Odisha News Portal

ଖୁସି ଖବର ! ନିର୍ଭୟା ଓକିଲ ମାଗିଲେ ସବୁ ତଥ୍ୟ, ପରୀ କେସ ଲଢିବେ ! ପରୀ ଏବଂ ତାଙ୍କ ବାପା ମା ‘ ଙ୍କୁ ନ୍ୟାୟ ଦେବା ପାଇଁ ଗୋଟିଏ ସେୟାର ଏବଂ ସମର୍ଥନ କରନ୍ତୁ…..

ସୂଚନାଯୋଗ୍ୟ ଯେ , ପ୍ରାୟ ଦୁଇ ମାସ ତଳେ ଓଡ଼ିଶାର ନୟାଗଡ଼ ଜିଲ୍ଲାରେ ଜଣେ 5 ବର୍ଷର ନାବାଳିକା କୁ ଦୁଷ୍କର୍ମ କରି ହତ୍ୟା କରିଥିଲେ କିଛି ମଣିଷ ରୂପୀ ରାକ୍ଷସ । ତେବେ ପରୀ କୁ ନ୍ୟାୟ ଦେବା ପାଇଁ ସାରା ରାଜ୍ୟରେ ଚାଞ୍ଚଲ୍ୟ ପଡିଥିଲା । କିନ୍ତୁ ଏବେ ପର୍ଯ୍ୟନ୍ତ ତାଙ୍କୁ ନ୍ୟାୟ ନମିଳିବାରୁ ତାଙ୍କର ବାପା ମା ଏବେ ରାଜରାସ୍ତାକୁ ଆସିଥିଲେ ଏବଂ ପରୀ ଙ୍କୁ ନ୍ୟାୟ ଦେବା ପାଇଁ ସିବିଆଇ ତଦନ୍ତ ଦାବି କରିଥିଲେ ।ତେବେ ପରୀ ଙ୍କର ବାପା ମା ଙ୍କୁ ଏସବୁ ରେ ଏବେ ସାହସ ଦେବାକୁ ଆସିଛନ୍ତି ନିର୍ଭୟା ଙ୍କର ମା ଆଶା ଦେବୀ ଯାହାକି ବର୍ତ୍ତମାନ ଏହି କେସ ର ମୋଡ଼ ବଦଳାଇ ଦେଇଛି ।

ତେବେ ପରୀ କୁ ନ୍ୟାୟ ଦେବା ପାଇଁ ପରୀ ର ମା ଙ୍କୁ ସାହାସ ଦେଇଛନ୍ତି ନିର୍ଭୟା ଙ୍କର ମା ଆଶା ଦେବୀ । ଖାଲି ଏତିକି ନୁହେଁ ବରଂ ଯେଉଁ ଓକିଲ ଙ୍କ ସାହଯ୍ୟ ରେ 2014 ମସିହାରେ ଦୁଷ୍କର୍ମ ଓ ହତ୍ୟା ର ଶିକାର ହୋଇଥିବା ନିର୍ଭୟା କୁ ନ୍ୟାୟ ଦେଇଥିଲେ ଓ ଅପରାଧୀ ଙ୍କୁ ଫସି ଖୁଣ୍ଟରେ ଝୁଲାଇ ଥିବା ଓକିଲ ମଧ୍ୟ ପରୀ ର କେସ କୁ ଲଢ଼ିବାକୁ ଯାଉଥିବାର କଥା ଏବେ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚା ର ବିଷୟ ପାଲଟିଛି ।

ସୀମା ହେଉଛନ୍ତି ସେହିପରି ଜଣେ ଦକ୍ଷ ଓକିଲ ଯିଏ କି ନିର୍ଭୟାର କେସରେ ବାରମ୍ବାର ହାରିବା ପରେ ମଧ୍ୟ ସେଷରେ ସେ କେସରେ ସେ ଜିତିଥିଲେ ଏବଂ ନିର୍ଭୟାର ମାଙ୍କୁ ଜିତାଇଦେଇଥିଲେ । ଢେଙ୍କାନାଳ ର ଯୁବ ଚେହେରା ସମ୍ବିତ ନନ୍ଦ କିଛିଦିନ ତଳେ ନିର୍ଭୟା ଓକିଲ ସୀମା ଙ୍କୁ ମଧ୍ୟ ଟ୍ୱିଟ କରି ଏହି ମାମଲା କୁ ଲଢ଼ିବାକୁ ଅନୁରୋଧ କରିଥିଲେ I

ଆପଣ ମନେ ତ ଜାଣିଛନ୍ତି କି ପରୀ ମାମଲାରେ ଏସାଇଟି ତାହାର ତଦନ୍ତ ଜାରି ରଖିଛି ଏବଂ ପରୀର ଅଭିଯୋଗ କାରୀ କରି ତାର ଘର ପାଖରେ ଥିବା ବ୍ୟକ୍ତି ସରୋଜ ସେଠୀକୁ ଗିରଫ ମଧ୍ୟ କରିଛି । ମାତ୍ର ପରୀର ବାପା ମା ଏବଂ ତାହାର ଗ୍ରାମର ଲୋକମାନେ ଏହାକୁ ବିଶ୍ୱାସ କରୁନାହାନ୍ତି । ସେମାନେ କହୁଛନ୍ତି କି ବଡ ବଡିଆ ଲୋକମାନେ ଏହି କେସରେ ସରୋଜକୁ ଫସାଇ ନିଜେ ଲୁଚାଇ ପଲେଇଯାଉଛନ୍ତି ।

 

ଏହା ସହିତ ଏସଆଇଟି ସରୋଜ ବ୍ରୋଥାଙ୍କ ନାମରେ ମଧ୍ୟ ଲୋକମାନେ ଅଭିୟୋଗ କରୁଛନ୍ତି କି ସେ ସରୋଜକୁ ଫସାଇ ଦେଇଛନ୍ତି । ଏହି ଘଟଣାରେ କିଛିଦିନ ତଳେ ନିର୍ଭୟା ଙ୍କ ମା ଆଶା ଦେବୀ ନିଜ ତିକ୍ରିୟା ରଖି ରାଜ୍ୟ ସରକାର ଙ୍କୁ କଡା ସମାଲୋଚନା କରିଥିଲେ I

ପରିକୁ ନ୍ୟାୟ ଦେବା ପାଇଁ CBI ତଦନ୍ତ ଆବଶ୍ୟକ ବୋଲି ଆଶା ଦେବୀ କହିଥିଲେ।ଆଶା ଦେବୀ ପରିର ପରିବାର ଲୋକଙ୍କୁ ସାହସ ଦେଇଥିଲେ । ତେବେ ଏବେ ଶୁଣିବାକୁ ମିଳୁଚି କି ପରୀର କେସ ଲଢିବେ ନିର୍ଭୟାଙ୍କର ଓକିଲ ସୀମା । ଯେଉଁଥିପାଇଁ ସେ ସମସ୍ତ ତଥ୍ୟ ମାଗିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।