କରୋନା ସମୟରେ ଓଡିଶା ସରକାର ଙ୍କର ବଡ ନିଷ୍ପତି। ସୁମଙ୍ଗଳ ପୋର୍ଟାଲ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଏବେ ବିବାହ କଲେ ମିଳିବ ୨,୫୦,୦୦୦ ଟଙ୍କା……

ବର୍ତ୍ତମାନର ସବୁଠୁ ବଡ ଖବର । ବିବାହ କରିଲେ ମିଳିବ ମୋଟା ଅଙ୍କର ଟଙ୍କା । ତେବେ ଆପଣ କଣ ବିବାହ କରିବାକୁ ଯାଉଛନ୍ତି ? ତାହେଲେ ଆପଣଙ୍କ ପାଇଁ ବହୁତ ବଡ ଖୁସି ଖବର ରହିଛି । ସରକାରଙ୍କର ବଡ ଘୋଷଣା ଏଣିକି ବିବାହ କରିଲେ ମିଳିବ 2 ଲକ୍ଷ 50 ହଜାର ଟଙ୍କା । କାହିଁକି ନାଁ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନ୍ୟବର ନବୀନ ପଟ୍ଟନାୟକ ଗୋଟିଏ ନୂଆ ଯୋଜନାର ଶୁଭାରମ୍ଭ କରିଛନ୍ତି । ଯେଉଁ ଯୋଜନାର ନାମ ରହିଛି ସୁମଙ୍ଗଲ ପୋର୍ଟାଲ୍ ଯୋଜନା । ଏହି ନୂତନ ଯୋଜନାରେ ବିବାହ କରିଲେ ଆପଣଙ୍କୁ ମିଳିବ ଏହି ରାଶି । କିନ୍ତୁ ଏହି ରାଶି କେବଳ ହେଉଛି ଅନ୍ତଃଜାତି ବିବାହ କରିଲେ ଆପଣଙ୍କୁ ମିଳି ପାରିବ ।

ତେବେ ସେହିପରି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ମଧ୍ୟ ଛାତ୍ରବୃତ୍ତି ପୋର୍ଟାଲ୍ ର ଯୋଜନା କରିଛନ୍ତି । ବର୍ତ୍ତମାନ ଏହି ଦୁଇଟି ଯୋଜନାକୁ ନେଇ ସମସ୍ତେ ବହୁତ ଆଗ୍ରହୀ ତଥା ଖୁସି ରହିଛନ୍ତି ।

ସୂଚନା ଅନୁଯାୟୀ ଏହି ଦୁଇଟି ଯୋଜନା ପାଇଁ ସରକାର ଏକ ସ୍ବତନ୍ତ୍ର ବ୍ୟବସ୍ଥା ମଧ୍ୟ କରିଛନ୍ତି । ତେବେ ସରକାରଙ୍କର ଛାତ୍ରବୃତ୍ତି ପାଇବା ପାଇଁ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ବିଭାଗର ଭିନ୍ନ ଭିନ୍ନ ପୋର୍ଟାଲକୁ ବ୍ୟବହାର କରିବାକୁ ପଡିବ ନାହିଁ । ଗୋଟିଏ ପୋର୍ଟାଲ ଜରିଆରେ, ବା ଗୋଟିଏ ୱେବସାଇଟ୍ ଜରିଆରେ ଏହି ସମସ୍ତ ସୁବିଧା ପାଇଂ ପାରିବେ । ସେହି ୱେବ ସାଇଟଟି ହେଉଛି www.scholarship.odisha.gov.in ଏହି ଥିରେ କ୍ଲିକ୍‌ କଲେ, ଆପଣ ଛାତ୍ରଛାତ୍ରୀ ବୃତ୍ତି ପାଇଁ ଆବେଦନ କରି ପାରିବେ ।


ଏହି ଯୋଜନା ଦ୍ୱାରା ପ୍ରାୟ 11 ଲକ୍ଷରୁ ଅଧିକ ଶିକ୍ଷାର୍ଥୀ ଲାଭବାନ ତଥା ଉପକୃତ ହୋଇ ପାରିବେ ବୋଲି ସୂଚନା ରହିଛି । କିନ୍ତୁ ବର୍ତ୍ତମାନ ରାଜ୍ୟ ସରକାରଙ୍କ 6 ଟି ବିଭାଗ ପକ୍ଷରୁ 21 ଟି ଛାତ୍ରବୃତ୍ତି ଦିଆ ଯାଉଛି । ତେବେ ସାଧାରଣ ରେ କହିବାକୁ ଗଲେ ଲୋକ ମାନଙ୍କ ଜୀବନରେ କିଛି ପରିବର୍ତ୍ତନ ପାଇଁ ବୈଷୟିକ ବିଦ୍ୟାର ପ୍ରୟୋଗକୁ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଏହି ଉନ୍ନତି ମୂଳକ ଯୋଜନା ଜାରି କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଏହି ଯୋଜନା ମାଧ୍ୟମରେ ଲୋକଙ୍କୁ ଦକ୍ଷତା ଓ ସ୍ୱଚ୍ଛତାର ସହ ଠିକ ସମୟରେ ସର୍ବୋତ୍କୃଷ୍ଟ ସେବା ଯୋଗାଇ ଦେଇହେବ ।

ସେପଟେ ସୁମଙ୍ଗଳ ପୋର୍ଟାଲ ଯୋଜନା ମାଧ୍ୟମରେ ମଧ୍ୟ ଆପଣ ମାନେ ଉପକୃତ ହୋଇ ପାରିବେ ଏବଂ ଏଥିପାଇଂ ଆପଣଙ୍କୁ 2,50,000 ଟଙ୍କା ମିଳିବ । ଯାହାର ଉଦ୍ଦେଶ୍ୟ ରହିଛି ସାମାଜିକ ଏକତାକୁ ସୃଷ୍ଟି କରିବା । ଆପଣ ମାନେ ଏହି ସୁମଙ୍ଗଲ ପୋର୍ଟାଲ୍ ଯୋଜନାରେ ଆବେଦନ କରିବାକୁ ଚାହୁଁଥିଲେ ଏଥିପାଇଁ ଥିବା ୱେବସାଇଟରେ କ୍ଲିକ୍ କରି ଏହାର ଫାଇଦା ଉଠାଇ ପାରିବେ । ଏହି ୱେବସାଇଟରେ www.sumangal.odisha.gov.in ରେ ଆବେଦନ କଲେ ଆନ୍ତଃ ଜାତି ବିବାହ କରିଥିବା ଯୋଗ୍ୟ ହିତାଧିକାରୀ ମାନେ କେବଳ 60ଦିନ ମଧ୍ୟରେ 2,50,000ଟଙ୍କା ପ୍ରୋତ୍ସାହନ ରାଶି ପାଇ ପାରିବେ।

ଏଥିପାଇଂ କୌଣସି ପ୍ରକାର ଅସୁବିଧା ମଧ୍ୟ ନାହିଁ । ଆନ୍ତଃ ଜାତି ବିବାହ ପାଇଁ ଏହି ପୋର୍ଟାଲ ଉନ୍ମୋଚନ କରି ମାନ୍ୟବର ମୁଖ୍ୟମନ୍ତ୍ରୀ କହିଥିଲେ, ଆନ୍ତଃଜାତି ବିବାହ ଦ୍ୱାରା ସାମାଜିକ ଏକତା ବଢିବା ସହ ଜାତିଗତ ବାଛବିଚାର ହ୍ରାସ ହେବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment