Odisha News Portal

ଦେଖନ୍ତୁ ଏହି ଆଶ୍ଚର୍ଯ୍ୟ ଜନକ ବାହାଘର ! ଦୁଇ ଫୁଟ୍ ର ବରକୁ ପାଞ୍ଚ ଫୁଟ୍ ର କନ୍ୟା,ଏମାନଙ୍କ ପାଇଁ ପ୍ରେମ ହିଁ ଦୁନିଆ…

ଦୁଇ ଫୁଟ୍ ର ବରକୁ ପାଞ୍ଚ ଫୁଟ୍ ର କନ୍ୟା, ଏମାନଙ୍କ ପାଇଁ ପ୍ରେମ ହିଁ ଦୁନିଆ । ଗାଁ ରେ ମିଶିଲା ମନ , ମନ୍ଦିରରେ ହେଲା ମିଳିନ । ଆଉ ସାତ ଜନ୍ମ ପାଇଁ ସାଥୀ ହୋଇ ଗଲେ ତାପସ ଏବଂ କବିତା । ତେବେ ପ୍ରେମରେ ଉଚ୍ଚ ନିଚ୍ଚ କିଛି ନଥାଏ , କି ନଥାଏ କିଛି ଜାତି ଧର୍ମ ଏବଂ ନଥାଏ ବି ବଡ ସାନ । ବାସ୍ କେବଳ ହୃଦୟ ପଢି ପାରୁଥିବା ମଣିଷଟିଏ ମିଳି ଗଲେ ସୁନ୍ଦର ହୁଏ ଜୀବନ । ତେବେ ଏହି କଥାକୁ ବେଶ୍ ଭଲ ଭାବରେ ବୁଝି ନିଜ ଭଲପାଇବାକୁ ସ୍ବାମୀ ସ୍ତ୍ରୀ ଭାବେ ସ୍ବକୃତି ଦେଇଛନ୍ତି ଦୁହେଁ , ଆଉ ବାନ୍ଧି ହୋଇଛନ୍ତି ଉଭୟେ ବିବାହ ଭଳି ପବିତ୍ର ବନ୍ଧନରେ ।

ତେବେ ଏହି ଘଟଣାଟି ମୟୂରଭଞ୍ଜ ମରଢା ଅଞ୍ଚଳ ମାଳିଭୂତା ଗାଁ ର 35 ବର୍ଷର ଦିବ୍ୟାଙ୍ଗ ଯୁବକ ତାପସ ରାଉତ ଏବଂ ବାଲେଶ୍ବର ର ଜଳେଶ୍ବର ବ୍ଲକର ରଙ୍ଗାମାଟିଆ ଗାଁର 25 ବର୍ଷର ଯୁବତୀ କବିତା ସିଂ ଉଭୟେ ଉଭୟଙ୍କୁ ପ୍ରେମ ରେ ପଡି ଥିଲେ ।

ପ୍ରଥମ ଦେଖାରେ ହିଁ ଦୁହେଁ ଦୁହିଂଙ୍କୁ ନିଜର ମନ ଦିଆ ନିଆ ହୋଇଥିଲେ । ତେବେ ପ୍ରଥମେ ତାପସ ରାଉତ କବିତା ସିଂ ଙ୍କୁ ଆଇ ଲଭ ୟୁ କହିବା ପରେ କବିତା ମଧ୍ୟ ପ୍ରେମ ନିବେଦନ କୁ ଗ୍ରହଣ କରି ତାର ପ୍ରତି ଉତ୍ତରରେ ତାପସଙ୍କୁ କହିଥିଲେ ଆଇ ଲଭ ୟୁ । ବାସ୍ ଏହା ହିଁ ଥିଲା ସେହି ସଫଳ ପ୍ରେମର ଗୋଟିଏ ସୁନ୍ଦର ପ୍ରମାଣ ।

ତେବେ ଦିବ୍ୟାଙ୍ଗ ଜାଣି ମଧ୍ୟ ତାପସଙ୍କୁ ନିଜର ଜୀବନ ସାଥୀ କରିବାକୁ ମନସ୍ଥ କରିଛନ୍ତି କବିତା । ଆଦିବାସୀ ସଂମ୍ପ୍ରଦାୟ ର ଯୁବତୀ ହୋଇଥିଲେ ହେଁ ସେମାନଙ୍କ ଭିତରେ ନାଁ ଜାତି ଗତ ନାଁ ଉଚ୍ଚତା ର ତାରତମ୍ୟ କିଛି ବି ସେମାନଙ୍କର ପ୍ରେମ ର ରାସ୍ତାରେ କଣ୍ଟା ସାଜି ନାହିଁ ।

ତେବେ ସେମାନେ ବାରିପଦା କୋର୍ଟରେ ରେଜିଷ୍ଟ୍ରି ମ୍ୟାରେଜ କରିବା ପରେ ମନ୍ଦିରରେ ଭଗବାନଙ୍କ ସାମ୍ମୁଖରେ ଉଭୟେ ଉଭୟଙ୍କୁ ଫୁଲ ମାଳା ଦେଇ ବିବାହ କରିଛନ୍ତି । ତେବେ ତାପସ ଦିବ୍ୟଙ୍ଗ ହୋଇ ବି ଅନ୍ୟ ମାନଙ୍କ ପରି ରୋଜଗାର ମଧ୍ୟ କରୁଛନ୍ତି । ତିନି ତିନୋଟି ଟ୍ରାକ୍ଟର ସହ ଅନ୍ୟ ବ୍ୟବସାୟ କରି ସ୍ବଚ୍ଛଳ ହୋଇଛନ୍ତି ତାପସ । ଆଉ ଏବେ କବିତାଙ୍କୁ ବିବାହ କରି ତାଙ୍କୁ ଭଲରେ ରଖିବେ ବୋଲି୍ ହୋମ ନିଆଁକୁ ସାକ୍ଷି ରଖିଛନ୍ତି ।

ତେବେ ସେମାନେ ପ୍ରମାଣ କରି ଦେଇଛନ୍ତି ଯେ ଜଣେ କେବଳ ଦେଖିବା ପାଇଁ ସୁନ୍ଦର ହୋଇଥିଲେ ତାହାକୁ ଯେ ପ୍ରେମ ହୋଇ ଥାଏ ତାହା ନୁହେଁ ବରଂ ପ୍ରେମ ହେଉଛି ସ୍ବାଶତ୍ବ ତାହା କେତେବେଳେ କାହାକୁ କେମିତି ହୋଇ ଯାଇଥାଏ, ତାହା କହି ହେବ ନାହିଁ । ପ୍ରେମ କେବଳ ସୁନ୍ଦରତାରେ ହୋଇ ନଥାଏ ବରଂ ସୁନ୍ଦର ମନରେ ହିଁ ହୋଇଥାଏ । ଯାହାର ଜ୍ବଳନ୍ତ ଉଦାହରଣ ହେଉଛନ୍ତି ଏମାନେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।