Odisha News Portal

ପାରାଲିସିସ୍‌ (Paralysis) କାହିଁକି ହୁଏ ? ଜାଣନ୍ତୁ ଏହାର ଲକ୍ଷଣ ଓ ଚିକିତ୍ସା । Dr. Ramya

ତେବେ ଆମ ଶରୀରରେ ବହୁତ ସମୟରେ ବହୁତ ରୋଗ ହେଇଥାଏ ମାତ୍ର ଆମେ ଜାଣି ନଥାଉ ସେହି ରୋଗ ଗୁଡ଼ିକ କାହିଁକି ହେଇଥାଏ ।ଆଉ ସେସବୁର ଲକ୍ଷଣ ଗୁଡିକ ବିଷୟରେ ବି ଜାଣି ପାରୁ ନାହିଁ ।ତେବେ ଆମେ ଆଜି ଜାଣିବା ପାରାଲିସିସ ବିଷୟରେ,ଏହା କାହିଁକି ହୁଏ,କେମିତି ହୁଏ,ଏହାର ଲକ୍ଷଣ କଣ କଣ ଆଉ କେମିତି ଏହାର ଚିକିତ୍ସା କରାଯାଏ ।ପାରାଲିସିସ ବ୍ରେନ ଷ୍ଟର୍କ ର ଏକ ଅନ୍ୟ ନାମ ଆଉ ଏହାକୁ ସମସ୍ତେ ପଖାଘାତ ବୋଲି ସମସ୍ତେ ଜାଣିଛନ୍ତି ।ଯେତେବେଳେ ମସ୍ତିଷ୍କ ର କୋଷ ଗୁଡିକୁ ରକ୍ତ ସଞ୍ଚାଳନ କମିଯାଏ ବା ଧମନୀ ଦ୍ବାରା କୌଣସି ଧମନୀ ଫାଟି ଯାଏ ତେବେ ତାହା ବ୍ରେନ ଷ୍ଟର୍କ ର କାରଣ ଅଟେ ।

ତେବେ ଏହି ବ୍ରେନ ଷ୍ଟର୍କ ବା ପାରାଲିସିସ ହେଉଛି ପୃଥିବୀର ପଞ୍ଚମ କାରଣ ମୃତ୍ୟର ।ଆଉ 1.9 ନିୟୁତ ଲୋକ ଭାରତରେ ଏଥିରେ ପୀଡିତ ହେଇ ଥାଆନ୍ତି ।ଏଥରେ 70% ରୁ80 % ବିକଳାଙ୍ଗ ଓ 50% ରୁ 60% ଲୋକ ଏଥିରେ ମୃତ୍ୟୁ ବରଣ କରି ଥାଆନ୍ତି ।

ପାରାଲିସିସ କଣ:-

ଯେତେବେଳେ ମସ୍ତିଷ୍କ ର କୋଷ ଗୁଡିକୁ ରକ୍ତ ସଞ୍ଚାଳନ କମିଯାଏ ବା ଉଚ୍ଚ ରକ୍ତଚାପ ଯୋଗୁ ରକ୍ତ ସଞ୍ଚାଳନ ସମୟରେ ରକ୍ତ ଶିରାଟି ଫାଟି ଗଲେ ସେହି କୋଷ ଗୁଡିକୁ ଅକ୍ସୀଜେନ ଓ ଗ୍ଲୁକୋଜର ମାତ୍ରା କମିଯାଏ ଆଉ ସେହି କୋଷ ଗୁଡିକ ଯେଉଁ କାର୍ଯ୍ୟ କରୁଥିଲା ଅଙ୍ଗ ପରିଚାଳନା କରିବା କ୍ଷମତା ତାହା କମିଯାଏ ଆଉ ସେତେବେଳେ ପାରାଲିସିସ ହେଇଥାଏ ।

ପାରାଲିସିସ କାରଣ:-

ପାରାଲିସିସ ହେବାର 2ଟି କାରଣ ରହିଥାଏ,ମୋଡିଫାଏବ୍ଳଲ ରିସ୍କ ଫେକ୍ଟର ଆଉ ନନ ମୋଡିଫାଏବ୍ଳଲ ରିସ୍କ ଫେକ୍ଟର ।

1.ମୋଡିଫାଏବ୍ଳଲ ରିସ୍କ ଫେକ୍ଟର:-ହାଇ ବ୍ଲଡ଼ପ୍ରେସର, ଡାଇବେଟିସ, କଲେଷ୍ଟ୍ରଲ,ମେଦ ବହୁଳତା ଓ ଷ୍ଟ୍ରେସ ଫୁଲ ଜୀବନଚର୍ଯ୍ୟା ଓ ଅଧିକ ମଦ୍ୟପାନ କରିବା ଯୋଗୁଁ ପାରାଲିସିସ ହେଇଥାଏ ।

2.ନନ ମୋଡିଫାଏବ୍ଳଲ ରିସ୍କ ଫେକ୍ଟର:-ଅଧିକ ବୟସ ବେଳେ ପାରାଲିସିସ ହେଇଥାଏ ।

ପାରାଲିସିସ ଲକ୍ଷଣ:-

ଯେତେବେଳେ କିଛି କାମ ହଠାତ ହେଇଥାଏ ତାହା ପାରାଲିସିସ ର ଲକ୍ଷଣ ହେଇଥାଏ, ଯେପରି ମୁଣ୍ଡ ବୁଲେଇବା,ଅନ୍ଧାର ଦେଖାଯିବା,ଗୋଟିଏ ସାଇଡ ଅଙ୍ଗ ଚଳନ କମିଯିବ,କଥା ଖିନୀ ମାରିବା,ବେଳେନ୍ସ ନରହିବା ,ବାରମ୍ବାର ଚେତା ଶୁନ୍ୟ ଓ ଦେଖିବାରେ ଅସୁବିଧା ହଠାତ ହେବ ମୁଖ୍ୟ କାରଣ ଅଟେ ପାରାଲିସିସର ।

ପାରାଲିସିସ ଚିକିତ୍ସା:-

-କିଛି କେଶରେ 4.30 ଘଂଟା ଭିତରେ ହସ୍ପିଟାଲ ପହଂଚିଗଲେ ସେମାନେ 70% ରୁ 80% ପୁର୍ବ ଅବସ୍ଥାକୁ ଆସି ପାରନ୍ତି ।

-NHS ମାଧମରେ ପାରାଲିସିସ କୁ ଚେକ କରି ତାର ଚିକିତ୍ସା କରାଯାଇ ଥାଏ ।

-ବହୁତ ସମୟରେ ସୁଗାର ଲେବୁଲ କୋନ୍ତ୍ରଲ କରିବା ସହିତ ଠିକ ଡାଏଟ ରେ ରହିବାକୁ ପଡିଥାଏ ।

-ଫିଜିଓ ଥେରାପି ଓ ସାଇକ୍ଲୋଜିଷ୍ଟ ଚିକିତ୍ସା ବି ଏଥିରେ କରିବାକୁ ପଡିଥାଏ ।

ପାରାଲିସିସ ର ନିରାକରଣ:-

-ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କିଛି ରୋଗ ହେବା ଆଗରୁ ଆମକୁ ନୀତିଦିନର ଖାଦ୍ୟ ଡାଏଟ ଅନୁଯାଇ ଖାଇବା ଉଚିତ ।30 ମିନିଟ ରୁ 40 ମିନିଟ ଯାଏ ଏକ୍ସାସାଇଜ ପ୍ରତିଦିନ କରିବା ଉଚିତ ।ଆଉ ବ୍ଲଡ଼ ଟେଷ୍ଟ ଓ ଡାକ୍ତର ଚିକିତ୍ସା ରେ ରହିବା ଉଚିତ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।