଷ୍ଟନ ହୋଇଥାଏ , ତେବେ ମଧ୍ୟ ଆପଣଙ୍କ ପରିସ୍ରା ଜଳାପଡା ହେବ ।

ଲକ୍ଷଣ :-

1. ପ୍ରଥମ ଲକ୍ଷଣ ଟି ହେଉଛି ପରିସ୍ରାରେ ଜଳାପଡା ହେବା , ଯେତେବେଳେ ଆପଣ ପରିସ୍ରା କରିବା ପାଇଁ ଯିବେ ଆପଣଙ୍କୁ ଏମିତି ଜଳାପଡା ହେବ ଆପଣଙ୍କୁ ପରିସ୍ରା କରିବା ପାଇଁ ଇଚ୍ଛା ହେବ ନାହିଁ । ତା ସହିତ ବହୁତ କଷ୍ଟ ମଧ୍ୟ ଅନୁଭବ କରିବେ ।

2. ପରିସ୍ରା କ୍ଲିଅର ନହେବା , ଆପଣ ଯେତେବେଳେ ବି ପରିସ୍ରା କରିବେ ପରିସ୍ରା ରହି ରହି କରି ଆସିବ , କ୍ଲିଅର ପରିସ୍ରା ହେବ ନାହିଁ ।

3. ପରିସ୍ରା ସମୟରେ ବହୁତ ଯନ୍ତ୍ରଣା ହେବା , ଯେତେବେଳେ ବି ଆପଣ ପରିସ୍ରା କରିବା ପାଇଁ ଯାଉଛନ୍ତି , ସେତେବେଳେ ବହୁତ ଯନ୍ତ୍ରଣା ଅନୁଭବ କରିବେ ।

ଚିକିତ୍ସା :-

1. ପ୍ରତିଦିନ 3 ରୁ 4 ଲିଟର ପାଣି ପିଇବା ପାଇଁ ଚେଷ୍ଟା କରିବେ , ସକାଳୁ ଉଠିବା ପରଠୁ ରାତିରେ ଶୋଇବା ପର୍ଯ୍ୟନ୍ତ 4 ଲିଟର ପାଣିକୁ ସେବନ କରନ୍ତୁ । ପାଣି ପିଇବା ସମୟରେ ବସି କରି ଘୁଟ ଘୁଟ କରି ପିଣି ପିଅନ୍ତୁ ।

2. ଦେଶୀ ଗାଈର ଗୋମୂତ୍ରକୁ ସଂଗ୍ରହ କରନ୍ତୁ , ତାହାକୁ ଛାଣିକରି ଏକ କାଚ ବଟଲରେ ରଖନ୍ତୁ । ପ୍ରତିଦିନ ସକାଳେ ଖାଲିପେଟରେ ଅଧାକପ ଏହାକୁ ସେବନ କରନ୍ତୁ । ଏହାକୁ 3 ମାସ ପର୍ଯ୍ୟନ୍ତ କଣ୍ଟିନ୍ୟୁ କରନ୍ତୁ , ପରିସ୍ରା ରେ ଜଳାପ଼ଡା ସମ୍ପୂର୍ଣ୍ଣ ଦୂର ହୋଇଯିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment