Odisha News Portal

ପଞ୍ଚୁକ ପାଞ୍ଚ ଦିନରେ କରନ୍ତୁ ଏହି 5 ଟି କାମ ! ପୁରା ହେବ ସବୁ ମନସ୍କାମନା ,ମୁହଁରୁ ବାହାରୁ ଥିବା କଥା ହେବ ସତ……

କାର୍ତ୍ତିକ ମାସ ଏକାଦଶୀରୁ ପୁରୁଷ , ସ୍ତ୍ରୀ ଯୁବକ ଯୁବତୀ ଦୃଢ ବ୍ରତ ଭାବେ ପ୍ରାତଋହ ସ୍ନାନ ସହ ପଞ୍ଚଦିନ ଭାବି ପଞ୍ଚୁକ ପାଳନ କରନ୍ତି । ପିତାମହ ଭୀଷ୍ମ ବାସୁଦେବଙ୍କ ଠାରୁ ପ୍ରତିଦିନ କାର୍ତ୍ତିକ ମାସ ଶେଷ ପାଞ୍ଚ ଦିନ ବ୍ରତ ରଖି ପଞ୍ଚୁକ ପାଶନ କରିବାକୁ କହିଥିଲେ । ସେହି ଅନୁସାରେ ବ୍ରତର ନାମକରଣ ଭୀଷ୍ମ ପଞ୍ଚକ ବୋଲି ହୋଇଛି । ତେବେ ଯଦି ଆପଣ ମାନେ ନିଜର ମନସ୍କାମନା ଏବଂ ଇଚ୍ଛାକୁ ପୂରଣ କରିବାକୁ ଚାହୁଁଥିଲେ ଏହି ପଞ୍ଚୁକ ପାଞ୍ଚଦିନରେ କରନ୍ତୁ ଏହି ପାଞ୍ଚଟି କାମ । ତେବେ ଆସନ୍ତୁ ଜାଣିବା କଣ ଅଟେ ସେହି କାମ ।

1–ରାଧାକୃଶ୍ନଙ୍କର ପୂଜା

ପଞ୍ଚୁକ ପାଞ୍ଚ ଦିନରେ ଆପଣ ମାନେ ପ୍ରଭୁ ରାଧାକୃଷ୍ନଙ୍କର ପୂଜା କରନ୍ତୁ । ପୂଜା କରିବା ସମୟରେ ରାଧା , କୃଷ୍ନଙ୍କୁ ତୁଳସୀ କାଠରେ ଚନ୍ଦନ ଘୋରାଇ ଲଗାନ୍ତୁ । ଏମିତି କରିବା ଦ୍ୱାରା ପ୍ରଭୁ ରାଧାକୃଷ୍ନ ଆପଣଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି ।

2–ସୂର୍ଯ୍ୟୋଦୟ ପୂର୍ବରୁ ଘର ସଫା କରିବା

ପଞ୍ଚୁକ ପାଞ୍ଚ ଦିନରେ ଆପଣ ମାନେ ସକାଳେ ଭୋର ଭୋରରୁ ଉଟି କରି ଘରକୁ ସଫା କରିନିଅନ୍ତୁ । ଏହା ପରେ ନିଜ ଘର ବାହାର ଚାରିପଟ , ବାଡି ବଗିଚା , ମନ୍ଦିର ଏବଂ କିଛି ସ୍ଥାନ ଯାହା ଆପଣଙ୍କର ଘର ପାଖରେ ଥିବ ତାହାକୁ ଝାଡୁରେ ସଫା କରିନେବେ । ଏମିତି ଘର ଚାରିପଟେ ପରିଷ୍କାର ରଖିବା ଦ୍ୱାରା ଭଗବାନ ବିଷ୍ନୁ ଏବଂ ମାତା ଲକ୍ଷ୍ମୀ ଖୁସି ହୋଇ ତାଙ୍କର କୃପା ଦୃଷ୍ଟି ଆପଣଙ୍କର ଉପରେ ପକାଇଥାନ୍ତି । କାହିଁକିନା ମାତା ଲକ୍ଷ୍ମୀ ସର୍ବଦା ପରିଷ୍କାର ବା ସ୍ୱଚ୍ଛ ସ୍ଥାନରେ ରହିବା ପାଇଁ ପସନ୍ଦ କରନ୍ତି ।

3–ସୂର୍ଯ୍ୟୋଦୟ ପୂର୍ବରୁ ସ୍ନାନ କରିବା

ଆପଣ ମାନେ ଏହି ପଞ୍ଚୁକରେ ସୂର୍ଯ୍ୟୋଦୟ ହେବା ପୂର୍ବରୁ ପ୍ରାତଃହ ସ୍ନାନ କରିନେବା ଉଚିତ । ଏହା ପରେ ସ୍ନାନ କରିବା ପରେ ଚଉରା ପୂଜା ବା ତୁଳସୀର ପୂଜା କରନ୍ତୁ । ଏହା ପରେ ଆପଣ ମାନେ ଚଫରା ପାଖରେ ବା ରାଧାକୃଷ୍ନଙ୍କ ପାଖରେ କିଛି ମୁରୁଜ ପକାନ୍ତୁ । ଏପରି ପ୍ରତିଦିନ ପଞ୍ଚୁକ ପାଞ୍ଚଦିନ ସକାଳୁ ଉଟି କରି କରନ୍ତୁ । ଏମିତି କରିବା ଦ୍ୱରା ଆପଣଙ୍କର ସମସ୍ତ ମନ ସ୍କାମନା ପୂରଣ ହୋଇଥାଏ ।

4–ଜଗନ୍ନାଥଙ୍କ ପାଖରେ ନୀଳ ଅପରାଜିତା ଫୁଲ ଅର୍ପଣ

ଆପଣ ମାନେ ଏହି ପଞ୍ଚୁକ ପାଞ୍ଚଦିନରେ ଭଗବାନ ଶ୍ରୀ ଜଗନ୍ନାଥଙ୍କ ପାଖରେ ନୀଳ ଅପରାଜିତା ଫୁଲକୁ ନେଇ କରି ଅର୍ପଣ କରନ୍ତୁ । ଏମିତି କରିବା ଦ୍ୱାରା ଶ୍ରୀ ଜଗନ୍ନାଥଙ୍କର ମହା ଆର୍ଶିବାଦ ଆପଣ ମାନଙ୍କୁ ପ୍ରାପ୍ତ ହୋଇଥାଏ । କାହିଁକିନା ନୀଳ ଅପରାଜିତା ଫୁଲ ପ୍ରଭୁ ଜଗନ୍ନାଥଙ୍କର ପ୍ରତୀକ ହୋଇଥାଏ ।

5–କଦଳା ପାଟୁଆରେ ଡଙ୍ଗା ଭସା

ଏହି ପଞ୍ଚୁକ ପାଞ୍ଚ ଦିନର ଶେଷରେ ପିଲା ଠାରୁ ସମସ୍ତେ ନିଜର ଡଙ୍ଗାକୁ ଭସେଇ ଥାନ୍ତି ଯ ଯଦି ଆପଣ ମାନେ ଏହି ଡଙ୍ଗାକୁ କଦଳୀ ପାଟୁଆରେ ତିଆରି କରି ଭସାନ୍ତି ତେବେ ଆପରଣଙ୍କର ସମସ୍ତ ମନ ସ୍କାମନା ପୂରଣ ହୋଇଥାଏ । ଯଦି ଆପଣ ମାନେ ସୋଲ ର ଡଙ୍ଗା ଆଣି ଭସେଇବେ ତେବେ ଦ୍ୟାନ ଦେବେ କି ଆପଣ ମାନେ ଯେଉଁ ଦୀପ ଲଗାଇଥିବେ ତାହା ଅଧାବାଟ ଯାଇ ଯେପରି ଲିଭି ନଯାଏ । ଏମିତି ହେଲେ ଆପଣଙ୍କର ମନ ସ୍କାମନା ଅଧା ରହିଯାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।