Odisha News Portal

ଦେଖନ୍ତୁ ଭିଡିଓ ! ଏକବିଂଶ ଶତାବ୍ଦୀର ଅନ୍ଧବିଶ୍ୱାସ, ପାହାଡ଼ରୁ ଖସିଥିବା ପଥରକୁ ଠାକୁର ଭାବି ପୂଜୁଛନ୍ତି ଲୋକେ….

0 5

ବିଶ୍ବାସ, ଅବିଶ୍ବାସ ଏବଂ ଅନ୍ଧ ବିଶ୍ବାସ ରେ ଚାଲିଛି ଏହି ଦୁନିଆ । ତେବେ କେତେ ବେଳେ ପରିସ୍ଥିତିରେ ପଡି ହେଉ କିମ୍ବା ଅନ୍ଧ ବିଶ୍ବାସରେ ପଡି ମଣିଷ ଏମିତି କିଛି କାମ କରି ଥାଏ , ଯାହା ପଛରେ ବହୁ ପଶ୍ଚାତାପ ମଧ୍ୟ କରି ବାକୁ ପଡି ଥାଏ । ଆଉ ଏହି ଅନ୍ଧ ବିଶ୍ବାସକୁ ନେଇ ବାରମ୍ବାର ଅପରାଧ ହେବା ସହିତ କେତେ ଯେ ଭଣ୍ଡ ବାବାଙ୍କର କଳା କାରନାମାର ପର୍ଦ୍ଧାଫାଶ ହୋଇଛି ତାହାର ହିସାବ ନାହିଁ । ଆଉ ଏମିତି ଏକ ଘଟଣା ନବରଙ୍ଗପୁର ଉମରକୋଡ ବ୍ଲକ ଗାଲିଭଟା ଗ୍ରାମରେ ଦେଖି ବାକୁ ମିଳିଛି ।

ତେବେ ଉମରକୋଟ ବ୍ଲକ ଗାଲିଭଟା ଗ୍ରାମ ନିକଟରେ ରହିଛି ପୋଡଗଡା ପାହାଡ । ଆଉ ଯେଉଁ ପାହାଡରୁ କିଛି ଦିନ ତଳେ ଏକ ବିରାଟକାୟ ପଥର ପ୍ରାୟ ଏକ କିଲୋ ମିଟର ତଳକୁ ଖସି ଆସି ଥିଲା । ଆଉ ତାହା ପର ଠାରୁ ସେଠାରେ ଚାଲିଛି ପୂଜାର୍ଚ୍ଚନା । ତେବେ ଯଦିଓ ପ୍ରାକୃତିକ କାରଣ ଯୋଗୁଁ ପଥର ତଳକୁ ଖସି ଆସି ଥିଲେ ମଧ୍ୟ ସ୍ଥାନୀୟ ଲୋକ ଙ୍କ ମଧ୍ୟରେ ଏ ନେଉ ଉତ୍ସକତା ବଢି ଯାଇଛି ।

ତେବେ କିଛି ଦିନ ପଥର କୁ ଲୋକ ମାନେ ଦେଖି ବାକୁ ଯାଉ ଥିଲେ କିନ୍ତୁ ବର୍ତ୍ତମାନ ପାହାଡ ପାଦ ଦେଶର ରେ ପୂଜାର୍ଚ୍ଚନା ଆରମ୍ଭ କରି ଦେଇଛନ୍ତି । ଆଖପାଖ ଗ୍ରାମ ସହ ପଡୋଶୀ ଛତିଶଗଡ ରାଜ୍ୟର କିଛି ଲୋକେ ଏହି ପଥର କୁ ଦେଖିବା ପାଇଁ ଆସିବା ସହ ପୂଜା ପାଠ ମଧ୍ୟ କରୁଛନ୍ତି । ପୋଡାଗଡା ପାହାଡ ର ଐତିହାସିକ ମହତ୍ବ ରହିଛି ଯେ ଏହି ଠାରେ ନଳ ବଂଶ ରାଜ୍ୟର ରାଜଧାନୀ ଥିବା ଐତିହାସିକ ମାନେ ଦାବି କରନ୍ତି ।

ଆଉ ସେହି ପାହାଡ ସାରା ବିଭିନ୍ନ ସ୍ଥାନରେ ପୁରୁଣା ଦୁର୍ଗ, ମନ୍ଦିର ଏବଂ ମୂର୍ତ୍ତି ଦେଖି ବାକୁ ମିଳି ଥାଏ । ତେବେ ଯେ ହେତୁ ପୂର୍ବରୁ ପାହାଡ ପ୍ରତି ଲୋକ ମାନଙ୍କର ଆଧ୍ୟାତ୍ମିକ ଭାବନା ଅଧିକ ରହିଛି ସେଥି ପାଇଁ ଅନ୍ଧ ବିଶ୍ବାସର ବଶଃବର୍ତ୍ତି ହୋଇ ଏପରି ପୂଜା ପାଠ କରୁ ଥିବା କିଛି ବୁଦ୍ଧିଜୀବି ମାନେ ମତ ଦେଇଛନ୍ତି ।


ତେବେ ଏହି ଘଟଣାକୁ ଏକ ଅଲୌକିକ ଘଟଣା ବୋଲି କହିଛନ୍ତି ଗବେଷକ । ତେବେ ଭୂମିକମ୍ପ କିମ୍ବା ବିଜୁଳି ମାରିଲେ ପାହାଡ ରୁ ପଥର ଖସି ଥାଏ କିନ୍ତୁ ବର୍ତ୍ତମାନ ସେ ସବୁ କିଛି ନ ଥାଏ ପାହାଡ ରୁ ପଥର ଖସିବା ଏକ ଅଲୌକିକ । ତେଣୁ କୌଣସି ବିପଦ ଆସି ବାକୁ ଥିଲେ ପାହାଡରୁ ପଥର ଖସି ଥାଏ ବୋଲି ମାଳିକାରେ ରହିଛି । ଆଉ ବର୍ତ୍ତମାନ ଏହି ମହାମାରୀ କରୋନା ବିପତ୍ତି ଚାଲି ଥିବାରୁ ଏପରି ଘଟି ଥାଇ ପାରେ ବୋଲି କିଛି ବିଶ୍ବାସ ମଧ୍ୟ କରୁଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।