Odisha News Portal

ପର ସ୍ତ୍ରୀ ସହିତ ଶାରିରୀକ ସଂପର୍କ ସ୍ଥାପନ କଲେ ପାପ କାହାର ! ଆପଣ ଏହି ମହାନ ଭୁଲ କରୁଛନ୍ତି କି ତେବେ ଜାଣିରଖନ୍ତୁ…

ଆଜି ଆମେ ଆପଣ ମାନଙ୍କୁ କହିବୁ କି ଯଦି ଜଣେ ବ୍ୟକ୍ତି ପର ସ୍ତ୍ରୀ ବା ପୁରୁଷଙ୍କ ସହିତ ଶାରିରୀକ ସଂପର୍କ ରଖେ ତେବେ ଏହାର ପାପା କାହା ଉପରେ ଲାଗିବ । ଏଥିପାଇଁ କିଏ ଦାୟୀ ହୋଇଥାଏ ଆଜି ଆମେ ସେ ବିଷୟରେ ଜାଣିବା । ଆପଣ ମାନେ ତ ଜାଣିଥିବେ କି ସ୍ୱର୍ଗର ଅପ୍ସରା ମାନେ ବହୁତ ହିଁ ସୁନ୍ଦର ହୋଇଥାନ୍ତି । ଥରେ ସ୍ୱର୍ଗର ଅପ୍ସରା ମାନଙ୍କୁ ନିଜର ସୁନ୍ଦରତା ଉପରେ ଏତେ ଗର୍ବ ଆସିଲା କି ସେମାନେ କୌଣସି ଦେବତାଙ୍କୁ ଖାତିର କଲେ ନାହିଁ । ଏହି କଥା ଯେତେବେଳେ ବ୍ରହ୍ମା ଜାଣିପାରିଲେ ସେ ଏକ ଏପରି କନ୍ୟା ତିଆରି କରିଥିଲେ ଯେ କି ଅପ୍ସରା ମାନଙ୍କ ଠାରୁ ନୁହେଁ ବରଂ ସଂସାରର ସମସ୍ତଙ୍କ ଠାରୁ ସୁନ୍ଦର ଥିଲା ।

ତାର ସୁନ୍ଦରତା ପାଇଁ ତାହାର ନାମ ଅହଲ୍ୟା ରଖାଗଲା । ଅହଲ୍ୟାଙ୍କ ସୁନ୍ଦରତା ଦେଖି ସ୍ୱର୍ଗର ସମସ୍ତ ଅପ୍ସରାଙ୍କର ଗର୍ବ ଭାଙ୍ଗି ଯାଇଥିଲା । ଅହଲ୍ୟା ଏତେ ସୁନ୍ଦର ଥିଲେ କି ଇନ୍ଦ୍ର ତାଙ୍କୁ ଭବିଷ୍ୟତରେ ବିବାହ କରିବା ପାଇଁ ସ୍ଥିର କରିଥିଲେ ।

ତେବେ ଅହଲ୍ୟା ଛୋଟ ସମୟରେ ମହର୍ଷି ଗୋତମଙ୍କ ପାଖରେ ପାଳନ ପୋଷଣ ହୋଉଥିଲେ । ଯେତେବେଳେ ଅହଲ୍ୟା ପରିଣତି ବୟସରେ ଆସିଲେ ସେତେବେଳେ ଦେବତା , ନାଗ , ମଣିଷ ଆଦି ସମସ୍ତେ ତାଙ୍କୁ ବିବାହ କରିବା ପାଇଁ ଚାହିଁଲେ । ମାତ୍ର ସେମିତି କାହର ସାହସ ହେଲା ନାହିଁ କି ସେମାନେ ଗୌତମ ଋଷିଙ୍କର ଆସ୍ରମ ପାଖକୁ ଯାଇ ପାରିବେ । ଯେତେବେଳେ ଅହଲ୍ୟା ପ୍ରାପ୍ତ ବୟସରେ ପହଞ୍ଚିଲେ ସେହି ସମୟରେ ଗୌତମ ଋଷି ନେଇ କରି ତାଙ୍କୁ ବ୍ରହ୍ମାଙ୍କ ପାଖରେ ଛାଡି ଦେଇ ଆସିଲେ । ତେବେ ସେହି ସମୟରେ ବ୍ରହ୍ମା ଚିନ୍ତା କଲେ କି ଅହଲ୍ୟାଙ୍କୁ କାହା ସହ ବିବାହ କରିବେ ବୋଲି ।

ତେବେ ସେହି ସମୟରେ ତାଙ୍କୁ ମହର୍ଷି ଗୋତମଙ୍କ କଥା ମନେ ପଡିଲା । ସେ ଚିନ୍ତା କଲେ କି ମହର୍ଷି ଗୋତମ ଅହଲ୍ୟାଙ୍କ ସହ ରହିଲେ ମଧ୍ୟ ତାଙ୍କର ଅହଲ୍ୟାଙ୍କ ପ୍ରତି କେବେବି ଖରାପ ଭାବନା ଆସିନଥିଲା । ଏହା ପରେ ସେ ଅହଲ୍ୟାଙ୍କୁ ମହର୍ଷି ଗୋତମଙ୍କ ପତ୍ନୀ ଭାବରେ ସମର୍ପଣ କରି ଦେଇଥିଲେ ।

ତେବେ ବ୍ରହ୍ମାଙ୍କର ଏପରି ବିଚାର ଦେଖି ଇନ୍ଦ୍ର ବହୁତ ମନ ଦୁଋଖ କରିଥିଲେ କାରଣ ସେ ଅହଲ୍ୟାଙ୍କୁ ବହୁତ ପସନ୍ଦ କରିଥିଲେ । ତେବେ ସେଥିପାଇଁ ସେ ଦିନେ ଛଳ କରି ଅହଲ୍ୟାଙ୍କ ପାଖକୁ ଯାଇଥିଲେ ଋଷି ଗୋତମଙ୍କ ରୂପ ଧାରଣ କରି । ଏହା ପରେ ସେ ଅହଲ୍ୟାଙ୍କ ପାଖକୁ ଯାଇ କରି ତାଙ୍କ ସହ ଶାରିରୀକ ସଂପର୍କ ରଖିଥିଲେ ।

ଏହି କୁକର୍ମ କରି ଇନ୍ଦ୍ର ଯେତେବେଲେ ସ୍ୱର୍ଗକୁ ଯିବା ପାଇଁ ବାହାରିଲେ ସେହି ସମୟରେ ଗୋତମ ଋଷି ତାଙ୍କୁ ଆସ୍ରମରେ ଦେଖି ନେଇଥିଲେ । ଏହା ପରେ ସେ ଚିନ୍ତାରେ ପଡିଗଲେ ଏବଂ ନିଜର ଦିବ୍ୟଦୃଷ୍ଟି ମାଧ୍ୟମରେ ଇନ୍ଦ୍ରଙ୍କର କୁକର୍ମ ବିଷୟରେ ଜାଣିନେଲେ । ଏହା ଜାଣି ସେ ଅତ୍ୟାଧିକ କ୍ରୋଧରେ ଇନ୍ଦ୍ରଙ୍କୁ ଅଭିଶାପ ପ୍ରଦାନ କରିଥିଲେ କି ଯେତେବେଲେ ମଣିଷ ଲୋକରେ କେହି ଏହିପରି ପାପ କରିବ ତେବେ କାହାର ଅଧାପାପ ଇନ୍ଦ୍ରଙ୍କୁ ଲାଗିବ । ମାତ୍ର ଯଦି ପୁରୁଷ ଏବଂ ସ୍ତ୍ରୀ ନିଜର ସ୍ୱ ଇଚ୍ଛାରେ ଏମିତି ପାପ କରନ୍ତି ତେବେ ଏହି ପାପ ଇନ୍ଦ୍ରଙ୍କ ଉପରେ ଲାଗିବ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।