Odisha News Portal

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଏବେ ଦିନ କଟୁଛନ୍ତି ଜେଲ୍ ରେ !ଏହାକୁ ନେଇ ତାଙ୍କ ପନ୍ତ୍ରୀ ଦେଇଛନ୍ତି ଏମିତି ପତିକ୍ରିୟା ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବ ……..

ଆକାଶ ପାଠକ ଲିଙ୍କରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଗତ କାଲି କ୍ରାଇମବ୍ରାଞ୍ଚ ଗିରଫ କରିଥିଲା । ଗିରଫ ପରେ ତାଙ୍କୁ କଟକର ଏସିଟିଜିଏମ କୋର୍ଟରେ ହାଜର କରାଯାଇଥିଲା । ଟାଟା କମ୍ପାନୀରେ ଚାକିରୀ କରିଦେବା ପାଇଁ ଆକାଶ ପାଠକଙ୍କ ନାମରେ ଟଙ୍କା ଆଦାୟ କରୁଥିବା ଦର୍ଶାଇ ତାଙ୍କୁ ଏଥିପାଇଁ ଗିରଫ କରାଯାଇଛି । ତାଙ୍କର ବିରୋଧରେ ଆଇସି ଆକ୍ଟର ସଙ୍ଗିନ ଦଫା ଲଗାଯାଇଛି । ଠକେଇ , ଜାଲିଆତି , ଅପରାଧି , ଷଡଯନ୍ତ୍ର ପାଇଁ ତାଙ୍କୁ ଗିରଫ କରାଯାଇଛି ।

ଏହି ମାମଲାରେ ପ୍ରଦୀପଙ୍କ ପାଇଁ ଉପଯୁକ୍ତ ପ୍ରମାଣ ଥିବା ଦର୍ଶାଇଛି ତଦନ୍ତକାରୀ ସଂସ୍ଥା । ତେବେ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଏବେ ଝାଡପଡା ଜେଲରେ ରହିଛନ୍ତି । ଜେଲର ଯାହା ମଧ୍ୟ ମାନୁଆଲ ରହିଥାଏ ଜଣେ ନରମାଲ କଏଦା ଭବାରେ ତାଙ୍କୁ ରଖାଯାଇଛି ।

ପ୍ରଦୀପ ପାଣଗ୍ରାହୀ ମଧ୍ୟ କହିଥିଲେ କି ତାଙ୍କୁ ଜେଲ ହେବ ଏବଂ ଏପରି କିଛି ଅସୁବିଧା ହେବ ବୋଲି ସେ ପୂର୍ବରୁ ଅନୁମାନ କରୁଥିଲେ । ଏହା ସହିତ ସେ ଏହା ମଧ୍ୟ କହିଥିଲେ କି ସେ ଯାହା ମଧ୍ୟ ଭାବୁଥିଲେ ବା ଆଶଙ୍କା କରୁଥିଲେ ଶେଷରେ ତାହା ହିଁ ହେଲା । ତେବେ ସେ କହିଛନ୍ତି ଆକାଶ ପାଠକ ୟିଏ କି ତାଙ୍କର ଭାବି ଜାମାତା ହେବେ ତାଙ୍କ ପାଇଁ ସେ ଅର୍ଥ ସଞ୍ଚୟ କରୁଥିଲେ । ତେବେ ଏନେଇ ଏବେ କ୍ରାଇମବ୍ରାଞ୍ଚ ବହୁତ ଭଲ ଭବାରେ ଯାଞ୍ଚ କରିବ ବୋଲି ହୁହାଯାଉଛି ।

ପ୍ରଦୀପ ମହାରଥିଙ୍କ ଉପରେ ଅନେକ ମାମଲା ରୁଜୁ ହୋଇଛି ଯେପରିକି ଠକେଇ କରିବା , ଚିଟିଙ୍ଗ ଏବଂ ଫରଜରି ଭଳି ଅନେକ ମାମାଲା ରହିଛି । ତେବେ ଆକାଶ ପାଠକଙ୍କ ବିରୋଧରେ ଯେଉଁ ଅଭିଯୋଗ ଲାଗିଛି ପ୍ରଦୀପ ପାଣିଗ୍ରାହୀଙ୍କ ଉପରେ ମଧ୍ୟ ସେହି ଅଭିଯୋଗ ଲାଗିଛି । ପ୍ରଦୀପ ପାଣିଗ୍ରାହୀ ଯେତେବେଳେ ଦଳରୁ ବାହାରିଲେ ସେହି ସମୟରେ ସେ କହିଥିଲେ କି ତାଙ୍କ ବିରୁଦ୍ଧରେ ଏକ ଷଡଯନ୍ତ୍ର କରାଯାଉଛି ବୋଲି ।

ମାତ୍ର ତାହା ପରେ ସେ ଚୁପ ରହିନଥିଲେ ତାପରେ ସେ ଅନେକ କଥା ଲୋକଲୋକଚନକୁ ଆଣିଥିଲେ । ଏହା ପରେ ମଧ୍ୟ ସେ କହିଥିଲେ କି ପରବର୍ତ୍ତୀ ପର୍ଯ୍ୟାୟରେ ଏପରି କିଛି ହେବ ବୋଲି । କାରଣ ସେ କହିଥିଲେ କି ସେ ଯଦି ବାହାରେ ରହନ୍ତି ତେବେ ଅନେକ ନେତା , ରାଜନେତା ମାନଙ୍କର ଗୁମର ଖୋଲି ପାରନ୍ତି । ଏହା ଛଡା ଅନେକ ପ୍ରକାର ଇସୁ ମଧ୍ୟ ସେ ଉଠେଇ ପାରନ୍ତି ।

ପ୍ରଦୀପ ପାଣିଗ୍ରାହୀଙ୍କର କହିବା ଅନୁସାରେ ଆଗରୁ ତାଙ୍କ ବିରୁଦ୍ଧରେ କିଛି ଇସୁ ନଥିଲା ମାତ୍ର ଏବେ ହଠାତ ଏପରି ଏକ ଇସୁ ତାଙ୍କ ବିରୁଦ୍ଧରେ ତିଆରି କରାଯାଇଛି । ସେ ଆଶଙ୍କା କରୁଥିଲେ କି ସେ ଯଦି ବାହାରେ ରହିବେ ତେବେ ନୂଆ ନୂଆ ବିପଦ ବା ଗୁମର ସାମ୍ନାକୁ ଆସିବ । ତେବେ ତାଙ୍କୁ ବିରୁଦ୍ଧରେ ପ୍ରମାଣ ଆସିଛି ଯାହା ଦ୍ୱାରା କି ଗତ କାଲି କ୍ରାଇମବ୍ରାଞ୍ଚ ଟିମ ତାଙ୍କ ଘରକୁ ଯାଇ ତାଙ୍କୁ ଉଠେଇ ଆଣିଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।