Odisha News Portal

ପ୍ରବାସୀ ମାନଙ୍କୁ ସାହାଯ୍ୟ କରିବା ପାଇଁ ନିଜର ଘର ବନ୍ଧକ ରଖି 10 କୋଟି ଟଙ୍କା ଋଣ କରିଛନ୍ତି ସୋନୁ ସୁଦ, ତାଙ୍କ ମହାନତା ପାଇଁ ଗୋଟେ ସେୟାର ନିଶ୍ଚୟ କରନ୍ତୁ….

0 10

ଆପଣ ମାନେ ତ ଆମ ଦେଶର ରିଏଲ୍ ହିରୋ ସୋନୁ ସୁଦ ଙ୍କୁ ବହୁତ ଭଲ ଭାବରେ ଜାଣିଥିବେ । ଯିଏକି ଅଭିନୟ ଦୁନିଆରେ ଜଣେ ନାମୀଦାମୀ କଳାକାର ଥିବା ବେଳେ ଆଜି ଏହି କରୋନା କାଳରେ ସାରା ଦେଶ ବାସୀଙ୍କ ହୃଦୟରେ ଜଣେ ରିଅଲ୍ ହିରୋ ତଥା ଭଗବାନ ବୋଲି ମାନୁଛନ୍ତି ଲୋକମାନେ । କାହିଁକି ନାଁ କରୋନା କାଳରେ ସାରା ଦେଶର ପ୍ରବାସୀ ମାନଙ୍କୁ ନିଜ ଅଞ୍ଚଳକୁ ଫେରେଇ ଆଣିବା ଠାରୁ ଆରମ୍ଭ କରି ଗରିବ ଅସହାୟ ଦିନ ମଜୁରିଆ ମାନଙ୍କୁ ଆହୋର ଯୋଗାଇବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ତଥା ଖର୍ଚ୍ଚ ସରକାରଙ୍କର ବିନା ସହାୟତାରେ ସେ ନିଜେ ବହନ କରିଛନ୍ତି , ଆଉ ଯେଉଂଥି ପାଇଁ ଲୋକାମାନେ ଆଜି ତାଙ୍କୁ ଭଗବାନଙ୍କ ଆସନ ଦେଇଛନ୍ତି ।

ତେବେ କରୋନାର ପ୍ରଭାବ ସାରା ବିଶ୍ୱବାସୀ ଉପରେ ପଡିଛି, କେହି ବି ତା ପାଖରୁ ବର୍ତ୍ତି ଯାଇ ପାରି ନାହାଁନ୍ତି । ବଲିଉଡର ଆଗଧାଡ଼ିର ଅଭିନେତା ସୋନୁ ସୁଦ ଯେ କି କରୋନା ସମୟରେ ବହୁତ ଲୋକଙ୍କୁ ସାହାଯ୍ୟର ହାତ ବଢେଉଛନ୍ତି।

ଆଉ ଆଜି ପର୍ଯ୍ୟନ୍ତ ପ୍ରାୟ ଲକ୍ଷାଧିକ ଲୋକଙ୍କୁ ସହାୟତା କରିଛନ୍ତି ଏବଂ ସେ ଏବେ ବି ସାହାଯ୍ୟ କରି ଚାଲିଛନ୍ତି। ତେବେ ବେଳେବେଳେ ଲୋକଙ୍କ ମନରେ ଗୋଟିଏ ପ୍ରଶ୍ନ ଉଙ୍କିମାରେ ଯେ ସୋନୁ ସୁଦ କେମିତି ଏତେ ଲୋକଙ୍କୁ ସାହାଯ୍ୟ କରୁଛନ୍ତି ଅର୍ଥାତ ଏତେ ଲୋକଙ୍କୁ ପାଇଁ କେମିତି ଏତେ ଟଙ୍କା ବିନିଯୋଗ କରୁଛନ୍ତି।

କିଛି ଦିନ ତଳେ ଗୋଟେ ରିପୋର୍ଟ ଆସିଥିଲା , ରିପୋର୍ଟ ଅନୁସାରେ, ପ୍ରବାସୀ ଶ୍ରମିକଙ୍କୁ ଘରକୁ ପଠାଇବା ,ଖାଇବା ପିଇବା ପାଇଁ ବ୍ୟବସ୍ଥା,ଲୋକଙ୍କ ରହିବାପାଇଁ ଘରର ବ୍ୟବସ୍ଥା ଏବଂଲୋକଙ୍କ ଚିକିତ୍ସା ପାଇଁ ସୋନୁ ନିଜର ବହୁମୂଲ୍ୟ ଜିନିଷ ବନ୍ଧା ପକେଇଛନ୍ତି। ସେ ନିଜର ସବୁ କିଛି ବନ୍ଧା ପକେଇଦେଇଛନ୍ତି ।

 


ପ୍ରବାସୀ ଶ୍ରମିକଙ୍କ ବା ଅଭାବିଙ୍କ ପାଇଁ ସୋନୁ ନିଜର 8 ଟି ସଂପତି ବନ୍ଧା ପକେଇଛନ୍ତି ଏବଂ ଋଣ ଆଣିଛନ୍ତି । ଆଉ ଯାହାର ମୂଲ୍ୟ ପ୍ରାୟ 10କୋଟି ଟଙ୍କା । ସେ ସେହି ଟଙ୍କାରେ ସମସ୍ତେଙ୍କୁ ସାହାଯ୍ୟ କରିଥିଲେ। ଗୋଟିଏ ମନିକଂଟ୍ରୋଲ ରିପୋର୍ଟ ଅନୁସାରେ, ସୋନୁ ତାଙ୍କର 2 ଟି ଦୋକାନ ଏବଂ 6 ଟି ଫ୍ଲାଟ୍ ବନ୍ଧା ପକେଇ 10 କୋଟି ଟଙ୍କା ଋଣ କରିଛନ୍ତି । ସେ ନିଜର ବହୁ ମୂଲ୍ୟ ସମ୍ପତିକୁ ବନ୍ଧା ପକେଇଛନ୍ତି। ସେହି ସମ୍ପତିର ମାଲିକ ସୋନୁ ସୁଦ ଏବଂ ତାଙ୍କ ପତ୍ନୀ ସୋନାଲି।

ସୋନୁଙ୍କ ଦୋକାନ ଗ୍ରାଉଣ୍ଡ ଫ୍ଲୋରରେ ଅଛି ଏବଂ ତାଙ୍କର ଫ୍ଲାଟ୍ ଟି ଶିବସାଗର କୋଅପରରଟିଭ ହାଉସିଂ ସୋସାଇଟିର ରହିଅଛି । ଏହି ପ୍ରପର୍ଟି ସବୁ ଦେଇ ଋଣ ଆଣିଛନ୍ତି । ଆଉ ଗୋଟିଏ ତଥ୍ୟ ଦସ୍ତାବିଜ ଅନୁସାରେ, 10 କୋଟି ଟଙ୍କା ଋଣ ପାଇଁ 5 ଲକ୍ଷ ପଞ୍ଜିକରଣ ଶୁକ୍ଳ ଦିଆଯାଇଛି। କିନ୍ତୁ ତାଙ୍କ ପାଖରୁ ଏ 5 ଲକ୍ଷ ଟଙ୍କାକୁ ନେଇ କିଛି ସ୍ପଷ୍ଠ ହୋଇନାହିଁ ।

ସୋନୁ ଲାକଡାଉନ ସମୟରୁ ସେ ଏମିତି ସାହାଯ୍ୟ କରିଚାଲିଛନ୍ତି ,ଯାହା ଆଜି ପର୍ଯ୍ୟନ୍ତ ଲାଗି ରହିଛି । ସେ ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ରୁହନ୍ତି ଯାହା ଦ୍ୱାରା କାହାର ଅସୁବିଧା ଆଉ କାହାର କଣ ଆବଶ୍ୟକ ସେଥରୁ ଜାଣିପାରନ୍ତି। ଆଉ ଯାହା ଆବଶ୍ୟକ ଅଭାବ ପଡେ ସମସ୍ତେ ଟ୍ୱିଟର ମାଧ୍ୟମରେ ସାହାଯ୍ୟ ମାଗିଥାନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।