Odisha News Portal

ପବିତ୍ର ସୁଦଶା ବ୍ରତ ଗୁରୁବାର ସୁଖ ସମୃଦ୍ଧି ପାଇଁ କ’ଣ କରିବେ ଜାଣନ୍ତୁ ? ଦୁର୍ଦଶା ରୁ ସୁଦଶା

ଆମ ଉତ୍କଳିୟ ସଂସ୍କୃତି ଓ ପରମ୍ପରା ରେ ଏହି ବ୍ରତର ଅନେକ ମହତ୍ତ୍ଵ ରହିଛି। ଓଡ଼ିଶାରେ ପାଳିତ ହେଉଥିବା ବ୍ରତ ମାନଙ୍କ ମଧ୍ୟରୁ ସୁଦଶା ବ୍ରତ ହେଉଛି ଅନ୍ୟତମ, ମାତା ଲକ୍ଷ୍ମୀଙ୍କ ଆରାଧନାର ପର୍ବ ହେଉଛି ସୁଦଶା ବ୍ରତ ଏହି ପର୍ବ ଭକ୍ତି ଓ ନିଷ୍ଠାର ସହିତ ସାରା ରାଜ୍ୟରେ ପାଳନ କରାଯାଏ। ତେବେ ଯଦି କୌଣସି ମାସର ଦଶମୀ ତିଥି ଶୁକ୍ଳପକ୍ଷ ଗୁରୁବାର ଦିନ ପଡ଼ିଥାଏ , ତେବେ ସେହି ଗୁରୁବାର ଦିନ ସୁଦଶା ବ୍ରତ ପାଳନ କରାଯାଇଥାଏ।

ଯଦି ଏହି ଦିନ ଯଦି କୌଣସି ବିବାହ ତିଥି ରହିଥାଏ, ତାହାଲେ ଏହି ଦିନକୁ ନୂଆ ସୁଦଶା ବ୍ରତ ବୋଲି କୁହାଯାଇଥାଏ। ଅର୍ଥାତ ଏହି ଦିନ ବିବାହିତା ମହିଳା ମାନେ ବ୍ରତ ଆରମ୍ଭ କରିଥାନ୍ତି। ଘରର ସୁଖ ଶାନ୍ତି ବଜାଇ ରଖିବା ପାଇଁ ଗୃହିଣୀ ମାନେ ଏହି ବ୍ରତ ନିଷ୍ଠାର ସହିତ ପାଳନ କରିଥାନ୍ତି। ପୌରାଣିକ ମତରେ ଏହି ବ୍ରତ ପ୍ରଥମେ ବିଧ୍ୱର୍ଵ ଦେଶର ରାଜା ନଳଙ୍କ ପାଟ ରାଣୀ ପ୍ରାଥମେ ଆରମ୍ଭ କରିଥିଲେ, ସେହି ଦିନ ଠାରୁ ବିବାହିତା ନାରୀମାନେ ଏହି ପର୍ବକୁ ପାଳନ କରି ଆସୁଛନ୍ତି।

ଏହି ଦିନ ମହିଳା ମାନେ ବ୍ରତକୁ ହଳଦୀ ପାଣିରେ ବୁଡାଇ ମହିଳା ମାନେ ଡାହାଣ ହାତରେ ଧାରଣ କରିଥାନ୍ତି। ସୁଦଶା ବ୍ରତର ଅର୍ଥ ହେଉଛି ,’ ସୁ’ ଅର୍ଥ ହେଉଛି ଶୁଭ ବା ସକାରାତ୍ମକ ଏବଂ ‘ଦଶା’ ର ଅର୍ଥ ହେଉଛି ଦଶ ଅଙ୍କର ମହତ୍ତ୍ୱ , ଏହାର ଅନ୍ୟ ଅର୍ଥ ହେଉଛି ମନୁଷ୍ୟର ଦୁର୍ଦଶାକୁ ସୁଦଶାରେ ପରିଣତ କରୁଥିବା ବ୍ରତ।, ତେଣୁ ସୁଦଶା ରେ ଦଶ ପାଖୁଡ଼ାର ପଦ୍ମ ଫୁଲ , ଦଶ ବର୍ଣ୍ଣ ମୁରୁଜ, ଦଶମୁଖୀ ଦୀପ, ଦଶ ଗୋଟି ଚାଉଳ, ଦଶ ଗୋଟିଏ ମଣ୍ଡା ଏବଂ ଦଶ ଗୋଟି କଦଳୀ ଏବଂ ମାଆ ଲକ୍ଷ୍ମୀ ଙ୍କ ଦଶ ନାମ ଉଚ୍ଚାରଣ କରି ମହିଳା ମାନେ ଦଶ ଖିଅ ଧଳା ସୂତାରେ ଦଶଟି ଗଣ୍ଠି ଦେଇ ବ୍ରତ ପୂଜା କରିଥାନ୍ତି। ପରବର୍ତ୍ତୀ ସୁଦଶା ବ୍ରତ ପର୍ଯ୍ୟନ୍ତ ଏହି ବ୍ରତକୁ ଧାରଣ କରିଥାନ୍ତି।

ବ୍ରତରେ ଗଣ୍ଠି ଦେବା ସମୟରେ ମାତା ଙ୍କ ଏହି ଦଶଟି ନାମ ଧାରଣ କରିବା ଉଚିତ, ତେବେ ସେ ଗୁଡିକ ହେଉଛି;

(୧) ଲଷ୍ମୀନାରାୟଣୀ (୨) କମଳିନୀ (୩) ଶ୍ରୀ ହରିହରପ୍ରିୟା
(୪) ପଦ୍ମାଳୟା (୫) କମଳା (୬) ଚଞ୍ଚଳା (୭) ବିଘ୍ନେସିନୀ
(୮) ସିନ୍ଦୁର ଦୁଲଣୀ (୯) ଦୁର୍ଗତିନାଶିନୀ (୧୦) ବିଷ୍ଣୁପାଟରାଣୀ

ଏହି ଦିନ ସକାଳୁ ଉଠି ହଳଦୀ ପାଣିରେ ସ୍ନାନ କରି ଧଳା, ହଳଦିଆ କିମ୍ବା ନାଲି ରଙ୍ଗର ଶାଢୀ ପିନ୍ଧନ୍ତୁ, ମଥାରେ ସିନ୍ଦୁର ଏବଂ ପାଦରେ ଅଳତା ଲଗେଇବା ପାଇଁ ଭୁଲନ୍ତୁ ନାହିଁ। ଅରୁଆ ଚାଉଳ ରେ ଝୁଣ୍ଟି ପକାନ୍ତୁ, ମାତା ଲକ୍ଷ୍ମୀ ଯେତେବେଳେ ବୁଲିବା ପାଇଁ ଆସନ୍ତି ସେ ଏହା ଦେଖି ପ୍ରସନ୍ନ ହୋଇଥାନ୍ତି। ଏହି ସବୁ କାମ କୁ ଆପଣ ନିଷ୍ଠାର ସହିତ କଲେ ମାତା ଲକ୍ଷ୍ମୀ ସବୁବେଳେ ଆପଣଙ୍କ ସାଥିରେ ରହିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।