Odisha News Portal

ପସନ୍ଦ କରନ୍ତୁ ଗୋଟିଏ ଜନ୍ମବାର ଏବଂ ଜାଣନ୍ତୁ ଆଗାମୀ ଭବିଷ୍ୟତ ଏବଂ ବ୍ୟକ୍ତିତ୍ବ କଣ ରହିଛି …

0 6

ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୌଣସି ବ୍ୟକ୍ତିର ଆସୁଥିବା ସମୟ ଜାଣିବା ପାଇଁ ସେହି ବ୍ୟକ୍ତିର ଜନ୍ମ ତାରିଖ , ବାର ଏବଂ ସମୟ ବହୁତ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ । ଆଜି ଆମେ ଆପଣ ମାନଙ୍କୁ କହିବୁ ସପ୍ତାହର ପ୍ରତି ବାରର ମହତ୍ତ୍ୱ କଣ ରହିଛି । ଏହା ସହିତ ସେହି ଦିନ ଜନ୍ମ ହୋଇଥିବା ବ୍ୟକ୍ତିର ମହତ୍ତ୍ୱ କଣ ରହିଥାଏ । ତେବେ ଆସନ୍ତୁ ଜାଣିବା ସେ ବିଷୟରେ ।

1–ସୋମବାର–ଯେଉଁ ମାନେ ଏହି ବାରରେ ଜନ୍ମ ହୋଇଥାନ୍ତି ସେମାନଙ୍କ ମଧ୍ୟରୁ ଅନେକ ଲୋକ ଆତ୍ମପ୍ରେରିତ ହୋଇଥାନ୍ତି । ସେମାନେ ନିଜର ଦୟାପଣ ଏବଂ ଭଲ ସ୍ୱଭାବ କାରଣରୁ ଜଣାପଡନ୍ତି । ଏମାନେ ସମସ୍ତ ସମସ୍ୟାକୁ ବହୁତ ସହଜରେ ହ୍ୟାଣ୍ଡେଲ କରିଥାନ୍ତି ।

2–ମଙ୍ଗଳବାର

ମଙ୍ଗଳବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତି ରାଗି ସ୍ୱଭାବର ହୋଇଥାନ୍ତି । ଏହି କାରଣରୁ ସେମାନଙ୍କୁ ଭଲ ସମୟରେ ନିଜ ଲୋକଙ୍କ ଠାରୁ ଦୂରକୁ ଯିବା ପାଇଁ ପଡିଥାଏ । ଏହି ଲୋକମାନଙ୍କ ମଧ୍ୟରେ ପୂରା ଜୀବନ ଇଗୋ ଭରି ହୋଇ ରହିଥାଏ ।

3–ବୁଧବାର

ଏହି ଦିନ ଜନ୍ମ ହୋଇଥିବା ଲୋକଙ୍କର ରୁଚି ଧାର୍ମିକ ଏବଂ ଆଧ୍ୟାତ୍ମିକ ଗତି ବିଧି ଉପରେ ରହିଥାଏ । ଭଗବାନଙ୍କ ଉପରେ ଭରସା ରଖିବା କାରଣରୁ ଏମାନେ ସର୍ବଦା ମାଟି ସହିତ ଯୋଡି ହୋଇ ରହିଥାନ୍ତି । ସମସ୍ତ ପ୍ରକାର ନକରାତ୍ମକ କାମ ଠାରୁ ଦୂରରେ ରହିଥାନ୍ତି । ଏମାନେ ନିଜ କାମକୁ ବହୁତ ଗୁରୁତ୍ୱ ପ୍ରଦାନ କରିଥାନ୍ତି ।

4–ଗୁରୁବାର

ଗୁରୁବାରରେ ଜନ୍ମ ହୋଇଥିବା ବ୍ୟକ୍ତି ବହୁତ ବୁଦ୍ଧିମତା ହୋଇଥାନ୍ତି , ଏମାନେ କଟିନରୁ କଟିନ ସମସ୍ୟାକୁ ଭଲ ଭାବରେ ପାର ହୋଇଥାନ୍ତି । ଏମାନଙ୍କୁ ନିଜର ସାଙ୍ଗ ଏବଂ ପରିବାର ଲୋକଙ୍କର ସମର୍ଥନ ଜୀବନ ସାରା ମିଳିଥାଏ । ଏମାନଙ୍କର ଭାଗ୍ୟ ସର୍ବଦା ଏମାନଙ୍କର ପକ୍ଷରେ ରହିଥାଏ ।

5–ଶୁକ୍ରବାର

ଶୁକ୍ରବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତିଙ୍କୁ ଆପଣ ମାନେ ଭଲ ହୃଦୟ ଏବଂ ଖୁସିପଣ କାରଣରୁ ତାଙ୍କୁ ଭିଡ ଭିତରେ ମଧ୍ୟ ଖୋଜିପାରିବେ । ଏମାନେ ନିଜର ଆଖପାଖର ଲୋକଙ୍କୁ ବହୁତ ପ୍ରଭାବିତ କରିଥାନ୍ତି । ଅସୁବିଧା ସମୟ ଆସିଲେ ବହୁତ ଧୈର୍ଯ୍ୟ ସହିତ ପାର ମଧ୍ୟ କରିଥାନ୍ତି ।

6–ଶନିବାର

ଶନିବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତିର ରୁଚି , କୃଷି , ବିଜନେସ , ପ୍ରତ୍ୟେକ କ୍ଷେତ୍ରରେ ରହିଥାଏ । ଏମାନେ ନିଜର ଆରମ୍ଭ ସମୟରେ ବହୁତ ଅସୁବିଧାର ସାମ୍ନା କରିଥାନ୍ତି । ମାତ୍ର ପରବର୍ତ୍ତୀ ସମୟରେ ସେମାନେ ସାବଧାନରେ ରହିବା ଶିଖିଯାଆନ୍ତି ।

7–ରବିବାର

ଏହି ଦିନ ଜନ୍ମ ହୋଇଥିବା ବ୍ୟକ୍ତି ଅଧିକ ଆକ୍ଟିଭ ହୋଇନଥାନ୍ତି । ଏମାନେ ସମସ୍ତ କାମରେ ପଛରେ ରହିଥାନ୍ତି । ଭାଗ୍ୟ ସର୍ବଦା ଏମାନଙ୍କର ସାଥ ଦେଇଥାଏ । ଏମାନେ ଟିକେ ଲାଜକୁଳା ମଧ୍ୟ ହୋଇଥାନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।