Ollywood ଅଭିନେତ୍ରୀ ଅନୁ ଚୌଧୁରୀ ଝିଅ ମାନଙ୍କର Periods କୁ ନେଇ କହିଲେ ଏମିତି… କଣ କହୁଛନ୍ତି… ଦେଖନ୍ତୁ Video

ହଁ ବନ୍ଧୁଗଣ ଆଜିର ସମାଜରେ ଲୋକମାନେ ଯେତେ ଆଗକୁ ଗଲେ ମଧ୍ୟ ଏପରି ବି କିଛି ଲୋକ ଆଉ ଏପରି ବି କିଛି ଜାଗା ଅଛି ଯୋଉଁଠାରେ ବି ଲୋକ ମାନେ ଆଜି ବି ଅଛନ୍ତି ପଛରେ, ଆଉ ପଡୁଛନ୍ତି ବିଭିନ୍ନ ସମସ୍ୟାରେ, ଆଜି ବି ପେରିଆଡ଼ସ ଭଳି ସମସ୍ୟାରେ ପଡି ପ୍ରାଣ ହରାଉଛନ୍ତି ବହୁତ ମହିଳା, ଏହି ଭଳି କିଛି କଥାକୁ ମିଡ଼ିଆ ସାମ୍ନାରେ ପ୍ରକାଶ କରିଛନ୍ତି ବହୁ ଚର୍ଚ୍ଚିତ ଓଡ଼ିଆ ଅଭିନେତ୍ରୀ ଅନୁ ଚୌଧୁରୀ |ସମାଜରେ ଏପରି କେତେକ ଜାଗା ରହିଛି ଯୋଉଠି ଆଜି ଯାଏ ମଧ୍ୟ ଆଧୁନିକ ଜ୍ଞାନ କୌଶଳ ଆଉ, ମାନସିକ ବିକାଶ ମଧ୍ୟ ଲୋକ ମାନଙ୍କ ମଧ୍ୟରେ ହୋଇନାହିଁ, ଆଜି ବି ସେହି ପୁରୁଣା କଥା ଆଉ ପୁରୁଣା ରୀତି ନୀତିକୁ ନେଇ ପଡିରହିଛନ୍ତି ଲୋକମାନେ |

ତେବେ ଏହି ପରି ପିରିଅଡ଼ସ ବିଷୟରେ ଅନୁ ଚୌଧୁରୀ କହିଛନ୍ତି କି, ଆଗରୁ ଲୋକ ପେଡର ବ୍ୟବହାର ମଧ୍ୟ ଜାଣିନଥିଲେ ଆଉ ସେହି ହାଇଯେନିକ କପଡ଼ା ବ୍ୟବହାର କରୁଥିଲେ ଓ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇ ମହିଳା ମାନେ ମୃତ୍ୟୁ ମୁଖରେ ମଧ୍ୟ ପଡୁଥିଲେ |କିନ୍ତୁ ସୋସିଆଲ ମିଡ଼ିଆ, ଟିଭି, ନିୟୁଜରେ ଏହି ପେରିଅଡ ବିଷୟରେ ବିଭିନ୍ନ ପ୍ରକାରର ଵିଜ୍ଞାପନ ପ୍ରକାଶ ହେଲା ପରେ ଲୋକ ମାନଙ୍କ ମଧ୍ୟରେ କିଛି ପରିମାଣରେ ପରିବର୍ତନ ଆସିଛି, କିନ୍ତୁ ସେ କହିଛନ୍ତି ଯେ ଆଜି ବି ଏପରି କିଛି ଅଞ୍ଚଳ ରହିଛି ଯୋଉଁଠାରେ ଲୋକ ମାନେ ଏହି ପେରିଅଡ କଥା ବା ପେରିଅଡ ସମ୍ବଧୀୟ କିଛି ବି କଥା ହେବାକୁ ମଧ୍ୟ ଲଜ୍ୟା ପ୍ରକାଶ କରୁଛନ୍ତି |

ସେ ମଧ୍ୟ ଆହୁରି କହିଛନ୍ତି କି, ଆମେ ସମସ୍ତେ ଜାଣିଛୁକି ପେରିଅଡ ସମୟରେ ଦେହକୁ ଦୁର୍ବଳ , ଲାଗିବା, ଗୋଡ଼ ହାତ ବିନ୍ଧିବା, ଓ ପେଟ ବଥା ହେଲା ଭଳି ବିଭିନ୍ନ ପ୍ରକାରର ସମସ୍ୟା ଦେଖାଯାଇଥାଏ |କିନ୍ତୁ ଏପରି କଷ୍ଟ ପାଇବା ସର୍ତ୍ତେ ବି ଏପରି ଲୋକ ଅଛନ୍ତି ଯୋଉ ମାନେ କି ଏହି ବିଷୟରେ ହେଉଥିବା ଅସୁବିଧାକୁ ଡ଼କ୍ଟର ଆଗରେ ପ୍ରକାଶ କରିବାକୁ ମଧ୍ୟ ଲଜ୍ୟା ପ୍ରକାଶ କରିଛନ୍ତି ଓ କେତେକ ସ୍ଥାନରେ ଲୋକ ପେଡକୁ ଦୋକାନରୁ କିଣିବାକୁ ମଧ୍ୟ କୁଣ୍ଠା ପ୍ରକାଶ କରିଥାନ୍ତି |

ତେଣୁ ଅନୁ ଚୌଧୁରୀ କହିଛନ୍ତି କି ଯୋଉ ଲୋକ ମାନଙ୍କ ଠାରେ ଏହି ଭଳି ସେସିଆଲ ମିଡିଆରେ ପ୍ରକାଶ ପାଉଥିବା ପେରିଅଡ ବିଷୟରେ ବିଜ୍ଞାପନ ପହଂଚିପାରୁନି , ସେହି ସବୁ ସ୍ଥାନକୁ ଯାଇ ଲୋକ ମାନଙ୍କୁ ବୁଝାଇବା ସହିତ ଏହି ସବୁ ଅସୁବିଧା ଯୋଗୁ ଆମ ଜୀବନ ମଧ୍ୟ ମୃତ୍ୟୁ ମୁଖରେ ପଡୁଛି ସେ ବିଷୟରେ ଲୋକ ମାନଙ୍କୁ ଅବଗତ କରାଇବା ନିହାତି ଆବଶ୍ୟକ, ସେଠି ପାଇଁ ତ ହିନ୍ଦୀ ଫିଲ୍ମ ପେଡମେନ ଫିଲ୍ମ ମଧ୍ୟ ପ୍ରକାଶ ପାଇଥିଲା, ଲୋକ ମାନଙ୍କ ମନରେ ସଚେତନ ଆଣିବା ପାଇଁ, ତଥାପି ଏପରି କିଛି ଲୋକ ଅଛନ୍ତି ଯୋଉମାନେ ପେଡ ର ବ୍ୟବହାର ଆଜି ବି ଜସନିନାହାନ୍ତି |

ବନ୍ଧୁଗଣ ଲୋକ ମାନଙ୍କୁ ସଚେତନ କରାଇବା ଆମର ଦାୟିତ୍ୱ, ନିଜର ଜୀବନ ରକ୍ଷା କରିବା ସହିତ ଦେଶବାସିଙ୍କ ଜୀବନକୁ ସୁରକ୍ଷା ଦେବା ଆମର ଦାୟିତ୍ୱ |ତେବେ ଅନୁ ଚୌଧୁରୀ ଙ୍କ ଏହି ଜଣ ହିତକର କଥାକୁ ବହୁତ ଲୋକ ପ୍ରଶଂସା କରିବା ସହିତ ସେସିଆଲ ମିଡିଆରେ ମଧ୍ୟ ଭାଇରଲ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment