ବିବାହ ମଣ୍ଡପରେ 7 ଫେରା ପରେ ହଠାତ କନ୍ୟା କଲା ବାନ୍ତି, ପରିବାର ଲୋକ ପଚାରିବା ପରେ ଝିଅ ଯାହା କହିଲା ଶୁଣିଲେ ଆଶ୍ଚର୍ଯ୍ୟ ହେବେ !

କର୍ଣ୍ଣାଟକର ବେଙ୍ଗାଲୁରୁ ଏପରି କିଛି ଘଟଣା ଘଟିଛି ଯାହାକୁ ଜାଣିଲେ ଆପଣଙ୍କର ହୋସ ଉଡିଯିବ । ତେବେ ବିବାହର ତୁରନ୍ତ ପରେ କନ୍ୟା ବାନ୍ତି କରିବା ଆରମ୍ଭ କଲା । ସନ୍ଦେହରେ ବର କନ୍ୟାକୁ ହସ୍ପିଟାଲ ନେଇଥିଲେ ଏବଂ ବିବାହ ପରେ କନ୍ୟାକୁ ଗର୍ଭଧାରଣ ଟେଷ୍ଟ ଏବଂ କୁମାରୀତ୍ୱ ଟେଷ୍ଟ କରିବାକୁ ପଡିଲା | କିନ୍ତୁ ସେପରି କିଛି ଘଟଣା ନଥିଲା | ତେବେ କନ୍ୟାର ଗ୍ୟାଷ୍ଟ୍ରାଇଟିସ୍ (ପେଟ ରୋଗ) ଥିଲା । ପରେ ସନ୍ଦେହ ଏବଂ ନିର୍ଯ୍ୟାତନା ଉପରେ ସ୍ତ୍ରୀ ସ୍ୱାମୀଙ୍କ ବିରୋଧରେ ମାମଲା ରୁଜୁ କରି କୋର୍ଟକୁ ନେଇଥିଲେ । କିନ୍ତୁ ସ୍ୱାମୀ ଏହି ଅଭିଯୋଗକୁ ଅସ୍ୱୀକାର କରି ଛାଡପତ୍ର ପାଇଁ ଆବେଦନ କରିଥିଲେ । ତେବେ ଚାଲନ୍ତୁ ଜାଣିନେବା ସଂମ୍ପୂର୍ଣ୍ଣ ଘଟଣା ବିଷୟରେ ।

ତେବେ ସୂଚନାଯୋଗ୍ୟ, ଉତ୍ତର କର୍ଣ୍ଣାଟକର ଏକ ମେଟ୍ରିମୋନିୟଲ ସାଇଟ ଦ୍ୱାରା ଜଣେ 29 ବର୍ଷିୟ ଶରଦ ଏବଂ 26 ବର୍ଷୀୟ ରକ୍ଷା ମିଶିଥିଲେ । ତେବେ ଦୁହେଁ ଏମବିଏ ସ୍ନାତକ କରିଥିଲେ । ଦୀର୍ଘ ସମୟ ପର୍ଯ୍ୟନ୍ତ ଉଭୟ ଏକାଠି ରହିବା ପରେ ଗତ ନଭେମ୍ବର 2018 ରେ ସେମାନେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ।

ତେବେ ବିବାହ କରିବାର 15 ଦିନ ପୂର୍ବରୁ ରକ୍ଷାଙ୍କ ମାଆ କ୍ୟାନସର୍ ରେ ପିଡିତ ହୋଇ ମୃତ୍ୟୁ ବରଣ କରିଥିଲେ । ଏହାପରେ ରକ୍ଷା ସବୁବେଳେ ଶୋକ ଏବଂ ଉଦାସୀନତା ରହୁଥିଲେ ଏବଂ ରକ୍ଷାର ଏପରି ଅବସ୍ଥା ଦେଖି ଶରଦ ଅନୁଭବ କଲେ ଯେ ରକ୍ଷା ବିବାହରେ ଖୁସି ନୁହଁନ୍ତି । ସେହି ସମୟରେ ରକ୍ଷା ତାଙ୍କର ସାଙ୍ଗଙ୍କ ସହ କଥା ହେଉଥିଲେ , ଯିଏକି ତାଙ୍କର ଖରାପ ସମୟର ବନ୍ଧୁ ଥିଲେ । କିନ୍ତୁ ଶରଦ ରକ୍ଷାଙ୍କୁ ଭୁଲ ବୁଝିଥିଲେ ।

ବିବାହ ଦିନ ରକ୍ଷା ଗ୍ୟାଷ୍ଟ୍ରାଇଟିସ୍ କାରଣରୁ ବାନ୍ତି କରିଥିଲେ । ଏହାପରେ ଶରଦ ରକ୍ଷାଙ୍କୁ ସଂଗେସଂଗେ ହସ୍ପିଟାଲକୁ ନେଇଥିଲେ । ରକ୍ଷାକୁ ଲାଗୁଥିଲା ଶରଦ ତାଙ୍କୁ ଗ୍ୟାଷ୍ଟ୍ରାଇଟିସ୍ ଚିକିତ୍ସା ପାଇଁ ହସ୍ପିଟାଲକୁ ଆଣିଛନ୍ତି । କିନ୍ତୁ ଯେତେବେଳେ ଡାକ୍ଟର ଗର୍ଭଧାରଣ ଟେଷ୍ଟ ଏବଂ କୁମାରୀତ୍ୱ ଟେଷ୍ଟ ଆରମ୍ଭ କଲେ, ସେ ଆଶ୍ଚର୍ଯ୍ୟ ହୋଇଗଲେ | ଟେଷ୍ଟ ସରିବା ପରେ ରକ୍ଷା ଶରଦଙ୍କ ଉପରେ କ୍ରୋଧ କରି ତାଙ୍କ ଭଉଣୀଙ୍କ ଘରକୁ ଚାଲିଗଲେ

3ମାସ ପରେ ବୈବାହିକ ବିବାଦକୁ ଏଡାଇବା ପାଇଁ ଶରଦ ପରିହାର ପରିବାର ପରାମର୍ଶ କେନ୍ଦ୍ରରେ ପହଞ୍ଚି ପତ୍ନୀଙ୍କ ବିରୋଧରେ ଅଭିଯୋଗ କରିଥିଲେ । ଏହାପରେ ରକ୍ଷାକୁ ଏଥିପାଇଁ ଡକାଯାଇଥିଲା । କିନ୍ତୁ ପରିହାର ପରିବାର ପରାମର୍ଶ କେନ୍ଦ୍ର ରକ୍ଷାଙ୍କ କାଥ ଶୁଣି ଆଶ୍ଚର୍ଯ୍ୟ ହୋଇଗଲା ।

ପରାମର୍ଶଦାତା ଅପର୍ନା କହିଥିଲେ – ‘ରକ୍ଷା ଆମକୁ କହିଥିଲେ ଯେ ତାଙ୍କର କୁମାରୀତ୍ୱ ଏବଂ ଗର୍ଭଧାରଣ ପରୀକ୍ଷା ତାଙ୍କୁ ନ ପଚାରି କରାଯାଇଥିଲା । ସେ ନ ଦେଖି ଫର୍ମରେ ଦସ୍ତଖତ କରିଥିଲେ । ଯେତେବେଳେ ପରୀକ୍ଷା ସରିଥିଲା ତା’ପରେ ସେ ଏବିଷୟରେ ଜାଣିବାକୁ ପାଇଥିଲେ । ରକ୍ଷା ଅନୁରୋଧରେ ଶରଦଙ୍କୁ ବ୍ୟାଖ୍ୟା କରାଯାଇଥିଲା ।

କିନ୍ତୁ ସେ ରାଜି ହୋଇନଥିଲେ ।’ ଏହା ପରେ ପୋଲିସର ବିଶ୍ୱସ୍ତତାକୁ ସନ୍ଦେହ ତଥା ବିଚଳିତ କରିବା ପାଇଁ ରକ୍ଷା ଶରଦଙ୍କ ବିରୋଧରେ ଅଭିଯୋଗ ଦାଖଲ କରିଥିଲା ​​ଏବଂ ମାମଲା କୋର୍ଟକୁ ଯାଇଥିଲା । ଏଥିସହିତ ସ୍ୱାମୀ ଛାଡପତ୍ର ପାଇଁ ଆବେଦନ କରିଥିଲେ ।

Leave a Comment