କିପରି ଭାବରେ ଚୋରି, ଡକାୟତି ଭଳି ଅନେକ ଅସାମାଜିକ ଘଟଣା ଆଜିର ଦୁନିଆରେ ବୃଦ୍ଧି ପାଇବାରେ ଲାଗିଛି ତାହା ତ ଆପଣ ଅନେକ ଘଟଣାରୁ ଦେଖିବାକୁ ପାଉଥିବେ। କିଛି ଏପରି ଆସାଧୁ ଲୋକ ରହିଛନ୍ତି ଯେଉଁମାନେ ଅନ୍ୟର କ୍ଷତି କରି, ଅନ୍ୟକୁ ଅସୁବିଧାରେ ପକାଇ, ଅନ୍ୟଠୁ ଲୁଟ କରି ବିନା ପରିଶ୍ରମ ରେ ସର୍ଟକଟ ରେ ଅନେକ କିଛି ହାସଲ କରିବାକୁ ଚାହାଁନ୍ତି। ଚୋରି କରି, ଡକାୟତି କରି ସେମାନେ ଏହି ମାଧ୍ଯମରେ ଧନକୁ ଉପାର୍ଜିତ କରି ଖୁସି ହୁଅନ୍ତି। ଆପଣ ତ ଅନେକ ସମୟରେ କିଛି ଏହିପରି ଡକାୟତି ର ଘଟଣା ଦେଖିବାକୁ ପାଉଥିବେ। କିଛି ଚୋରି ଏମିତି ରହିଛି ଯାହାକୁ ବିଶ୍ୱାସ କରିବା ସହଜ ନୁହେଁ।
କିଛି ଏମିତି ଅସାଧୁ ଲୋକ ରହିଛନ୍ତି ଯେଉଁମାନେ ସୁଯୋଗ ଦେଖି କିଛି ଏଭଳି ଡକାୟତି କରନ୍ତି ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗିଥାଏ ଏବଂ ବିଶ୍ୱାସ କରି ହୁଏନାହିଁ ଯାହା ବହୁତ୍ ଭୟାନକ ବି ହୋଇଥାଏ। ଏଭଳି ଘଟଣା ତ ଆପଣ ଅନେକ ସମୟରେ ଆପଣଙ୍କ ଚତୁଃପାର୍ଶ୍ଵରେ ଦେଖିବାକୁ ପାଉଥିବେ। ଯାହାକୁ ଦେଖିଲେ ଆପଣ ବି ଭୟଭୀତ ହୋଇ ପଡ଼ୁଥିବେ।ତେବେ ସମାଜର ଏଭଳି ଦୃଶ୍ୟ ଏଭଳି ଆତଙ୍କରାଜ ସାଧାରଣ ଜନତା ଙ୍କୁ ଭୟଭୀତ କରୁଛି ନିଶ୍ଚିତ। କେତେବେଳେ କିଛି ଜିନିଷ ହରାଇବା ଭୟରେ ତ ପୁଣି କେତେବେଳେ ଜୀବନ ଚାଲିଯିବା ଭୟରେ ଆମେ ବାହାରକୁ ବାହାରିଲେ ବି ବିଚଳିତ ହୋଇ ପଡୁଛୁ।
ତେବେ ଏକଥା ଆମେ ଏହିପାଇଁ କହୁଛୁ ଯେ କିପରି ଭାବରେ ସମାଜରେ ପ୍ରତିଦିନ ଏପରି ଅନେକ ଚୋରି ଡକାୟତି ର ଘଟଣା ସାମ୍ନାକୁ ଆସିବାରେ ଲାଗିଛି ଯେଉଁଠି କେତେବେଳେ କିଏ ଡକାୟତି କରି ଧରା ପଡୁଛି ତ ପୁଣି କିଏ ଖସି ପଲାଉଛି।
ଅଳ୍ପ ସମୟରେ ଡକାୟତି ର ସମ୍ମୁଖୀନ ହୋଇ କିଏ ମୂଲ୍ୟବାନ ସମ୍ପତ୍ତି କୁ ହରାଉଛି ତ ପୁଣି କାହାର ଜୀବନ ଚାଲି ଯାଉଛି। ଯେଉଁପାଇଁ ଆମେ ସଚେତନ ରହିବା ଆବଶ୍ୟକ। ସେହିପରି ଏକ ଘଟଣା ଏବେ ନିକଟରେ ଘଟିଛି। ଯେଉଁଠି ଅନଲାଇନ୍ ରେ ଫ୍ରେଣ୍ଡଶିପ କରି ଜଣେ ଠକ ଜଣେ ମହିଳାଙ୍କ ପାଖରୁ ଲୁଟି ନେଇଛନ୍ତି ଲକ୍ଷାଧିକ ଟଙ୍କା।
ପ୍ରଥମେ ଫେସବୁକ୍ ରେ ଫ୍ରେଣ୍ଡ୍ ରିକ୍ୱେଷ୍ଟ୍ ପଠାଇ ଫ୍ରେଣ୍ଡ୍ ହୋଇ ନିଜକୁ ପାଇଲଟ ର ପରିଚୟ ଦେଇ ବିଦେଶରୁ ଗିଫ୍ଟ ପଠାଇବା କହି ଠକ ଜଣଙ୍କ ୩ ଟି କିସ୍ତିରେ ନେଇଗଲା ୧ ଲକ୍ଷ ୨୫ ହଜାର ଟଙ୍କା। କିନ୍ତୁ ପରେ ନା ଆସିଲା ଗିଫ୍ଟ ନା ଆସିଲା ଟଙ୍କା। ଆଉ ଏବେ ଠକାମୀ ର ଶିକାର ହୋଇଥିବା ଏହି ମହିଳା ଜଣଙ୍କ ସେହି ଠକ ପାଇଲଟ ନାମରେ ଅଭିଯୋଗ ଆଣିଛନ୍ତି। ଏହାଛଡା କିପରି ଭାବରେ ତାଙ୍କର ଟଙ୍କା ସେ ଫେରି ପାଇବେ ତାକୁ ନେଇ ସେ ବ୍ୟସ୍ତ ହୋଇ ପଡ଼ିଛନ୍ତି। କାରଣ ମହିଳା ଜଣଙ୍କ ସୁଧରେ ଟଙ୍କା ଆଣି ଠକ ପାଇଲଟ ଙ୍କ ପାଖକୁ ପଠାଇଥିଲେ ବୋଲି କହିଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।