Odisha News Portal

ଖେଳ ସରିଲା ! ଅରୁଣ ବୋଥ୍ରା ଙ୍କ ପାଇଁ ବଢିଲା ଅଡୁଆ , ସମସ୍ତ ତଥ୍ୟ ମାଗିଲେ ନିର୍ଭୟା ଓକିଲ ସୀମା ,ଆପଣଙ୍କ ମତରେ କଣ ସତରେ ପରୀ ନ୍ୟାୟ ପାଇବ ?

0 172

ପ୍ରାୟ ଦୁଇ ମାସ ତଳେ ଓଡ଼ିଶାର ନୟାଗଡ଼ ଜିଲ୍ଲାରେ ଜଣେ 5 ବର୍ଷର ନାବାଳିକା କୁ ଦୁଷ୍କର୍ମ କରି ହତ୍ୟା କରିଥିଲେ । ତେବେ ପରୀ କୁ ନ୍ୟାୟ ଦେବା ପାଇଁ ସାରା ରାଜ୍ୟରେ ଚାଞ୍ଚଲ୍ୟ ପଡିଥିଲା । ମୃତ୍ୟୁ ପରେ ତାର ମା’ ଓ ବାପା କିପରି ଭାବରେ ନ୍ୟାୟ ପାଇଁ ବ୍ୟାକୁଳ ହୋଇଥିଲେ । ତାଙ୍କର ଝିଅକୁ ନ୍ୟାୟ ଦେବା ପାଇଁ ବିଧାନସଭା ଆଗରେ ଆତ୍ମାହୁତି ଉଦ୍ୟମ ମଧ୍ୟ କରିଥିଲେ । ବାପା ମାଙ୍କର ଏପରି କାମକୁ ଦେଖିକରି ଏବଂ ରାଜ୍ୟ ବାସୀଙ୍କର ଚାଞ୍ଚଲ୍ୟକୁ ଦେଖିକରି ସରକାର ଏସଆଇଟି ଟିମକୁ ଏହି ମାମଲାର ଯାଞ୍ଚ କରିବା ପାଇଁ ଆଦେଶ ଦେଇଥିଲେ ।

ଏହାରି ଭିତରେ ପରି ହତ୍ୟା ଆଜି କୁ ପାଞ୍ଚ ମାସ ବିତି ଯାଇଥିଲେ ବି କୌଣସି ସାକ୍ଷୀ ପ୍ରମାଣ ମିଳି ପାରିନାହିଁ । ତେବେ ଏସଆଇ ଟିମର ମୁଖ୍ୟ ଅରୁଣ ବୋଥ୍ରା ଏହାର ତଦନ୍ତ କରିଛନ୍ତି ଏବଂ ସେ ପରୀର ଅଭିଯୁକ୍ତ ଭାବେ ସରୋଜ ସେଠାକୁ ସାବ୍ୟସ୍ତ କରିଛନ୍ତି , ସେ କହିଛନ୍ତି କି ସରୋଜ ସେଠୀ ହେଉଛି ପରୀ ଘଟଣାରେ ମୁଖ୍ୟ ସାକ୍ଷୀ ସେ ହିଁ ପରୀକୁ ହତ୍ୟା କରି ତାହାର ଦୁଷ୍କର୍ମ କରିଛି ।

ଅରୁଣ ବୋଥ୍ରାଙ୍କର ଏତେ ସମସ୍ତ ସାକ୍ଷୀ ପରେ ମଧ୍ୟ ପରିର ବାପା ମା ଏବଂ ଗ୍ରାମର ଲୋକମାନେ ଏହାକୁ ମାନିବା ପାଇଁ ନାରାଜ କାରଣ ସେମାନେ କହୁଛନ୍ତି ସରୋଜ ଦେଶା ନୁହେଁ ଏହା ପଛରେ ଅନ୍ୟ କାରଣ ରହିଛି । ପରି ର ମା ବାପା କହିବା ହିସାବରେ ବାବୁଲି ଓ ଅରୁଣ ସହ ଦୁଇଜଣ ଏହି କେସ ରେ ସଂପୃକ୍ତ ଅଛନ୍ତି ।

ଏହି ସମସ୍ତ କଥା ପରେ ଏବେ ଶୁଣିବାକୁ ମିଳୁଛି କି ପରୀ କେସ ଲଢିବେ ନିର୍ଭାୟାଙ୍କକର ଓଲିକ ସୀମା । ଏଥିପାଇଁ ସେ ପରୀ ମାଙ୍କ ସହିତ ମଧ୍ୟ କଥା ହୋଇଛନ୍ତି ଫୋନରେ ।

ସୀମା ସୂଚନା ପ୍ରଦାନ କରିଛନ୍ତି କି କିଛି ଦିନ ତଳେ ସୋସିଆଲ ମିଡିଆରେ ପରୀ କେସ ସୀମା ଲଢନ୍ତୁ ବୋଲି ଅନୁରୋଧ ହେଉଥିଲା , ଏପରିକି ଏହାକୁ ନେଇ ସମ୍ବିତ ନନ୍ଦ ସୀମା ଙ୍କୁ ଟ୍ୱିଟ କରିଥିବା ବେଳେ କେସ ର ସବିଶେଷ ତଥ୍ୟ ମାଗିଥିଲେ ନିର୍ଭୟା ଙ୍କ ଓକିଲ I

ଗତକାଲି ସେ ଫୋନ କନ୍ଫରେସ ମାଧ୍ୟମ ରେ ପରୀ ମା ଙ୍କ ସହିତ ଫୋନ ରେ କଥା ହୋଇଛନ୍ତି ଓକିଲ ସୀମା । ସୀମା କହିଛନ୍ତି କି ମା ତୁମେ ବ୍ୟସ୍ତ ହୁଅନ୍ତି ଅପରାଧୀ ଙ୍କୁ ଦଣ୍ଡ ଦିଆଯିବ I ସୀମା ଙ୍କ ଏଇ ପଦିଏ କଥା ହିଁ ଯଥେଷ୍ଟ ପରୀ ମା ଙ୍କ ପାଇଁ ।

ଏଥର ସେ ଭାବୁଛନ୍ତି କି ନିଶ୍ଚିତ ରୂପରେ ପରୀକୁ ନ୍ୟାୟ ମିଳିବ । ଏହା ସହିତ ମଧ୍ୟ ସେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କହିଛନ୍ତି କି ନବୀନ ପଟ୍ଟନାୟକ ଜୀ ଆପଣଙ୍କ ପାଇଁ ଏହା ଅତ୍ୟନ୍ତ ଲଜ୍ଜାଜନକ । ଏହି କଥା ପରେ ଏବେ ଅରୁଣ ବ୍ରୋଥ୍ରା ବହୁତ ବିଭ୍ରାନ୍ତ ହୋଇପଡିଛନ୍ତି କାରଣ ସେ ସରୋଜ ସେଠାକୁ ସାବାଳକ ବୋଲି କହିଥିଲେ ମାତ୍ର ଏବେ ପ୍ରମାଣ ହୋଇଛି କି ସରୋଜ ହେଉଛି ନାବାଳକ ।

ସରୋଜ ନାବାଳକ ଥିବାବେଳେ ବୋଥ୍ରା କାହିଁକି ସାବାଳକ ଦର୍ଶାଇଥିଲେ ,ଏହାପରେ ଅନ୍ୟ ସବୁ ରିପୋର୍ଟ କୁ ନେଇ ସାଧାରଣ ରେ ସନ୍ଦେହ ସୃଷ୍ଟି ହେଉଛି I ତେବେ ଆଗକୁ ପରୀର ମାମଲା କେଉଁ ମୋଡ ନେବ ତାହା ବହୁତ ଶୀଘ୍ର ଆମ ମାନଙ୍କୁ ଜଣାପଡିଯିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।