Odisha News Portal

ପଡୋଶୀ ଫିଙ୍ଗି ଦେଇଥିବା ଖାଦ୍ୟ ଖାଇ ବଞ୍ଚିବାକୁ ପଡୁଥିଲା…ଏମିତି ଅଭାବରେ କଟିଥିଲା ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କର ପିଲାଦିନ ! ନାମ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ…..

ବଲିଉଡ ଜଗତରୁ ପ୍ରତିଦିନ ଏପରି କିଛି ଖବର ଆସିଥାଏ ଯାହା ବେଳେବେଳେ ଶୁଣିଲେ ବହୁତ ଦୁଃଖ ତଥା କଷ୍ଟ ହୋଇଥାଏ । ତେବେ ଆପଣ ମାନେ ନିଶ୍ଚିତ ଭାବରେ ବଲିଉଡର ଡ୍ୟାନ୍ସର ରାକ୍ଷୀ ସାୱନ୍ତଙ୍କୁ ଜାଣିଥିବେ । ଯିଏକି ଆଜିକାଲି ସୋଶାଲ ମିଡିଆରେ ବେଶ୍ ଚର୍ଚ୍ଚାରେ ରହୁଛନ୍ତି । ଆଜି ସେ ତାଙ୍କର ଜନ୍ମଦିନ ପାଳନ କରୁଛନ୍ତି। ରାକ୍ଷୀଙ୍କ ପାଖରେ ଆଜି ସବୁକିଛି ଅଛି ଅର୍ଥ, ପରିଚୟ ସମ୍ମାନ…। କିନ୍ତୁ ତାଙ୍କ ପିଲାଦିନ ଯେ ଏପରି ଦୁଃଖ ଆଉ ଯନ୍ତ୍ରଣା ମଧ୍ୟରେ କଟିଥିଲା ଏକଥା ବହୁତ କମ୍‌ ଲୋକ ଜାଣନ୍ତି।

ରାଜୀବ ଖଣ୍ଡେଲବାଲଙ୍କ ଶୋ ଜଜ୍‌ବାତ୍‌ରେ ରାକ୍ଷୀ ନିଜ ପିଲାଦିନ ସମ୍ପର୍କରେ ଅନେକ ଦୁଃଖଦ ଅନୁଭୂତି ଶେୟାର କରିଥିଲେ। ରାକ୍ଷୀଙ୍କ ପ୍ରକୃତ ନାମ ନୀରୁ ଭେଡା। ନିଜ ପିଲାଦିନର ସ୍ମୃତି ବଖାଣି ରାକ୍ଷୀ କହିଛନ୍ତି, ‘ ହୃଦୟ କେବେ ସତକୁ ଭୁଲି ପାରେନି। ମୁଁ ବହୁତ ଗରିବି ଦେଖିଛି। ଏତେ ଗରିବ ଥିଲି ଯେ, ମୁଁ ଯେତେବେଳେ ମା’ ପେଟରେ ଥିଲି ମୋ ମା’ ଇଟା, ପଥର ଉପରେ ଖାଦ୍ୟ ପ୍ରସ୍ତୁତ କରୁଥିଲେ। ମୁଁ ଅତ୍ୟନ୍ତ ଗରିବ ପରିବାରରୁ ଆସିଛି।’


‘ ମା’ କୁହନ୍ତି, ତୁମେ ଯେତେବେଳେ ଛୋଟ ଥିଲ, ସେତେବେଳେ ଆମ ପାଖରେ ଖାଇବାକୁ ନ ଥିଲା। ପଡୋଶୀ ଲୋକେ ଯେଉଁ ଖାଦ୍ୟ ଫିଙ୍ଗି ଦେଉଥିଲେ, ତୁମେ ସେସବୁ ଉଠାଇ ଖାଉଥିଲା। ମୋ ମା’ ଡାକ୍ତରଖାନାରେ ଆୟା ଥିଲେ। ତେବେ ମୋ ଅତୀତ ବିଷୟରେ କହିବାକୁ ମୋତେ ଆଦୌ ଭଲ ଲାଗେନି। ’


ରାକ୍ଷୀ ନିଜ ସ୍ୱପ୍ନ ବିଷୟରେ କହିଛନ୍ତି, ପିଲାବେଳୁ ମୋର ଅଭିନୟ, ନୃତ୍ୟରେ ରୁଚି ଥିଲା। ହେଲେ ପରିବାର ଲୋକେ ଏହାକୁ ପସନ୍ଦ କରୁନଥିଲେ। ଏଥିପାଇଁ ମା’ ମୋତେ ବହୁତ ମାଡ ମାରୁଥିଲେ । କାରଣ ଖାଇଲେ କି ନାହିଁ କେହି ଦେଖିବେନି, କିନ୍ତୁ ଝିଅ ନାଚିବାକୁ କେହି ପସନ୍ଦ କରିବେନି।’ ‘ମୋ ଜୀବନରେ ଏତେ ମାଡ ଖାଇଛି ବର୍ଣ୍ଣନା କରିପାରିବି ନାହିଁ। ମୋ ଦେହରେ ଏବେ ବି ରହିଛି ଦାଗ। ଏପରି ପରିସ୍ଥିତିରେ ମୁଁ ଆଗକୁ ବଢିଛି। ମୋ ବାପା ମୁମ୍ବାଇ ପୋଲିସରେ କନ୍‌ଷ୍ଟେବଲ ଥିଲେ। ମୋ ନିଜ ଚେଷ୍ଟାରେ ଏହି ଜାଗାରେ ମୁଁ ପହଞ୍ଚି ପାରିଛି।

ସେ ଆହୁରି କହିଛନ୍ତି- ‘ମୋର କେହି ଗଡ ଫାଦର ନାହାନ୍ତି। ତେଣୁ ମୁଁ ଇଣ୍ଡଷ୍ଟ୍ରିକୁ କେମିତି ଆସିଥାନ୍ତି ? ମୁଁ କଣ କରିଥାନ୍ତି ? ପାଠ ବିଶେଷ ପଢିନି। ମୋର ପରିବାରର ଗୋଟିଏ ଲକ୍ଷ୍ୟ ଥିଲା, ଝିଅ ବଡ ହୋଇଗଲେ ବାହା କରାଇ ଦେବେ। ହେଲେ ମୋର ବାହା ହେବାକୁ ଇଚ୍ଛା ନ ଥିଲା। ତେଣୁ ଘରୁ ଲୁଚି ପଳାଇ ଆସିଥିଲି। ମୋ ବାପା ମୋ ସହ ସମ୍ପର୍କ ତୁଟାଇ ଦେଇଥିଲେ।’ ଇଣ୍ଡଷ୍ଟ୍ରିକୁ ଆସିବା ନେଇ ରାକ୍ଷୀ କହିଛନ୍ତି, ‘ମୁଁ ଯେତେବେଳେ ଇଣ୍ଡଷ୍ଟ୍ରିକୁ ଆସିଲି, ମୋତେ କିଛି ଜଣା ନ ଥିଲା। କେବଳ ଏତିକି ଜଣାଥିଲା କାମ କରିବି। ଅଡିଶନ ପାଇଁ ଯାଉଥିଲି। କିନ୍ତୁ ମୋତେ ଆକ୍ଟିଂ ଆସୁ ନ ଥିଲା।’

ତେବେ ‘ହିରୋଇନ ହେବାର ଆଶା ରଖି ପ୍ରଡ୍ୟୁସରଙ୍କ ପାଖକୁ ଫଟୋ ନେଇ ଯାଉଥିଲି। କିନ୍ତୁ ସେମାନେ ଭିତରୁ ରୁମ୍‌ ଲକ୍ କରି ଦେଉଥିଲେ। ମୁଁ କେମିତି ଜୀବନ ବଞ୍ଚାଇ ଆସୁଥିଲି, ମୁଁ ଜାଣେ। ନୀରୁରୁ ରାକ୍ଷୀ ସାବନ୍ତ..ଏ ଯେଉଁ ଲମ୍ବା ରାସ୍ତା ସେଠି କେବଳ କଣ୍ଟା ଆଉ କଣ୍ଟା..।’