ଗୋଟିଏ ପିଲା ଛୋଟ ହେଉ ବା ବଡ ସମସ୍ତ ବ୍ୟକ୍ତିର ଶିକ୍ଷା କ୍ଷେତ୍ରରେ ସାଧାରଣ ଜ୍ଞାନ ଜାଣିବା ଅତ୍ୟନ୍ତ ଜରୁରୀ ହୋଇଥାଏ । ଏହା ବ୍ୟତୀତ ଯେକୌଣସି କମ୍ପିଟେଟିଭ ପରିକ୍ଷାରେ ମଧ୍ୟ ସାଧାରଣ ଜ୍ଞାନ ଜାଣିବା ଅତ୍ୟନ୍ତ ଜରୁରୀ ହୋଇଥାଏ । ତେବେ ଆସନ୍ତୁ ଜାଣିବା କେତେକ ସାଧାରଣ ଜ୍ଞାନର ପ୍ରଶ୍ନ ସହିତ ଉତ୍ତର ସମ୍ପର୍କରେ ।
1 ଓଡିଶାର ପ୍ରଥମ ସିନେମା ହଲ କେଉଁଠାରେ ଥିଲା ?
ଉତ୍ତର – ସିତାରାମ ବିଳାସ ଟକିଜ , ବ୍ରହ୍ମପୁର ।
2 ପ୍ରଥମ ଓଡିଆ ବୈଜ୍ଞାନିକଙ୍କ ନାମ କଣ ?
ଉତ୍ତର – ପଠାଣି ସାମନ୍ତ ।
3 ଓଡିଶାର ପ୍ରଥମ ଓଡିଆ ନାଟକର ନାମ କଣ ?
ଉତ୍ତର – ବାବାଜୀ ।
4 ପ୍ରଥମ ଓଡିଆ ଦୈନିକ ସାହିତ୍ୟ ପତ୍ରିକାର ନାମ କଣ ?
ଉତ୍ତର – ଉତ୍କଳ ଦୀପିକା ।
5 ଓଡିଶାର ପ୍ରଥମ ସ୍ୱାଧୀନତା ସଂଗ୍ରାମୀଙ୍କ ନାମ କଣ ?
ଉତ୍ତର – ବୀର ସୁରେନ୍ଦ୍ର ସାଏ ।
6 ଓଡିଶାର ପ୍ରଥମ କଲେଜର ନାମ କଣ ?
ଉତ୍ତର – ରେଭେନ୍ସ କଲେଜ ।
7 ଓଡିଶାର ପ୍ରଥମ ବିଶ୍ୱବିଦ୍ୟାଳୟର ନାମ କଣ ?
ଉତ୍ତର – ଉତ୍କଳ ବିଶ୍ୱବିଦ୍ୟାଳୟ ।
8 ଓଡିଶାର ପ୍ରଥମ ଓଡିଆ ରାଜ୍ୟପାଳ କିଏ ଥିଲେ ?
ଉତ୍ତର – ଡ. ହରେକୃଷ୍ଣ ମହତାବ ।
9 ପ୍ରଥମ ଓଡିଆ ରାଷ୍ଟ୍ରଦୂତ କିଏ ଥିଲେ ?
ଉତ୍ତର – ଲଲାଟେନ୍ଦୁ ମାନସିଂହ ।
10 ପ୍ରଥମ ଓଡିଆ ଗ୍ରାଜୁଏଟ କିଏ ?
ଉତ୍ତର – ମଧୁସୂଦନ ଦାସ ।
11 ଶ୍ରାରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର ପ୍ରଥମ ଅଧ୍ୟକ୍ଷ କିଏ ଥିଲେ ?
ଉତ୍ତର – ଡ. ସୁରେନ୍ଦ୍ର ନାରାୟଣ ଆଚାର୍ଯ୍ୟ
12 ପ୍ରଥମ ଓଡିଆ ଅଧ୍ୟାପକ କିଏ ଥିଲେ ?
ଉତ୍ତର – କାଶୀନାଥ ଦାସ ।
13 ପ୍ରଥମ ଶାସନ ସଚିବ କିଏ ?
ଉତ୍ତର – ନୀଳମଣି ସେନାପତି ।
14 ପ୍ରଥମ ଓଡିଆ କୁଳପତି କିଏ ?
ଉତ୍ତର – ଡ. ପ୍ରାଣକୃଷ୍ଣ ପରିଜା ।
15 ପ୍ରଥମ ଓଡିଆ ନାଟ୍ୟକାର କିଏ ?
ଉତ୍ତର – ଜଗମୋହନ ଲାଲା ।
16 ସୁପ୍ରିମକୋର୍ଟର ପ୍ରଥମ ଓଡିଆ ମୁଖ୍ୟ ବିଚାରପତି କିଏ ?
ଉତ୍ତର – ଜଷ୍ଟିସ୍ ରଙ୍ଗନାଥ ମିଶ୍ର ।
17 ପ୍ରଥମ ଆଇ. ପି.ଏସ୍. ଅଫିସର କିଏ ?
ଉତ୍ତର – ନୀଳମଣି ସେନାପତି ।
18 ଓଡିଶାର ପ୍ରଥମ ସମ୍ୱାଦପତ୍ରର ନାମ କଣ ?
ଉତ୍ତର – ଉତ୍କଳ ଦୀପିକା ।
19 ପ୍ରଥମ ଓଡିଆ ପୋଲିସ ଏସ . ପି. କିଏ ?
ଉତ୍ତର – ଶ୍ରୀକୃଷ୍ଣ ମାହାପାତ୍ର ।
20 ପ୍ରଥମ ଓଡିଆ ଏୟାର ମାର୍ଶାଲ କିଏ ?
ଉତ୍ତର – ସରୋଜ ଜେନା ।
21 ପ୍ରଥମ ଓଡିଆ ଚିଫ୍ ସେକ୍ରେଟାରୀଙ୍କ ନାମ କଣ ?
ଉତ୍ତର – ନାଗର ମୋହନ ପଟ୍ଟନାୟକ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।