Odisha News Portal

ପାଣ୍ଡବମାନେ ମାତ୍ର ଗୋଟିଏ ରାତିରେ ନିର୍ମାଣ କରିଥିଲେ , ମନ୍ଦିରର ରହସ୍ୟ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ସଂସ୍କୃତି ଏବଂ ଆଧ୍ୟାତ୍ମିକତାର ଦେଶ ହେଉଛି ଆମ ଭାରତ ଏବଂ ଏଠାରେ ବାସ କରୁଥିବା ସମସ୍ତ ଲୋକମାନେ ଅଧିକ ଇଶ୍ୱର ବିଶ୍ୱାସୀ ଅଟନ୍ତି । ଏହା ବ୍ୟତୀତ ଆମ ଦେଶରେ ଅନେକ ମନ୍ଦିର ରହିଛି ଏବଂ ସେହି ମନ୍ଦିର ଗୁଡିକରେ ଅନେକ ରହସ୍ୟ ଲୁଚି ରହିଛି । ସେହି ମନ୍ଦିର ଗୁଡିକରେ ଅନେକ ଦେବାଦେବୀ ମାନେ ପୂଜା ପାଇଥାନ୍ତି ଏବଂ ସେହି ମନ୍ଦିର ଗୁଡିକରେ ଅନେକ ରହସ୍ୟ ଲୁଚି ରହିଥାଏ । ଯାହା ପୁରାଣ ମାନଙ୍କରେ ମଧ୍ୟ ବର୍ଣ୍ଣିତ ରହିଛି ଏବଂ ସେହି ରହସ୍ୟମୟ ମନ୍ଦିର ମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ଭଗବାନ ଶିବଙ୍କୁ ପୂଜା କରାଯାଉଥିବା ଅମରନାଥ ମନ୍ଦିର ଅନ୍ୟତମ ଅଟେ ।

ଏହି ମନ୍ଦିର ମହାରାଷ୍ଟ୍ରରେ ଅବସ୍ଥିତ ଅଟେ ଏବଂ ଏହି ମନ୍ଦିରରେ ଏମିତି କିଛି ରହସ୍ୟମୟ କାହାଣୀ ରହିଛି ଯାହା ସମସ୍ତ ମନ୍ଦିର ମାନଙ୍କ ଠାରୁ ଭିନ୍ନ ଅଟେ । ତେବେ ଆସନ୍ତୁ ଜାଣିବା ସେହି ମନ୍ଦିର ରହସ୍ୟମୟ କାହାଣୀ ସମ୍ପର୍କରେ ।

କୁହାଯାଏକି ପାଣ୍ଡବ ମାନଙ୍କର ଅଜ୍ଞାତବାସ ସମୟରେ ସମସ୍ତ ପାଣ୍ଡବମାନେ ଏକାଠି ରହି ଅମରନାଥରେ ଅନେକ ପଥର ସାହାର୍ଯ୍ୟରେ ଏହି ଶିବ ମନ୍ଦିରଟିକୁ ନିର୍ମାଣ କରୁଥିଲେ । କିନ୍ତୁ ସେହି ସମୟରେ କୌରବ ମାନଙ୍କର ଆକ୍ରମଣ ଯୋଗୁଁ ସେହି ସ୍ଥାନ ଛାଡି ପାଣ୍ଡବମାନେ ପଳାଇ ଯାଇଥିଲେ

। କିନ୍ତୁ ସେହି ମନ୍ଦିରଟି ନିର୍ମାଣ କାର୍ଯ୍ୟ ଅଧୁରା ରହି ଯାଇଥିଲା ଏବଂ ସେହି ମନ୍ଦିରର ଶିଳା ନ୍ୟାସରୁ ଜଣାପଡେ କି 1660 ମସିହାରେ ଏହି ମନ୍ଦିର ନିର୍ମାଣ କରାଯାଇଥିଲା । ଏହି ମନ୍ଦିରଟି ସମସ୍ତ ମନ୍ଦିର ମାନଙ୍କ ଠାରୁ କାରୁକାର୍ଯ୍ୟରେ ଭିନ୍ନ ଅଟେ ଏବଂ ଏହି ମନ୍ଦିରକୁ ପ୍ରବେଶ କରିବା ପାଇଁ 3ଟି ଦ୍ୱାର ରହିଛି ।

ଏହି ଶିବ ମନ୍ଦିରର ମୁଖ୍ୟ ଦ୍ୱାର ସାମ୍ନାରେ 2ଟି ନନ୍ଦିର ମୂର୍ତ୍ତି ରହିଛି ଏବଂ ସେହି ମନ୍ଦିରର 9ଟି ପାହାଚ ଅତିକ୍ରମ କରିବା ପରେ ଗର୍ତ୍ତରେ 3ଟି ଶିବଲିଙ୍ଗର ଦର୍ଶନ ମିଳିଥାଏ । ଏହି ମନ୍ଦିରରେ ଶିବରାତ୍ରୀ ଦିନ ଅନେକ ଭକ୍ତ ମାନଙ୍କର ଭିଡ ଦେଖିବାକୁ ମିଳିଥାଏ , କାରଣ ସେଠାରେ ତିନି ଚାରି ଦିନ ଧରି ମେଳା ବସିଥାଏ ।

ଏହି ଶିବ ମନ୍ଦଟି ଅନ୍ୟ ମନ୍ଦିର ମାନଙ୍କ ଠାରୁ କାରୁ କାର୍ଯ୍ୟ ଓ ସୌନ୍ଦର୍ଯ୍ୟରେ ଭିନ୍ନ ଅଟେ । ଫଳରେ ପ୍ରଭୁଙ୍କ ଦର୍ଶନ କରିବା ପାଇଁ ଅନେକ ଭକ୍ତ ମାନଙ୍କର ଭିଡ ହୋଇଥାଏ ଏବଂ ଏହି ମନ୍ଦିରକୁ ଭକ୍ତମାନେ ନିଜର ଦୁଃଖ କଷ୍ଟ ଦୂର ହୋଇଥାଏ । ଏଠାକୁ ଆସୁଥିବା ସମସ୍ତ ଭକ୍ତମାନଙ୍କର ଇଚ୍ଛା ପୂରଣ ହୋଇଥାଏ ।

ତେବେ ଏହି ମନ୍ଦିରରେ କଳା ଓ ସୌନ୍ଦର୍ଯ୍ୟ ଯୁନେସ୍କୋ ମଧ୍ୟ ଏହାକୁ ମାନ୍ୟତା ଦେଇଛି ଏବଂ ଏହି ମନ୍ଦିର ସମ୍ପର୍କରେ ପୁରାଣରେ ମଧ୍ୟ ବର୍ଣ୍ଣିତ ରହିଛି । ଏହି ମନ୍ଦିରରେ ଅନେକ ଦୂରରୁ ପ୍ରଭୁ ଭଳା ଶଙ୍କରଙ୍କୁ ଦର୍ଶନ କରିବା ପାଇଁ ଆସିଥାନ୍ତି ଏବଂ ସେମାନଙ୍କ ସମସ୍ତ ଇଚ୍ଛା ମଧ୍ୟ ପୂରଣ କରିଥାନ୍ତି ପ୍ରଭୁ ଭୋଳାନାଥ ।