Odisha News Portal

ଆପଣଙ୍କର ଘରେ ପାରା ବସା ବାନ୍ଧିଛନ୍ତି କି ତାହେଲେ ଜାଣନ୍ତୁ ଆଶ୍ଚର୍ଯ୍ୟକର କଥା ..

0 1

ପ୍ରାୟତଃ ସମସ୍ତ ପକ୍ଷୀ ବହୁତ ସରଳ ଏବଂ ଚଞ୍ଚଳ ହୋଇଥାନ୍ତି । ମାତ୍ର ସେଥିମଧ୍ୟରୁ ପାରା ଚଞ୍ଚଳ କମ ଏବଂ ସରଳ ହୋଇଥାଏ । ବିଶ୍ରାମ ନେବା ପାଇଁ ଏମାନେ ଐତିହାସିକ ପୁରୁଣା କୋଠା ଏବଂ ସ୍ମାରକ ଏମାନଙ୍କୁ ଅଧିକ ପସନ୍ଦ ହୋଇଥାଏ । ଆପଣ ମାନେ କଣ ଜାଣିଛନ୍ତି କି ପାରା ଘରକୁ ଆସିବା ଦ୍ୱାରା ମାତା ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ । କେହି କେହି ପାରାକୁ ଲକ୍ଷ୍ମୀଙ୍କର ପ୍ରତୀକ ବୋଲି ମଧ୍ୟ କହିଥାନ୍ତି । ପକ୍ଷୀ ମାନଙ୍କୁ ଦାନା ଦେବା ପ୍ରାୟତଃ ସମସ୍ତଙ୍କୁ ପସନ୍ଦ ଆସିଥାଏ । ମାତ୍ର ପାରା ଏକ ଏପରି ପକ୍ଷୀ ଯାହାକୁ ଶାନ୍ତିର ପ୍ରତୀକ ବୋଲି ବିଚାର କରାଯାଏ ।

ଏହା ସହିତ ପାରା ନିଜର ଜୀବନ ସାଥୀ ପାଇଁ ବହୁତ ସଚ୍ଚୋଟ ରହିଥାଏ । ପାରା ମାନଙ୍କୁ ଦାନା ଦେବା ଏକ ପୁଣ୍ୟର କାମ ଅଟେ । ସେଥିପାଇଁ ପ୍ରାୟତଃ ଲୋକମାନେ ପାରାକୁ ଦାନା ଦେବା ପାଇଁ ପସନ୍ଦ କରିଥାନ୍ତି । ବହୁତ ଲୋକ ପାରାକୁ ନିଜର ଛାତ ଉପରେ ଦାନା ଦେବା ପାଇଁ ପସନ୍ଦ କରିଥାନ୍ତି ।

ମାତ୍ର ଏହି ସମୟରେ କିଛି ସାବଧାନ ରହିବା ଆବଶ୍ୟକ । ଆପଣ ମାନେ ବୋଧ ହୁଏ ଶୁଣିଥିବେ କି ଘରର ଛାତ ଉପରେ ପାରାକୁ ଦାନା ନଦେଇ ଘରର ଅଗଣାରେ ବା ଘରର କୌଣସି ସ୍ଥାନରେ ଦାନା ଦିଆଯାଏ । ଯଦି ଘରେ କିଛି ଅସୁବିଧା ଅଛି ବା ପାଖରେ କୌଣସି ଭଲ ସ୍ଥାନ ନାହିଁ ତେବେ ଆପଣ ମାନେ ଛାତ ଉପରେ ପାରାକୁ ଦାନା ଦେଇପାରିବେ ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଛାତକୁ ରାହୁ ଏବଂ ପାରାକୁ ବୁଦ୍ଧ ବୋଲି ବିଚାର କରାଯାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେଉଁ କୁଣ୍ଡଳୀରେ ରାହୁ ଏବଂ ବୁଧଙ୍କର ମେଳ ହୋଇଥାଏ ତେବେ ସେହିଠାରେ ସ୍ଥିତି ଖରାପ ହୋଇଯାଇଥାଏ । ଯଦି ଜନ୍ମ କୁଣ୍ଡଳୀରେ ବୁଧ ଏବଂ ରାହୁଙ୍କର ମେଳ ଖରାପ ଥାଏ ତେବେ ଏହା ସେହି ବ୍ୟକ୍ତି ପାଇଁ ବହୁତ ହିଁ ଅଶୁଭ ବିଚାର କରାଯାଏ । ଏହି ଅବସ୍ଥାରେ ବ୍ୟକ୍ତି ପାଗଳଙ୍କ ପରି ଓଲଟା ବ୍ୟବହାର କରିପାରେ । ଏହା ସହିତ ଘରେ ମଧ୍ୟ ଧନଜନିତ ସମସ୍ୟା ଦେଖା ଦେଇପାରେ । ସେଥିପାଇଁ ଘରର ଛାତ ଉପରେ ପାରାକୁ ଦାନା ନଦେଇ ଘରର ବାହାରେ ବା ଅଗଣାରେ ଦାନା ଦିଅନ୍ତୁ ।

ମାତ୍ର ଗୋଟିଏ କଥା ମନେ ରଖିବେ କି କେବେ ହେଲେ ପାରାକୁ ଘରେ ବସା ବାନ୍ଧିବା ପାଇଁ ଦିଅନ୍ତୁ ନାହିଁ କାରଣ ଏହାକୁ ଅଶୁଭ ବୋଲି ବିଚାର କରାଯାଏ । ଯଦି ଆପଣଙ୍କର ଘରର ପାଖାପାଖି ପାରା ନାହାନ୍ତି ବା ଆପଣ ମାନେ ପାରାକୁ ଦେଖିବାକୁ ପାଉନାହାନ୍ତି ତେବେ ସବୁଦିନ କିଛି ପାଣି ଏବଂ ଦାନା ଖୋଲା ସ୍ଥାନରେ ରଖନ୍ତୁ ।

ଯାହା ଦ୍ୱାରା କି ବାହାରର ପକ୍ଷୀ ମାନେ ତାହାକୁ ଦେଖିପାରିବେ , ଏପରି କିଛି ଦିନ କରିବା ପରେ ପାରା ମାନେ ଆସିଯିବାକୁ ଲାଗିଥାନ୍ତି । ପାରା ମାନଙ୍କୁ ଏପରି ଦାନା ଦେବା ଦ୍ୱାରା ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ରହିଥାନ୍ତି । ଏହା ସହିତ ଆପଣ ମାନଙ୍କର ସମସ୍ତ ଧନ ଜନିତ ସମସ୍ୟା ଦୂରେଇ ଯିବାକୁ ଲାଗେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।