Odisha News Portal

ପରୀ କେସରେ ନୂଆ ଖୁଲାସା – “ପରୀର” ମା ଦେଲେ ଚାଞ୍ଚଲ୍ୟକର ବୟାନ, ପରୀକୁ ନ୍ୟାୟ ଦେବା ପାଇଁ ଗୋଟିଏ ସେୟାର କରନ୍ତୁ…

ପରୀ ହତ୍ୟା ମାମଲାକୁ ନେଇ ଆସିଛି ଏକ ନୂଆ ଟୁଇଷ୍ଟ । ପରୀର ମାଆ ଙ୍କ ଚାଂଚଲ୍ୟକର ବୟାନ ସାମ୍ନାକୁ ଆସିଛି । ପରୀ ମୃତ୍ୟୁ ମାମଲା ଯାହା ବର୍ତ୍ତମାନ ସମୟରେ ସୋସିଆଲ ମିଡିଆ ଠାରୁ ଆରମ୍ଭ କରି ରାଜ୍ୟ ରାଜନୀତି ପର୍ଯ୍ୟନ୍ତ ସବୁଠାରେ ଚର୍ଚ୍ଚାର ବିଷୟ ପାଲଟିଛି । ପରି କେସ ଦିନ କୁ ଦିନ ଭିନ୍ନ ମୋଡ଼ରେ ପହଂଚି ଗଲାଣି ଓ ସରକାର ଏହି କେସ ରେ SIT କୁ ତଦନ୍ତ ଦେଇଥିବା ବେଳେ ହେଲେ ବିରୋଧୀ ଦଳ ଓ ଓଡିଶା ର ଲୋକ ଚଂହୁଛନ୍ତି ଯେ ପରି ର ନ୍ୟାୟ ପାଇଁ ସରକାର CBI କୁ ତଦନ୍ତ ଦେବା ଆବଶ୍ୟକ ।

ପରୀ ମାଁଙ୍କ କହିବା ଅନୁଯାୟୀ,ପରୀକୁ ଯେଉଁ ଦୁଷ୍କର୍ମ ହୋଇଛି ବୋଲି କୁହା ଯାଉଛି ତାହା ସମ୍ପୂର୍ଣ୍ଣ ଭାବରେ ଭିତ୍ତିହୀନ ଅଟେ। କୌଣସି ଦୁଷ୍କର୍ମ ହୋଇନାହିଁ । ତାଙ୍କ କହିବା ଅନୁସାରେ ଝିଅର ଅଙ୍ଗକୁ କାଢି ନିଆଯାଇଛି। ତାର ଅର୍ଗାନ ଚୋରି ହୋଇଛି। କାରଣ ସେ ଏବଂ ତାଙ୍କ ସ୍ବାମୀ ଯାହା ବାଡ଼ି ପଟୁ ଦେଖିଛନ୍ତି ଯେ ସେହି ଝିଅର 25 ଭାଗ ହାଡ଼ ଶରୀରରେ ଥିବା ବେଳେ ବାକି 75 ଭାଗ ଅଂଶ ଗାଏବ ହୋଇ ଯାଇଛି ।


ତେବେ ଏହା କିପରି ସମ୍ଭବ ଯେ ଜଣେ ଏସବୁ କାମକୁ ଏକା କରି ପାରିବ ଏବଂ ତାକୁ ମାରି ଅଖାରେ ପୁରାଇ ତାକୁ ବାନ୍ଧି ଫିଙ୍ଗି ପାରିବ । ଏହି ଘଟଣା ପଛରେ କିଛି ରହସ୍ୟ ରହିଛି। ପ୍ରଥମରୁ 10 ଦିନ ପର୍ଯ୍ୟନ୍ତ ବୁରାରେ ତାର ଶରୀର ସେମିତି ବନ୍ଧା ହୋଇ ପଡ଼ି ରହିଥିଲେ ମଧ୍ୟ କେହି ତାକୁ ଦେଖି ପାରିଲେନି କେମିତି । କୁକୁର ବି ତାକୁ ବାହାରକୁ କାଢି ନଥିଲା ।

ଏହା ସହିତ ଅଷ୍ଟମ ଦିନ ଡୋଗ ସ୍କ୍ୱାର୍ଡ ସେଠାକୁ ଆସିଥିଲା ମଧ୍ୟ ତାହାକୁ କିପରି ଦେଖି ପାରିଲା ନାହିଁ । ପଡିଶା ଲୋକେ ସବୁବେଳେ ସେହି ବାଡିପଟକୁ ଯାଆନ୍ତି, ନଳକୂଅ ବ୍ୟବହାର କରନ୍ତି । ପାଖରେ ଲୋକେ ଯିବା ଆସିବା କରନ୍ତି ଏବଂ ସେହି ନିକଟରେ ଜଣେ ଫସଲ ଅମଳ ମଧ୍ୟ କରୁଥିଲା । କିନ୍ତୁ କେହି ବି 4-5 ଦିନ ଧରି ସେଠାରେ କିଛି ଥିବାର ପଡିଥିବାର ଦେଖିବାକୁ ପାଇଲେ ନାହିଁ କିମ୍ବା ଗନ୍ଧ ମଧ୍ୟ ଜାଣି ପାରିଲେ ନାହିଁ।

 


ଆଉ ହଠାତ୍ ମୃତ ଶରୀର ସେଠାକୁ କିପରି ଆସିଲା ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପରୀର ମାଁ । ଏହା ଏକ ନାଟକ ଏବଂ ଗପ ସଦୃଶ ଅଟେ ଏବଂ ଏଥିରେ ବାବୁଲି ନାୟକ ସଂପୃକ୍ତ ଅଛନ୍ତି ବୋଲି ସେ କହିଛନ୍ତି ।ଏହା ସହିତ ସେ ମହିର ରାଉତ, ଜୟୀ ପରିଡ଼ା, କାହ୍ନୁ ବେହେରା ଏବଂ ଡୁଗୁ ନାୟକ, ହାପି ନାୟକ ସମସ୍ତେ ଏଥିରେ ସଂପୃକ୍ତ ଅଛନ୍ତି ଏବଂ ସେମାନେ ଏହି କାଣ୍ଡ ଘଟାଇଛନ୍ତି ।

ତେବେ ସେମାନେ ତାଙ୍କ ଘରକୁ ନେଇ ଏହିଭଳି ଘଟଣା ଘଟାଇ ଥାଇପାରନ୍ତି ବୋଲି ପରିଙ୍କ ମାଆ କହିଛନ୍ତି । ସରକାରଙ୍କ ନିର୍ଦ୍ଦେଶରେ କାମ କରୁଥିବା SIT ଏହି ଦିଗରେ ଆଦୌ ତଦନ୍ତ କଲେ ନାହିଁ । ତେଣୁ ଯେଉଁ ମାନଙ୍କୁ ଆମେ ଦୋଷୀ ବୋଲି କହୁଛୁ ତାଙ୍କୁ ନେଇ ତଦନ୍ତ କରୁଛି SIT ଟିମ୍ । ସେ ଏଥିପାଇଁ ଜୟୀ ପରିଡ଼ାଙ୍କ ନାମ ନେଇଛନ୍ତି । ବାବୁଲି ନାୟକଙ୍କୁ ପଚରା ଉଚରା କରିବା ସହିତ ତାଙ୍କୁ ତଦନ୍ତ ପରିସର ଭୂକ୍ତ କଲେ ସଠିକ କାରଣ ସାମ୍ନାକୁ ଆସିବ ବୋଲି କହିଛନ୍ତି ପରୀର ମାଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।