Odisha News Portal

ଓଲିଉଡ ଜଗତରେ ଆସିଲା ଆଉ ଏକ ଖୁସୀ ଖବର , ବାପା ଓ ମା ହେବାକୁ ଯାଉଛନ୍ତୁ ସୁବାଶିଷ ଓ ଅନିଶା

ଓଡିଆ ସିନେ ଜଗତର ସୁବାଶିଷ ଓ ଆନିଶାଙ୍କ ଘରକୁ ଆସିଲା ଆଉ ଏକ ଖୁସୀ ଖବର । ଆନିଶା ଓ ସୁବାଶିଷ ଦୁହେଁ ସୁଟିଙ୍ଗ ସେଟରୁ ପରସ୍ପରକୁ ଭଲ ପାଇ ବସିଥିଲେ , ଯାହାଫଳରେ କି ସେ ଦୁହେଁ ତିନି ବର୍ଷ ତଳେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବିବାହ ପରେ ସେ ଦୁହେଁ ବହୁତ ଖୁସୀ ଥିବାର ମଧ୍ୟ ନଜର ଆସିଥିଲେ , ଏହା ବ୍ୟତୀତ ସେମାନେ ବହୁତ ସାରା ସିନେମା ବା ବହୁତ ସାରା ଧାରାବାହିକରେ ନଜର ଆସିଛନ୍ତି ସୁବାଶିଷ ଓ ଆନିଶା । ବର୍ତ୍ତମାନ ସମୟରେ ହୋ ପ୍ରଭୁ ସିରିଏଲରେ ସୁବାଶିଷ ଅଭିନୟ କରୁଥିବାର ଆପଣ ମାନେ ଦେଖୁଥିବେ । ଏହା ବ୍ୟତୀତ ତାଙ୍କର ଜବରଦସ୍ତ ଆକ୍ଟିଙ୍ଗ ମଧ୍ୟ ଆପଣ ମାନେ ଦେଖିଥିବେ , ଯେଉଁଥିରେ ସେ ଦମଦାର ଅଭିନୟ ପ୍ରଦର୍ଶନ କରିଛନ୍ତି ।କିନ୍ତୁ କହିବାର କଥା ଏହାକି ଏବେ ତାଙ୍କ ପରିବାରକୁ ଏକ ଖୁସୀର ଖବର ଆସିଛି , ଯାହାକି ଆନିଶା ବର୍ତ୍ତମାନ ମା ହେବାକୁ ଯାଉଛନ୍ତି । ଏହି ଖବରଟି ବର୍ତ୍ତମାନ ଆନିଶା ତାଙ୍କ ସୋସିଆଲ ମିଡିଆ ଏକାଉଣ୍ଡରେ ସେୟାର କରିଛନ୍ତି କି ସେ ମା ହେବାକୁ ଯାଉଛନ୍ତି । ତାଙ୍କ ପରିବାରରେ ବର୍ତ୍ତମାନ ସମୟରେ ଖୁସୀର ମାହଲ ଚାଲିଛି ଏବଂ ଖୁବ୍ ଶୀଘ୍ର ତାଙ୍କ ପରିବାରକୁ ଆଉ ଏକ ନୂଆ ସଦସ୍ୟ ଆସିବାକୁ ଯାଉଛି । ସୁବାଶିଷ ବହୁତ ଶୀଘ୍ର ବାପା ହେବା ପାଇଁ ଯାଉଛନ୍ତି , ଯେଉଥି ପାଇଁ ସେ ଆନିଶାଙ୍କ ବହୁତ କେୟାର କରୁଛନ୍ତି । କାରଣ ଆନିଶା କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ନକରନ୍ତୁ , ସେଥିପାଇଁ ସେ ତାଙ୍କର ପ୍ରପର କେୟାର ନେଉଛନ୍ତି ।

ସୁବାଶିଷ ଏବେ ସାର୍ଥକ ଚେନାଲର ହେ ପ୍ରଭୁ ସିରିଏଲରେ ନିଜର ଅଭିନୟର ଜଲବା ଦେଖାଉଛନ୍ତି । ତାଙ୍କ ଅଭିନୟକୁ ଅଗଣିତ ଦର୍ଶକ ମାନେ ଭଲ ପାଇବା ଦେଉଛନ୍ତି ଏବଂ ବହୁତ ପସନ୍ଦ ମଧ୍ୟ କରୁଛନ୍ତି । କିନ୍ତୁ ସେ ନିଜ ପରିବାରକୁ ଏକ ନୂଆ ସଦସ୍ୟ ଆସିବା ନେଇ ବହୁତ ଖୁସୀ ଅଛନ୍ତି ଏବଂ ଆନିଶା ନିଜେ ତାଙ୍କ ସୋସିଆଲ ଏକାଉଣ୍ଡରେ ମା ହେବାର ଖବର ସେୟାର କରିଛନ୍ତି । ଏହି ଖବର ତାଙ୍କ ଫ୍ୟାନ ମାନେ ଜାଣିବା ପରେ ମା ହେବାର ବହୁତ ଶୁଭେଚ୍ଛା ଜଣାଇଛନ୍ତି । ଏହି ଖବର ତାଙ୍କୁ ବହୁତ ଖୁସୀ ମଧ୍ୟ କରାଇଛି ଏବଂ ଦୀର୍ଘ 3 ବର୍ଷ ପରେ ଆନୀଶା ମା ହେବାକୁ ଯାଉଛନ୍ତି ।

ସୁବାଶିଷ , ଆନିଶା ଓ ତାଙ୍କ ପରିବାରର ସମସ୍ତ ସଦସ୍ୟ ମାନେ ଏହି ଖବର ଜାଣିବା ପରେ ଖୁସୀ ମନାଉଛନ୍ତି ଏବଂ ଆନିଶାଙ୍କ ଯତ୍ନ ମଧ୍ୟ ନେଉଛନ୍ତି । ଆନୀଶା ମା ହେବାର ଖବର ସୋସିଆଲ ମିଡିଆରେ ସେୟାର କରିବା ପରେ ଏହା ପ୍ରବଳ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ସୁବାଶିଷ ଖୁବ୍ ଶୀଘ୍ର ବାପା ହେବାକୁ ଯାଉଛନ୍ତି ଏବଂ ତାଙ୍କ ପରିବାର ମଧ୍ୟ ବହୁତ ଖୁସୀ ଅଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।