Odisha News Portal

ପରିୟଡ ରୋକିବା ପାଇଁ ବଟିକାର ସେବନ କରୁଥିବା ମହିଳା ମାନଙ୍କୁ ସାବଧାନ

ଆଜିର ଦୁନିଆରେ ଆମ ମାନଙ୍କୁ ଅନେକ ପ୍ରକାର ରୋଗ ହେଉଛି ଯାହାର କବଳରୁ ମୁକ୍ତି ପାଇବା ବହୁତ କଷ୍ଟକର ହୋଇଥାଏ । ତେବେ ସେହି ରୋଗରୁ ସଂପୂର୍ଣ୍ଣ ରୂପେ ମୁକ୍ତି ନପାଇଲେ ମଧ୍ୟ କିଛି ମାତ୍ରାରେ ସେହି ରୋଗରୁ ଆମ ମାନଙ୍କୁ ମୁକ୍ତି ମିଳିଥାଏ , ତାହା ପୁଣି ସେମିତିରେ ନୁହେଁ ଔଷଧ ସେବନ କରିବା ଦ୍ୱାରା । ଯେ କୌଣସି ରୋଗ ହେଲେ ଆମେ ପ୍ରଥମେ ଔଷଧର ସେବନ କରୁ ଯାହା ଫଳରେ ସେହି ରୋଗରୁ ମୁକ୍ତି ପାଉ ଏବଂ ତାହା ଯେପରି ଆଉ ଆମ ମାନଙ୍କୁ କେବ ନହେଉ ବୋଲି ।

ମାତ୍ର ବେଳେ ବେଳେ ଏହି ମେଡିସିନ ମଦଧ୍ୟ ଆମ ମାନଙ୍କ ପାଇଁ ବହୁତ ବିପଦ ସୃଷ୍ଟି କରିଥାଏ , ତେଣୁ ଆପମ ମାନେ ଯେବେବି କୌଣସି ମେଡିସିନର ସେବନ କରୁଛନ୍ତି ତେବେ ଡାକ୍ତରଙ୍କର ପରାମର୍ଶ ଗ୍ରହଣ କରି କରନ୍ତୁ ।ଆଜି ଆମେ ଆପଣ ମାନଙ୍କୁ ମହିଳା ମାନଙ୍କର ଏମିତି ଏକ ରୋଗ ବିଷୟରେ କହିବୁ ଯେଉଁଥିରେ କି ସେମାନେ ବେଳେବେଳେ ତାହାକୁ ନହେବା ପାଇଂଁବଟିକାର ସେବନ କରିଥାନ୍ତି ।


ମାତ୍ର ସେହି ବଟିକା ତାଙ୍କ ପାଇଁ କେତେ ଗ୍ରହଣ ଯୋଗ୍ୟ ତାର ବିଚାର ନକରି କରିବା ଦ୍ୱାରା ସେମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ମଧ୍ୟ ହେବାକୁ ପଡିଥାଏ । ତେବେ ପ୍ରତ୍ୟେକ ମହିଳା ମାନଙ୍କର ତ ଋତୁସ୍ରାବ ନିଶ୍ଚିତ ରୂପରେ ହେଉଥିବ , ତେବେ ଏହି ଋତୁସ୍ରାବ ମାସକୁ ଥରେ ହୋଇଥାଏ ଏବଂ ଏଥିପାଇଁ ବହୁତ ନିତିନିୟମ ମଧ୍ୟ ରହିଥାଏ ଯାହାକୁ ମହିଳା ମାନଙ୍କୁ ମାନିବାକୁ ପଡିଥାଏ । ଏହି ପିରିୟଡ ସମୟରେ ମହିଳା ମାନେ ନିଜର ଖାଦ୍ୟ ପ୍ରତି ବିସେଷ ଧ୍ୟାନ ଦେବା ଉଚିତ ।

କାରଣ ଏହି ସମୟରେ ପେଟରେ ଅନେକ ରୋଗ ଜନ୍ମ ହୋଇଥାଏ ଏହା ସହିତ ଇନଫେକସନ ବିପଦ ମଧ୍ୟ ରହିଥାଏ । ମହିଳା ମାନଙ୍କୁ ପ୍ରତି ମାସିକ ଧର୍ମ ଦରଜ ସହିବାକୁ ପଡିଥାଏ ଏବଂ କୌଣସି ଟ୍ରିପରେ ଯିବା ବା ବିବାହ ଆଟେଣ୍ଡ କରିବା ଆଦି ସମୟରେ ମହିଳା ମାନଙ୍କର ମାସିକ ଧର୍ମ ହୋଇଥାଏ । ଏଥିପାଇଁ ସେମାନେ କୌଣସି ନୁକ୍ସା ବା ବଟିକା ସେବନ କରି ମାସିକ ଋତୁସ୍ରାବର ଡେଟ ଆଗକୁ ବଢିଥାଏ ।

ମାତ୍ର ସେହି ବଟିକାର ସେବନ ତାଙ୍କ ପାଇଁ ବହୁତ କ୍ଷତି ମଧ୍ୟ ପହଞ୍ଚାଇପାରେ । ଯେତେବେଳେ 28 ରୁ 30 ଦିନ ଚକ୍ର ଖରାପ ହୋଇଥାଏ ତେବେ ମହିଳା ମାନଙ୍କୁ ଗର୍ଭ ଧାରଣରେ ଅସୁବିଧା ହୋଇଥାଏ । ମାସିକ ଧର୍ମ ବନ୍ଦ କରିବା ଓ ବଟିକା ସେବନ କରିବା କେବେ ମହିଳା ମାନଙ୍କୁ ଅଧିକ ରକ୍ତ ପ୍ରଭାବ କରିଥାଏ ଏବଂ ଦରଜ ମଧ୍ୟ ଅସହାୟ ରୂପରେ ହୋଇଥାଏ । କେତେକ ସମୟରେ ବଟିକା ସେବନ କରିବା ଦ୍ୱାରା ହରମନ ଇନବାଲେନ୍ସ ହୋଇଥାଏ ଯାହା ଦ୍ୱାରା ଆପଣଙ୍କର ମାସିକ ଧର୍ମ 2 ମାସ ପରେ ଆସିଥାଏ ।ଏହା ଦ୍ୱାରା ଆପଣଙ୍କର ଅନିୟମିତ ମାସିକ ଧର୍ମ ସମସ୍ୟା ଉପୁଜିଥାଏ ।

ତେବେ ଯଦି ଆପଣ ମାନେ ବଟିକାର ସେବନ କରୁଛନ୍ତି ତେବେ ନିଶ୍ଚିତ ରୂପରେ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରି ସେବନ କରନ୍ତୁ । ଏହା ସହିତ ଯଦି ଆପଣଙ୍କର ବୟସ 28 ରୁ 30 ଅଟେ ଏବଂ ଆପଣଙ୍କର ଡାଇବେଟିସ ବା ମେଦବହୁଳତା ଅସୁବିଧା ଅଛି ତେବେ ଆପଣଙ୍କୁ ଏହି ବଟିକା ସେବନ କରିବା ଉଚିତ ନୁହେଁ । ଏମିତି କରିବା ଦ୍ୱାରା ଆପଣଙ୍କର ଶରୀର ଇନଫେକସନ ହୋଇଥାଏ ଏବଂ ଆପଣଙ୍କର ଗର୍ଭ ଧାରଣର ବହୁତ ଅସୁବିଧା ସୃଷ୍ଟି କରିଥାଏ , ତେଣୁ ଆପଣ ମାନେ କେବେବି ଏହି ବଟିକାର ସେବନ କରନ୍ତୁ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।