Odisha News Portal

ଦେଖନ୍ତୁ Exclusive ଭିଡ଼ିଓ : ପବନରେ ଉଡିଲେ ଅଟୋ ଡ୍ରାଇଭର, ଭିଡିଓ ଦେଖିଲେ ଆପଣ ବି ବିଶ୍ୱାସ କରି ପାରିବେ ନାହିଁ….

ବେଳେବେଳେ ଆମ ସହ ଏମିତି କିଛି ଅଘଟଣ ଘଟିଥାଏ ଯାହାର ପ୍ରାକ୍ ସୂଚନା ମଧ୍ୟ ଆମେ ପାଇ ପାରି ନଥାଉ। ସଙ୍ଗେ ସଙ୍ଗେ ବିପଦ ଆସି ସାମ୍ନା ରେ ଉଭା ହୋଇ ଯାଇଥାଏ। ଏଥିପାଇଁ କେହି କେବେ ପ୍ରସ୍ତୁତ ହୋଇ ନଥାଏ ପୂର୍ବରୁ।ତେବେ ଏହିଭଳି କିଛି ଆକସ୍ମିକ ଦୁର୍ଘଟଣା ହଠାତ୍ ମଣିଷର ଅନେକ କ୍ଷୟ କ୍ଷତି କରିଥାଏ।କେହି କିଛି ବୁଝିବା ପୂର୍ବରୁ ଏହା ଶେଷ ହୋଇ ଯାଇଥାଏ। ଯେଉଁଭଳି ଭାବରେ ଏବେ ଏକ ଘଟଣା ସାମ୍ନା କୁ ଆସିଛି। ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ ଏବଂ ଭାବିବାକୁ ବାଧ୍ୟ ହେବେ ଯେ କଣ ଏମିତି ବି ବିପଦ ଅଚାନକ ଭାବରେ ଆସିପାରେ।

ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓ ଟି ହେଉଛି ଟି ସି ପାଲ୍ୟା ଜଂକ୍ସନ୍ ନିକଟର ଯାହା ଘଟିଛି ଜୁଲାଇ ୧୪ ତାରିଖ ରେ। ଏବଂ ଏହା ରେକର୍ଡ ହୋଇଛି ରାସ୍ତା ନିକଟରେ ଲାଗିଥିବା ସି ସି ଟିଭି ଫୁଟେଜ ରେ। ଏଠାରେ ଏମିତି ଏକ ଘଟଣା ଅଚାନକ ଘଟି ଯାଇଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଚି। ଘଟଣାଟି ଘଟିଛି ଜଣେ ମହିଳା ଙ୍କ ସହ। ଯିଏ କି ଜଣେ ହୋଟେଲ ର ପରିଚାଳକ ଅଟନ୍ତି ଏବଂ ମାଲିକ ଅଟନ୍ତି। ତାଙ୍କର ହୋଟେଲ୍ ସେହି ଟି ସି ପାଲ୍ଯା ଜଂକ୍ସନ ନିକଟରେ ରହିଛି।

ତେବେ ସେହି ମହିଳା ଜଣଙ୍କ ଯେତେବେଳେ ହୋଟେଲ୍ ରୁ ହୋଟେଲ୍ ରୁ ଫେରୁଥିଲେ ସେତେବେଳେ ସେ ଜଂକ୍ସନ ନିକଟରେ ଥିବା ଗୋଲେଇ ରେ ଏକ ଅଟୋ ଡ୍ରାଇଭର ତାର ଅଟୋ ଚକରେ ଛନ୍ଦି ହୋଇ ରହିଥିବା ତାର କୁ ବାହାର କରୁଥିବା ର ଦେଖିବାକୁ ପାଇଲେ।ମହିଳା ଜଣଙ୍କ ଏହା ଦେଖି ସେହି ରାସ୍ତା ଦେଇ ଆସିଲେ।ତେବେ ହଠାତ୍ କିଛି ବାଟ ଆଗକୁ ଆସିବା ପରେ କିଛି ସେକେଣ୍ଡ ପରେ ସେ ଶୁଣିବାକୁ ପାଇଲେ ଯେ କେହି ଜଣେ ମାଡ଼ାମ୍ ବୋଲି ଡାକିଲା ଏବଂ ସେ ଏହାର ପ୍ରତିକ୍ରିୟା ଦେବା ପୂର୍ବରୁ ହିଁ ତତକ୍ଷଣାତ୍ କେହି ଜଣେ ତାଙ୍କୁ ବାଡେଇ ହେଲା ଏବଂ ସେ ଗୁରୁତର ଅବସ୍ଥା ରେ ତଳେ ପଡ଼ିଗଲେ।

ବାଡେଇ ହୋଇଥିବା ସେହି ବ୍ୟକ୍ତି ଜଣଙ୍କ ହେଉଛନ୍ତି ସେହି ଅଟୋ ଚାଳକ ଯିଏ କି ଚକ ରୁ ଛନ୍ଦି ଥିବା ତାର ବାହାର କରୁଥିଲେ।ସେ ହଠାତ୍ ଓହଳି ହୋଇ ରହିଥିବା ତାରକୁ ଧରି ଝୁଲି ହୋଇ ଆସି ଚାଲି ଚାଲି ଆସୁଥିବା ମହିଳାଙ୍କ ଉପରେ ପଡ଼ିଥିଲେ।ସହରରେ ଗଳି ରାସ୍ତାରେ ଏହିଭଳି ଓହଳି ଥିବା ତାର ରେ ପୋଜ ଦେବା ବହୁତ୍ ସହଜ ବୋଲି ଯଦି କେହି ଭାବୁଥିବେ ତେବେ ସେ ଏହି ମହିଳା ଯିଏକି ହୋଟେଲ୍ ର ମାଲିକ ଅଟନ୍ତି ତାଙ୍କ ପାଖରୁ ଥରେ ବୁଝିନେବେ ଯେ ତାଙ୍କ ସହ କଣ ଘଟିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।