ବନ୍ଧୁଗଣ ଆପଣ ମାନେ ଦେଖୁଥିବେ କି ବର୍ତ୍ତମାନ ପ୍ରାୟ ସମସ୍ତ ଲୋକଙ୍କ ପାଖରେ ଖାସ କରି ମହିଳା ମାନଙ୍କ ପାଖରେ ପରିସ୍ରା କୁ ନିୟନ୍ତ୍ରଣ ନକରି ପାରିବା ର ସମସ୍ୟା ଦେଖା ଯାଉଚି। ଅନେକ ସମୟ ରେ ଆପଣ ଏହିପରି ମହିଳା ଙ୍କୁ ମଧ୍ୟ ଦେଖିବାକୁ ପାଇଥିବେ ଯେଉଁ ମାନେ କିଛି କାମ କରୁ କରୁ ହଠାତ ତାଙ୍କୁ ପରିସ୍ରା ଲାଗେ ମାତ୍ର ସେମାନେ ବାର୍ଥ୍ରୂମ ଯିବା ପୂର୍ବରୁ ହିଁ ତାଙ୍କର ପରିସ୍ରା ହୋଇଥାଏ। କେବେ କେବେ ପରିଶ୍ରା ଲାଗୁ ଲାଗୁ ହୋଇଯାଏ ।ତେବେ ଏହି ସବୁ ସମସ୍ୟା ବର୍ତ୍ତମାନ ପ୍ରାୟ ସମସ୍ତ ଙ୍କ ପାଖରେ ଦେଖିବା କୁ ମିଳୁଛି।
ତେବେ ଆମେ ଆଜି ଆପଣ ମାନ ଙ୍କୁ ଏହି ପୋଷ୍ଟ ମାଧ୍ୟମ ରେ ଜଣେଇବୁ କି , ଏହି ପରି ପରିଶ୍ରା କୁ କଣ୍ଟ୍ରୋଲ ନ କରିପାରିବେ ପଛରେ କଣ କାରଣ ରହିଛି ଏବଂ କେଉଁ କେଉଁ କାର୍ଯ୍ୟ କରିବା ଦ୍ୱାରା ଏହାକୁ ନିୟନ୍ତ୍ରଣ କରିହେବ ତଥା ଏହାର କଣ ଚିକିତ୍ସା ରହିଛି ବୋଲି। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଭିଡ଼ିଓ ଟି ବିଷୟ ରେ ଯେଉଁ ଥିରେ ଡାକ୍ତର ଦୀପକ କୁମାର ନିଜର ମତ ଦେଇଛନ୍ତି ଏବଂ କାରଣ ଓ ନିରାକରଣ ବିଷୟ ରେ ଜଣେଇଛନ୍ତି।
ପରିଶ୍ରା କଣ୍ଟ୍ରୋଲ ନ କରି ପାରିବା ର କାରଣ :-
ତେବେ ଡାକ୍ତର ଙ୍କ ଅନୁସାରେ ଯେତେବେଳେ ଜଣେ ମହିଳା ପରିଶ୍ରା କୁ କଣ୍ଟ୍ରୋଲ କରି ପାରନ୍ତି ନାହିଁ ସେତେବେଳେ ଏହା ପଛରେ ତିନୋଟି କାରଣ ରହିଥାଏ। ପ୍ରଥମ କାରଣ ଟି ହେଉଛି ଏହା କି, ଯେତେବେଳେ ଜଣେ ମହିଳା ଙ୍କ ର ମୂତ୍ରାଶୟ ମଧ୍ୟରେ ଥିବା ମାଂସପେଶୀ ଟି ଦୁର୍ବଳ ହୋଇ ଯାଇଥାଏ ତାହା ପରିସ୍ରା କୁ ନିୟନ୍ତ୍ରଣ କରିପାରେ ନାହିଁ ଠିକ ଭାବରେ ସେତେବେଳେ ତାଙ୍କର ପରିଶ୍ରା ନିୟନ୍ତ୍ରଣ ହୁଏ ନାହିଁ। ଦ୍ୱିତୀୟ କାରଣ ଟି ଯେତେବେଳେ ମୂତ୍ରାଶୟ ଉପରେ ଅଧିକ ପ୍ରେସର ପଡିଥାଏ ସେତେବେଳେ ମଧ୍ୟ ସେ ପରିଶ୍ରା କୁ ଠିକ ଭାବରେ ପରିଚାଳନା କରି ପାରେ ନାହିଁ।ତୃତୀୟ କାରଣ ଟି ହେଉଛି ମୂତ୍ରାଶୟ ରେ ଇମଫେକସନ ।
କଣ ରହିଛି ଏହାର ନିରାକରଣ:-
୧.ଆପଣ ମାନେ ଚକଲେଟ, କଫି , ଜଙ୍କ ଫୁଡ଼ ର ସେବନ ଠାରୁ ନିଜକୁ ଦୂରେଇ ରଖନ୍ତୁ ଏହା ଦ୍ୱାରା ଆପଣ ଙ୍କ ର ଏହି ପରିଶ୍ରା କୁ ନିୟନ୍ତ୍ରଣ ନହେବା ର ସମସ୍ୟା କମ ହୋଇଯିବ।
୨.ଯେତେବେଳେ ଜଣେ ମହିଳା ଙ୍କ ର ଏହି ସବୁ ସମସ୍ୟା ରହୁଛି ସେତେବେଳେ ତାଙ୍କୁ ମାନସିକ ସମର୍ଥନ ଦେବା ସହ ପରିଶ୍ରା ଆସିବା ସମୟ ରେ କିଛି ସମୟ ସେହି ସ୍ଥାନ ରେ ବସିକି ରୁହନ୍ତୁ ଏବଂ ତା ପରେ ପରିଶ୍ରା ପାଇଁ ଯାଆନ୍ତୁ। ଧୀରେ ଧୀରେ ଏହା ନିୟମିତ ହୋଇଯିବ।
୩.ସେହିଭଳି ଯଦି ଆପଣ ଙ୍କୁ ପରିଶ୍ରା ଲାଗିବା ମାତ୍ରେ ହୋଇ ଯାଉଛି ତେବେ ଆପଣ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଦୁଇ ଗୋଡ଼ କୁ ଟାଇଟ କରି ମାଡି ରଖନ୍ତୁ କିଛି ସମୟ ଏହା ପରେ ଧୀରେ ଧୀରେ ପରିଶ୍ରା କଣ୍ଟ୍ରୋଲ କରିବା ନିୟମିତ ହୋଇଯିବ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।