Odisha News Portal

ଦେଖନ୍ତୁ Exclusive ଭିଡ଼ିଓ : ବାତ୍ୟା ” ୟସ ” ର ମହାପ୍ରଭାବ, ପଳେଇ ଆସ ଭାଇ ପଳେଇ ଆସ….

ବାତ୍ୟା ଯସ୍ ର ସ୍ଥିତି ସମୟକ୍ରମେ ଭୟଙ୍କର ହେବାକୁ ଯାଉଛି। ଯାହା ଜଣା ପଡିଛି ଏହି ସାମୁଦ୍ରିକ ଝଡ଼ ଖୁବ୍‌ ଭୟଙ୍କର ହୋଇ ଆସୁଛି।ତେବେ ବାତ୍ୟା ‘ୟସ୍‌’ ଅନେକ ବିପଦ ଘଟାଇ ପାରେ ବୋଲି ପୂର୍ବ ଅନୁମାନ କରା ଯାଇଛି। ଆଉ ବିଶେଷ କରି ଓଡ଼ିଶାର ଅଳ୍ପ କିଛି ଜିଲ୍ଲାକୁ ଏହା ପ୍ରଭାବିତ କରିବ ବୋଲି ପୁର୍ବାନୁମାନ କରାଯାଉଛି । ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ସଜାଗ ରହି ଲୋକଙ୍କୁ ସତର୍କ କରିବା ସହ ବିଭିନ୍ନ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛନ୍ତି।ଭୀଷଣ ରୂପ ଧାରଣ କରି ଓଡ଼ିଶା ଉପକୂଳ ମୁହାଁଉଛି ବାତ୍ୟା ୟସ୍‌ । ପାରାଦୀପ ଓ ବାଲେଶ୍ୱର ଉପକୂଳ ଆଡ଼େ ଅଗ୍ରସର ହେଉଛି।

ତେବେ ଯାହା ଜଣା ପଡିଛି ଏବେ ଘଣ୍ଟାପ୍ରତି ୧୫ କିଲୋମିଟର ବେଗରେ ଆଗକୁ ବଢୁଛି ବାତ୍ୟା। ଏହାର ଭୟଙ୍କର ପ୍ରଭାବ କୁ ଲକ୍ଷ୍ୟ କରି ମତ୍ସ୍ୟ ଜିବୀ ମାନଙ୍କୁ ସମୁଦ୍ର ଭିତରୁ କୂଳକୁ ଫେରି ଆସିବା ପାଇଁ କୁହା ଯାଉଚି।ତେବେ ଏବେ ଏକ ଘଟଣା ସାମ୍ନାକୁ ଆସିଛି ଯେଉଁ ଘଟଣାରେ ପ୍ରଶାସନ ପକ୍ଷରୁ ବାତ୍ୟା ପୂର୍ବ ପ୍ରସ୍ତୁତି ଦେଖିବାକୁ ମିଳିଛି। ଆମେ କହିବାକୁ ଯାଉଥିବା ଘଟଣା ହେଉଛି ଚାନ୍ଦବାଲି ଉପକୂଳର। ଏଠାରେ ଏନ୍ ଡି ଆର୍ ଏଫ୍ NDRF ଟିମ୍ ପହଞ୍ଚି ସମୁଦ୍ର କୂଳରେ ରହି ଯେଉଁମାନେ ସମୁଦ୍ର ଭିତରକୁ ପ୍ରବେଶ କରିଛନ୍ତି ସେମାନଙ୍କୁ ସମୁଦ୍ର କୂଳକୁ ଫେରି ଆସିବାକୁ କହୁଛନ୍ତି। ବଡ଼ ପାଟିରେ ଡାକି ସେମାନେ ସମସ୍ତଙ୍କୁ କୂଳକୁ ଫେରି ଆସିବାକୁ କହୁଛନ୍ତି।

ତେବେ ବାତ୍ୟାର ଭୟାବହତା କୁ ଲକ୍ଷ୍ୟ କରି ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରା ଯାଇଥିବା ବେଳେ କିପରି ଭାବରେ ସମସ୍ତଙ୍କୁ ସୁରକ୍ଷିତ ସ୍ଥାନକୁ ଅଣା ଯାଇ ପାରିବ ସେଥିପ୍ରତି ବିଶେଷ ଧ୍ୟାନ ଦିଆ ଯାଇଛି। ତେବେ ଆପଣଙ୍କୁ କହି ରଖୁଛୁ ଯେ ଆସୁଥିବା ଏହି ବାତ୍ୟା ମାଡ଼ର ବେଶୀ କ୍ଷତି ସହିବ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା। ସେହିପରି କେନ୍ଦ୍ରାପଡ଼ା, ରାଜନଗର, ରାଜକନିକା, ଆଳି, ପଟ୍ଟାମୁଣ୍ଡାଇ, ମହାକାଳପଡ଼ା ରେ ବ୍ୟାପକ କ୍ଷୟକ୍ଷତି ଆକଳନ କରା ଯାଉଛି।ଏହା ବ୍ୟତୀତ କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଓ ହାଟଡିହି ଏବଂ ମୟୂରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡାରେ ବି ବାତ୍ୟା ୟଶ୍ ର ପ୍ରଭାବ ରହିବ। ତେଣୁ ଏହିସବୁ ଜିଲ୍ଲା କୁ ସଚେତନ ରହିବାକୁ କୁହା ଯାଇଛି।

ସମସ୍ତେ ସତର୍କ ରହିବା ସହିତ ବାତ୍ୟା ସମୟରେ କରନା ସଚେତନତା ମଧ୍ୟ ପାଳନ କରିବା ଆବଶ୍ୟକ ବୋଲି କୁହା ଯାଇଛି। ଏହାଛଡା ଏହା ଭିତରେ ଯେଉଁମାନେ ନିଜ ଘରେ ରହୁଛନ୍ତି ସେମାନେ ନିଜସ୍ୱ ଭାବେ କିଛି ସତର୍କତା ଅବଲମ୍ବନ କରିବା ଉଚିତ। ବାଲେଶ୍ଵର ଏବଂ ଭଦ୍ରକ ଜିଲ୍ଲା ଉପରେ ଏହାର ପ୍ରଭାବ ଅଧିକ ରହିବ ବୋଲି କୁହା ଯାଇଛି ଫଳରେ ଏହି ଜିଲ୍ଲା ଗୁଡ଼ିକ ପାଇଁ ସତର୍କତା ଅବଲମ୍ବନ କରିବା ନିହାତି ଆବଶ୍ୟକ ଅଟେ। ପ୍ରଶାସନ ପକ୍ଷରୁ ମଧ୍ୟ ଏଥିପ୍ରତି ଉପଯୁକ୍ତ ଭାବରେ ପ୍ରସ୍ତୁତି କରା ଯାଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।