Odisha News Portal

ଓଲିଉଡର ମେଗା ଷ୍ଟାର ସିଦ୍ଧାନ୍ତ ମହାପାତ୍ର ଜନ୍ମ କେଉଁଠି ହୋଇଥିଲା , ତାଙ୍କର ଶିକ୍ଷାଯୋଗ୍ୟତା କଣ , ସେ ରଚନା କୁ ଛାଡି କାହିଁକି ମାମାମିଶ୍ର ଙ୍କୁ ବିବାହ କଲେ ଜାଣନ୍ତୁ ପୁରା ଜୀବନୀ……

ଆଜି ଆମେ ଆପଣ ମାନଙ୍କୁ ଓଲିଉଡର ଜଣେ ବାସ୍ଥାଙ୍କ ବିଷୟରେ କହିବୁ ଯାହାଙ୍କୁ ଆପଣ ମାନେ ବହୁତ ହିଁ ପସନ୍ଦ କରନ୍ତି । ତେବେ ଆପଣ ମାନେ ଓଲିଉଡ ଜଗତରେ ରହିଥିବା ସମସ୍ତ କଳାକାର ମାନଙ୍କୁ ପସନ୍ଦ କରୁଥିବେ ମାତ୍ର ସେହି ସମସ୍ତ କଳାକାର ମାନଙ୍କ ତରଫରୁ ଆପଣଙ୍କର ଜଣେ ପ୍ରିୟ କଳାକାର ମଧ୍ୟ ରହିଥିବେ ଯାହାଙ୍କର ପିଲ୍ମ ଆପଣ ମାନେ ପ୍ରାୟତଃ ସବୁ ସମୟରେ ଦେଖୁଥିବେ ଏହା ସହିତ ତାଙ୍କର ନୂଆ ପିଲ୍ମକୁ ଆପଣ ମାନେ ଆଗେ ଦେଖୁଥିବେ ସିନେମା ହଲରେ । ତେବେ ଆଜି ମଧ୍ୟ ଆମେ ଆପଣ ମାନଙ୍କୁ ଓଲିଉଡର ସେମିତି ଜଣେ କଳାକାରଙ୍କ ବିଷୟରେ କହିବୁ ଯାହାକୁ ଓଡିଶାର ଲୋକମାନେ ବହୁତ ହିଁ ଭଲ ପାଆନ୍ତି ଏହା ସହିତ ତାଙ୍କର ସମସ୍ତ ପିଲ୍ମକୁ ମଧ୍ୟ ସେମାନେ କେବେବି ମିସ କରନ୍ତି ନାହିଁ । ତେବେ ଆସନ୍ତୁ ଜାଣିବା କିଏ ଅଟନ୍ତି ସେହି କଳାକାର ଜଣକ ।

ଓଲିଉଡର ମେଗା ଷ୍ଟାର ସିଦ୍ଧାନ୍ତ ମହାପାତ୍ରଙ୍କର ଜନ୍ମ ଜୁନ 4 , 1966 ମସିହାରେ ବ୍ରହ୍ମପୁରରେ ଜନ୍ମ ଗ୍ରହଣ କରିଥିଲେ । ସେ ଓଡିଆ ପିଲ୍ମ ଇଣ୍ଡଷ୍ଟ୍ରିକୁ ବହୁ ବର୍ଷ ଧରି ଏକ ନୂଆ ରୂପ ପ୍ରଦାନ କରିଛନ୍ତି । ତାଙ୍କୁ ଓଲିଉଡର ବାସ୍ଥା ବା ମେଗା ଷ୍ଟାର ବୋଲି କୁହାଯାଏ ।

ସିଦ୍ଧାନ୍ତ ମହାପାତ୍ର ବ୍ରହ୍ମରପୁରର ଗୋଟିଏ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ କମରସରେ କେନ୍ଦୁଝରର ଡିପି କଲେଜରୁ ଗ୍ରାଜୁଏସନ ସମାପ୍ତ ପରେ ମାଷ୍ଟର ଡିଗ୍ରୀ କରିବା ପାଇଁ ଦିଲ୍ଲୀ ଚାଲି ଯାଇଥିଲେ । ତାଙ୍କର ବାପା ଡଃ ମନମୋହନ ମହାପାତ୍ର ଏବଂ ମା ମଧ୍ୟ ଉଭୟ ଡାକ୍ତର ଅଟନ୍ତି । ଓଡିଆ ପିଲ୍ମ ଶ୍ରଦ୍ଧାଞ୍ଜଳି ଜରିଆରେ ସେ ସିନେମା ଜଗତକୁ ଆସିଥିଲେ । 150 ରୁ ଅଧିକ ଫିଲ୍ମରେ କାମ କରି ଦର୍ଶକ ମାନଙ୍କ ମନ ଜାଣିଛନ୍ତି ଓଲିଉଡର ମେଗା ଷ୍ଟାର ସିଦ୍ଧାନ୍ତ ମହାପାତ୍ର ।

ତାଙ୍କର ପିଲ୍ମ କ୍ୟାରିୟର ମଧ୍ୟରେ ଅନେକ ସୁପରହିଟ ଫିଲ୍ମ ଭେଟି ଦେଇଛନ୍ତି ଦର୍ଶକ ମାନଙ୍କୁ । ସିନ୍ଦୁର ନୁହେଁ ଖେଳ ଘର , ମୋ କୋଳ ତୋ ଝୁଲଣା , ପୁଅ ମୋର ଜଗତ ଜିତା , ଏଇଟି ସ୍ୱର୍ଗ ଏଇଟି ନର୍କ , ଓମ ଶାନ୍ତି ଓମ , ଶାଶୁ ଘର ଚାଲିଯିବି , କୁଳ ନନ୍ଦନ , ଧର୍ମର ହେବ ଜୟ ବୋଲି ଆଦି ଅନେକ ଓଡିଆ ଚଳଚ୍ଚିତ୍ରରେ ତାଙ୍କର ବରିଷ୍ଟ ଅଭିନୟ ପାଇଁ ବେଷ୍ଟ ଆୱାଡ ଜିତିଛନ୍ତି ସିଦ୍ଧାନ୍ତ ମହାପାତ୍ର ।

ସାତଟି ଓଡିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ପାଇଛନ୍ତି ସିଦ୍ଧାନ୍ତ ମହାପାତ୍ର । 2009 ମସିହାରେ ସେ ରାଜନୀତିରେ ପାଦ ଦେଇଥିଲେ । ସେହି ସମୟରେ ସେ ନିର୍ବାଚନ ମଣ୍ଡଳୀରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ଏହାପରେ 2010 ରେ ମଧ୍ୟ ସାଘାରଣ ନିର୍ବାଚନରେ ସେ ବିଜୟ ଲାଭ କରିଥିଲେ ।


ଓଲିଉଡର ସୁପରହିଟ ଯୋଡି ସିଦ୍ଧାନ୍ତ ମହାପାତ୍ର ଏବଂ ରଚନା ବାନାର୍ଜୀ ଏକାଠି ସିନେମାରେ କାମ କରୁ କରୁ କେତେବେଳେ ଯେ ତାହାଙ୍କୁ ପ୍ରେମ ହୋଇଗଲା ତାହା ମଧ୍ୟ ସେମାନଙ୍କୁ ଜଣାନଥିଲା । ତାହା ପରେ ଏହି ଯୋଡି ପ୍ରେମ ବିବାହ କରିଥିଲେ । ମାତ୍ର ସିଦ୍ଧାନ୍ତ ମହାପାତ୍ର ବ୍ରାହ୍ମଣ ପରିବାରର ହୋଇଥିବାରୁ ତାଙ୍କର ବିବାହ ପାଇଁ ଘର ଲୋକ ରାଜି ହୋଇନଥିଲେ । ଶେଷରେ 2014 ମସିହାରେ ସେ ରଚନା ବାନାର୍ଜୀଙ୍କୁ ଛାଡପତ୍ର ଦେଇ ଓଡିଆ ସମସ୍କାରୀ ଝିଅ ମାମା ମିଶ୍ରଙ୍କୁ ବିବାହ କରିଥିଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।