Odisha News Portal

ସେବନ କରନ୍ତୁ ଏହି ପାଞ୍ଚୋଟି ଶାଗ 100 ବର୍ଷ ଯାଏଁ ରହିବନି କୌଣସି ରୋଗ ! ଆଜି ହିଁ ସେବନ କରନ୍ତୁ ଏବଂ ଜାଣନ୍ତୁ ଏହାର ଉପକାର ବିଷୟରେ….

ଆଜି ଆମେ ଜାଣିବା ସେହି ଚାରୋଟି ଶାଗ ବିଷୟରେ ଯାହାକୁ ଯଦି ଆପଣ ପ୍ରତି ଦିନ ଖାଇବେ ତେବେ ଆପଣଙ୍କୁ ଜୀବନରେ କେବେ ବି କୌଣସି ରୋଗ ହେବ ନାହିଁ । ଯେ କୌଣସି ଶାଗ ଖାଇବା ଶରୀର ପାଇଂ ଲାଭକାରୀ ହୋଇଥାଏ । ଶୀତ ଦିନେ ବଜାରରେ ଅନେକ ପ୍ରକାର ଶାଗ ମଧ୍ୟ ମିଳିଥାଏ । ଏମାନଙ୍କ ମଧ୍ୟ ସୋରିଷ, ପାଳଙ୍ଗ, ବଥୁଆ, ମେଥି ଇତ୍ୟାଦି ଶାଗ ଏହି ଦିନରେ ଅଧିକ ମିଳିଥାଏ । ସବୁଜ ପନିପରିବା ଆମ ଶରୀର ପାଇଁ ଉପକାରୀ ହୋଇଥିବା ବେଳେ ଶାଗ ମଧ୍ୟ ଶରୀର ପାଇଁ ବେଶ୍ ଉପକାରୀ ହୋଇଥାଏ । ଶାଗରେ ଅଧିକ ମାତ୍ରାରେ ପୋଷକ ତତ୍ବ ରହିଥାଏ । ଆଜି ଆମେ ଏହି ଲେଖା ମାଧ୍ୟମରେ ଜାଣିବା କେଉଂ ଚାରୋଟି ଶାଗ ଖାଇଲେ ଆମେ ସବୁବେଳେ ନିରୋଗ ରହିବା ।

1. ପାଳଙ୍ଗ ଶାଗ –

ପାଳଙ୍ଗ ଶାଗ ଶୀତ ଦିନରେ ଅଧି୍କ ମିଳିଥାଏ । ଏହି ଶାଗ ଖାଇବା ଦ୍ବାରା କ୍ୟାନସର ଭଳି ରୋଗକୁ କମ୍ କରିପାରିବେ । ଏଥିରେ ଥିବା ହାବୋନାଇଟ୍, କମ୍ପରୋଲ ତତ୍ବ ମିଳିଥାଏ । ଯାହା ମହିଳାଙ୍କର ଓଭାରୀ କ୍ୟାନସରକୁ 40 ପ୍ରତିଶତ କମ୍ କରିଥାଏ । ଏହାଛଡା ପାଳଙ୍ଗରେ ଥିବା ଆଣ୍ଟି ଅକ୍ସିଡେଣ୍ଟ ହୃଦୟକୁ ସୁସ୍ଥ ରଖିଥାଏ ଏବଂ ଏଥିରେ ଥିବା ଆଇରନ ଶରୀରର ରକ୍ତ ଅଭାବକୁ ଦୂର କରିଥାଏ । ଏହାମଧ୍ୟ ଦୃଷ୍ଟିଶକ୍ତି ବଢାଇଥାଏ , ଏଥିପାଇଂ ଡାକ୍ତରମାନେ ପାଲଙ୍ଗ ଶାଗ ଖାଇବାକୁ ପରାମର୍ଶ ଦେଇଥାନ୍ତି ।

2. ମେଥି ଶାଗ –

ଏହି ଶାଗରେ ଅଧି୍କ ମାତ୍ରରେ ପ୍ରୋଟିନ୍, ଫାଇବର୍ , ଭିଟାମିନ ସି, ମିଆସି , ପୋଟାସିୟମ, ଆଇରନ୍ ଫୋଲିକ ଏସିଡ୍ , ମ୍ୟାଗେନେସିୟମ, କପର ଭଳି ପୋଷକ ତତ୍ବ ଅଧିକ ମାତ୍ରରେ ଥାଏ । ଯାହା ଆମ ଶରୀର ପାଇଁ ବେଶ୍ ଆବଶ୍ୟକ ହୋଇଥାଏ । ଯେଉଂ ଲୋକମାନଙ୍କର ଉଚ୍ଚ ରକ୍ତଚାପ, ଡାଇବେଟିସ୍, ପାଚନକ୍ରିୟାରେ ସମସ୍ୟା ରହିଥାଏ ସେମାନେ ମେଥି ଶାଗ ଖାଇବା ଉଚିତ ।

3. ବଥୁଆ ଶାଗ –

ବଥୁଆ ଶାଗରେ ପୋଷକ ତତ୍ବ ଭରପୁର ମାତ୍ରାରେ ରହିଥାଏ । ଏହାଛଡା କ୍ୟାଲସିୟମ , ଫସଫରସ, ଭିଟାମିନ ଇତ୍ୟାଦି ପ୍ରଚୁର ମାତ୍ରାରେ ରହିଛି । ବଥୁଆ ଶାଗ ଖାଇବା ଦ୍ବାର କିଡନିରେ ହେଉଥିବା ଷ୍ଟୋନ୍ ସମସ୍ୟାରୁ ମୁକ୍ତି ମିଳିଥାଏ । ଏହାଛଡା ପେଟଦରଜ ଏବଂ କଷ୍ଠକାଠିନ୍ୟ ସମସ୍ୟା ମଧ୍ୟ ଦୂର ହୋଇଥାଏ ।

4. ଖଡା ଶା

ଏହି ଶାଗରେ କାର୍ବୋହାଇଟ୍ରେଡ, ଫସଫରସ, ପ୍ରୋଟିନ , କ୍ୟାଲସିୟମ, ଭିଟାମିନ ଏ . ଆଇରନ ରହିଥାଏ । ଏହାକୁ ଖାଇବା ଦ୍ବାରା ଶରୀରରେ ଭିଟାମିନର ଅଭାବ ରହି ନଥାଏ । ଦୃଷ୍ଟିଶକ୍ତି ସମସ୍ୟା, ରକ୍ତକୁ ସଫା କରିବା, କେଶ ଧଳା ହେବା, ରକ୍ତ ଅଭାବ ଏବଂ ମାଂସପେଶୀକୁ ସୁଦୃଢ କରିଥାଏ । ଏହାଛଡା ଜ୍ବର ଏବଂ ହୃଦୟଜନିତ ରୋଗରୁ ମୁକ୍ତି ଦେଇଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।