Odisha News Portal

ପେଟରେ ଏସିଡିଟି,ଗ୍ୟାସ,ପେଟ ଫୁଲିବା,ହାକୁଟି ପାଇଁ ଏହାକୁ ପିଇ ନିଅନ୍ତୁ,୧ ମିନିଟରେ ଦୂର ହୋଇଯିବ…..

0 5

ଗ୍ୟାସ, ଏସିଡିଟି, ପେଟ ଫୁଲିବା ଏମିତି ପ୍ରକାରର ସମସ୍ୟା ଆଜିକାଲି ସମସ୍ତଙ୍କ ମଧ୍ୟରେ ଦେଖିବାକୁ ମିଳୁଛି । ଏହାର କାରଣ ଅନେକ ପ୍ରକାରର ହୋଇଥାଏ । ଖାଦ୍ୟପେୟର ଅନିୟମିତତା କାରଣରୁ ଗ୍ୟାସ ଏବଂ ଏସିଡିଟି ଭଳି ସମସ୍ୟା ଉତ୍ପନ୍ନ ହୋଇଥାଏ । ଏହାଛଡା ଯେଉଁମାନଙ୍କର ସର୍ଜରୀ ହୋଇଥାଏ ସେମାନଙ୍କୁ ଏସିଡିଟି ବା ଗ୍ୟାସ ଭଳି ସମସ୍ୟା ଭୋଗିବାକୁ ପଡିଥାଏ । ଏହି ସମସ୍ୟା ହେବା ଦ୍ବାରା ଆପଣଙ୍କର ଖାଇବା ପିଇବାରେ ବହୁତ କିଛି ପରିବର୍ତ୍ତନ ହୋଇଯାଏ ।

ଖାଇବାକୁ ଭଲ ଲାଗିନଥାଏ କିମ୍ବା ଯାହା ବି କାଇଲେ ତାହା ଗ୍ୟାସରେ ପରିଣତ ହୋଇଯାଏ । ଆଜି ଆମେ ଆପମଙ୍କୁ ଏମିତି କିଛି ଘରୋଇ ଉପଚାର ପ୍ରସ୍ତୁତ କରିବାର ବିଦ୍ଧି ବିଷୟରେ ଜଣାଇବୁ ଯାହା ଦ୍ବାରା ଆପଣଙ୍କର ଏହି ସମସ୍ତ ସମସ୍ୟା ଦୂର ହୋଇଯିବ ।


ଆବଶ୍ୟକ ସାମଗ୍ରୀ –
1. ଦୁଇ ଚାମଚ ଜିରା
2. ଦୁଇ ଚାମଚ ଜୁଆଣି
3. 6-7 ଟି ଲବଙ୍ଗର ଫୁଲ କାଢି ଏଥିରେ ପ୍ରୟୋଗ କରିବେ ।
4. ଗୋଟିଏ ଛୋଟିଆ ଖଣ୍ଡ କଳା ଲୁଣ ବା ଯାହାକୁ ଆମେ ବିଟ୍ ଲୁଣ କହିଥାଉ ।

ତେବେ ଏହି ଉପଚାର ବନେଇବା ପାଇଂ ଆପଣ ନିଶ୍ଚିତ ଭାବରେ ଲବଙ୍ଗର ବ୍ୟବହାର କରନ୍ତୁ । କାହିଁକି ନାଁ ଲବଙ୍ଗ ଆଣ ଏସିଡିଟି ଏବଂ ଗ୍ୟାସ ଭଳି ସମସ୍ୟାକୁ ଦୂର କରିବା ପାଇଁ ବହୁତ ଅଧିକ ସାହାଯ୍ୟ କରିଥାଏ । ଆପଣ ଏଥିରେ ବିଟ୍ ଲୁଣର ପାଉଡର ପ୍ରୟୋଗ ନ କରି ଗୋଟିଏ ଖଣ୍ଡ କଳା ଲୁଣର ବ୍ୟବହାର କରନ୍ତୁ । କିନ୍ତୁ ଗୋଟିଏ କଥାର ଧ୍ୟାନ ରଖିବେ ଯଦି ଆପଣଙ୍କୁ ହାଇ୍ ବ୍ଲଡ୍ ପ୍ରେସର ସମସ୍ୟା ରହିଛି ତେବେ ଏହି ଲୁଣର ବ୍ୟବହାର ଆଦୌ କରନ୍ତୁ ନାହିଁ । ଆଉ ଯଦି ଏହି ସମସ୍ୟା ନାହିଁ ତେବେ ଲୁଣର ବ୍ୟବହାର କରି ପାରିବେ ।

ପ୍ରସ୍ତୁତି ପ୍ରଣାଳୀ –

ବର୍ତ୍ତମାନ ଆପଣ ପୂର୍ବରୁ ନେଇ ଥିବା ସମସ୍ତ ସାମଗ୍ରୀକୁ ମସଲା ପେଶା ରେ ଗ୍ରାଇଡିଂ କରି ଦିଅନ୍ତୁ । ତେବେ ଏହାକୁ ଭାଜି କରି ଗୁଣ୍ଡ କରନ୍ତୁ ନାହିଁ ବରଂ କଞ୍ଚା ଥିବା ସମସ୍ତ ସାମଗ୍ରୀଗୁଣ୍ଡ କରି ତାହାର ଏକ ଫାଇନ୍ ପାଉଡର ପ୍ରସ୍ତୁତ କରନ୍ତୁ । ଏହି ଗୁଣ୍ଡକୁ ପ୍ରସ୍ତୁତ କରି କୌଣସି କାଚ ପାତ୍ରରେ ରଖି ପାରିବେ , ଏହା ବହୁ ଦିନ ପର୍ଯ୍ୟନ୍ତ ଆପଣ ଷ୍ଟୋର କରି ରଖି ପାରିବେ । ଏହା ଏତେ ଶିଘ୍ର ଖରାପ ହୋଇ ନଥାଏ । ବର୍ତ୍ତମାନ ଆପଣଙ୍କର ଗୁଣ୍ଡ ପ୍ରସ୍ତୁତ ହୋଇ ଯାଇଥିବ । ବର୍ତ୍ତମାନ ଜାଣିବା ଆପଣ ଏହାର ସେବନ କେମିତି କରିବେ ।

ସେବନ ପ୍ରଣାଳୀ –
ଏହାର ସେବନ ପାଇଁ ଆପଣଙ୍କୁ ଏକ ଗ୍ଲାସ ଉଷମ ପାଣିର ଆବଶ୍ୟକତା ପଡିବ । ସକାଳୁ ଖାଲି ପେଟରେ ଆପଣ ଏହାର ଏହି ଗୁଣ୍ଡର ଏକ ଚାମଚ ପାଟିରେ ପକାନ୍ତୁ ଏବଂ ଉଷମ ପାଣି ଏକ ଗ୍ଲାସ ପିଇ ନିଅନ୍ତୁ । ନଚେତ ଏକ ଗ୍ଲାସ ଉଷମ ପାଣିରେ ଏହାକୁ ଏକ ଚାମଚ ମିଶାଇ ଦିଅନ୍ତୁ ଏହା ପରେ ସେହି ପାଣିକୁ ପିଇ ନିଅନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।