ଦେଖନ୍ତୁ ଭିଡ଼ିଓ – ଓଡ଼ିଶାର Femous ଯୋଡି ବର୍ଷା – ଅନୁଭବ କେମିତି ପାଳନ କଲେ ପଖାଳ ଦିବସ ଦେଖନ୍ତୁ ଶେଷରେ ସବୁ ବିବାଦକୁ ପଛରେ ପକାଇ…..

ଓଲିଉଡ,ବଲିଉଡ ଓ ଟିଭି ସୀରିଏଲ ଅଭିନେତ୍ରୀ ଓ ଅଭିନେତା ମାନେ ସବୁ ବେଳେ ନିଜର କାର୍ଯ୍ୟ ପାଇଁ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚା ରେ ଥାଆନ୍ତି ଓ ସେମାନେ ନିଜର ଲାଇଫ ଷ୍ଟାଇଲ ଓ ବ୍ୟକ୍ତିଗତ ଜୀବନ ପାଇଁ ବହୁତ୍ ଚର୍ଚ୍ଚିତ ଥାଆନ୍ତି।ସବୁ ବେଳେ ସେମାନେ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚିତ ହୋଇ ଥାନ୍ତି । ତେବେ ବର୍ତ୍ତମାନ ପଖାଳ ଦିବସ ପାଳନ କରି ଅନେକ ହିରୋ ହିରୋଇନ୍ ମାନେ ନିଜ ସୋସିଆଲ ମିଡ଼ିଆ ରେ ଫଟୋ ଅପଲୋଡ଼ କରିଛନ୍ତି ଯେଉଁଥିପାଇଁ ସେ ଚର୍ଚ୍ଚା କୁ ଆସିଛନ୍ତି।

ତେବେ ଆଜି ହେଉଛି ମାର୍ଚ୍ଚ ମାସ ୨୦ ତାରିଖ । ଆଜିର ଦିନ ଟିକୁ ଆମେ ବିଶ୍ୱ ପଖାଳ ଦିବସ ଭାବେ ପାଳନ କରିଛୁ। ଆମ ଓଡ଼ିଆ ମାନଙ୍କ ପାଇଁ ଏହି ପଖାଳ ଦିବସ ଟି ବହୁତ୍ ସ୍ପେଶଲ୍ ଅଟେ । ପଖାଳ ହେଉଛି ଓଡ଼ିଶା ବାସୀ ଙ୍କ ପ୍ରିୟ ଖାଦ୍ୟ। ତେବେ ଆଜିର ଏହି ପଖାଳ ଦିବସ ଟିକୁ ଆମ ଅଲିଉଡ ଇଣ୍ଡଷ୍ଟ୍ରି ରେ ହିରୋ ହିରୋଇନ୍ ମାନେ ମଧ୍ୟ ନିଜ ନିଜ ଘରେ ପାଳନ କରିଛନ୍ତି ।

ତେବେ କେମିତି ଏହି ପଖାଳ ଦିବସ କୁ ପାଳନ କରିଛନ୍ତି ଅଲିଉଡ ଇଣ୍ଡଷ୍ଟ୍ରି ର ହିରୋ ହିରୋଇନ୍ ମାନେ ଆସନ୍ତୁ ଜାଣିବା , ବିଶେଷ କରି ଆମ ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ଅଭିନେତା ଅନୁଭବ ମହାନ୍ତି କିପରି ଏହି ଦିନ ଟିକୁ ପାଳନ କରିଛନ୍ତି ଜାଣିବା ଓ ଦେଖିବା ସେମାନଙ୍କ ଫଟୋ ।

ଏହି ପଖାଳ ଦିବସ ଟିକୁ ପ୍ରାୟ ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ର ସମସ୍ତ ଅଭିନେତା ଅଭିନେତ୍ରୀ ମାନେ ପାଳନ କରୁଛନ୍ତି ଓ ଆଜି ସେମାନେ ସମ୍ପୂର୍ଣ ଓଡ଼ିଆ ଘରର ପୁଅ ଝିଅ ହିସାବରେ ପଖାଳ ଖାଇଛନ୍ତି । ସେମାନେ ପଖାଳ ଭାତ ଖାଉଥିବା ର ଫଟୋ ନିଜ ସୋସିଆଲ ମିଡିଆ ଆକାଉଣ୍ଟ୍ ରେ ନିଜ ଫ୍ୟାନ ମାନଙ୍କ ସହିତ ସେୟାର କରିଛନ୍ତି । ଏହି ସବୁ ଫଟୋ ରେ ଅନୁଭବ ମହାନ୍ତି ନିଜ ଘରେ ସମ୍ପୂର୍ଣ ଓଡ଼ିଆ ପୁଅ ଭାବରେ ପଖାଳ ଖାଇ ଏହି ଦିବସ କୁ ପାଳନ କରିଛନ୍ତି ଓ ତାଙ୍କ ମା ମଧ୍ୟ ତାଙ୍କୁ ଖୁଆଇ ଦେଉ ଥିବାର ନଜର ଆସିଛନ୍ତି ଯାହା ସେ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ରେ ପୋଷ୍ଟ କରିଛନ୍ତି।

ଏହା ସହିତ ଅଲିଉଡ ର କୁଈନ୍ ବର୍ଷା ପ୍ରିୟଦର୍ଶିନୀ ମଧ୍ୟ ଏହି ଦିବସ ଟିକୁ ପାଳନ କରିଥିବାର ନଜର ଆସିଛନ୍ତି ଓ ସେ ମଧ୍ୟ ନିଜ ମା ଙ୍କୁ ପଖାଳ ଖୋଇ ଦେଉ ଥିବାର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଏହା ସହିତ ଓଡ଼ିଆ ଇଣ୍ଡଷ୍ଟ୍ରି ର ଅନ୍ୟ ଅଭିନେତା ଅଭିନେତ୍ରୀ ମଧ୍ୟ ଏହି ଦିବସ କୁ ପାଳନ କରିଥିବାର ନଜର ଆସିଛନ୍ତି ।

ଟିଭି ଇଣ୍ଡଷ୍ଟ୍ରି ର ହିରୋଇନ୍ ଛନ୍ଦିତା ମଧ୍ୟ ପଖାଳ ଦିବସ ରେ ପଖାଳ ଖାଉ ଥିବାର ଫଟୋ ନିଜ ସୋସିଆଲ ମିଡ଼ିଆ ରେ ପୋଷ୍ଟ କରିଛନ୍ତି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment