Odisha News Portal

ଓଡିଶାକୁ ଫେରିଲା ନାଇଟ୍ କର୍ଫ୍ୟୁ : ଏହି ସବୁ ଜିଲ୍ଲାରେ ମାର୍ଚ୍ଚ ୨୩ ରୁ ୩୧ ପର୍ଯ୍ୟନ୍ତ ଲାଗୁ ହେଲା କଟକଣା, ସେୟାର କରି ସମସ୍ତଙ୍କୁ ଶୀଘ୍ର ଜଣାନ୍ତୁ

ଦେଶରେ ପୁଣି ଥରେ କରନା ଆକ୍ରାନ୍ତ ବଢ଼ିବାରେ ଲାଗିଛି । ଦେଶର ଅନେକ ସହର ମାନଙ୍କ ରେ କରନା ର ଦ୍ଵିତୀୟ ଲହର ଏକ ଭୟ ର ବାତାବରଣ ସୃଷ୍ଟି କରିଛି । ତେଣୁ ବିଭିନ୍ନ ସହର ମାନଙ୍କ ରେ ପୁଣି ଥରେ ଲକ୍ ଡାଉନ୍ ଜାରି ରହିଛି। ଏହି ସବୁ ରାଜ୍ୟ ଓ ସହର ମାନଙ୍କ ମଧ୍ୟରେ ଓଡ଼ିଶା ବର୍ତ୍ତି ଯାଇନାହିଁ। ଓଡ଼ିଶା ରେ ମଧ୍ୟ କରନା ଭାଇରସ ର ଦ୍ଵିତୀୟ ଲହର ରେ ଅନେକ ଲୋକ ସଂକ୍ରମିତ ହୋଇ ଥିବାର ଦେଖିବାକୁ ମିଳିଛି। ଦିନକୁ ଦିନ ଏହି ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ତେବେ ଏହି ସଂକ୍ରମଣ କୁ ଆଖି ଆଗରେ ରଖି ପୁଣି ଥରେ ନାଇଟ କର୍ଫ୍ୟୁ ଆରମ୍ଭ ହୋଇ ଯାଇଛି । ଏହି ନାଇଟ କର୍ଫିୟୁ ମାଲକାନଗିରି ରେ ଲାଗୁ କରାଯାଇ ଅଛି।

ଆଗ ପରି ଏବେ ମଧ୍ୟ ଏହି ନାଇଟ କର୍ଫ୍ୟୁ ରେ ରାତି ୯ ରୁ ସକାଳ ୬ଟା  ଯାଏଁ ଜରୁରୀ କାଳୀନ ସେବା ଛାଡ଼ିଲେ ଅନ୍ୟ ସବୁ ବନ୍ଦ୍ ରହିବ । ତେବେ ଆଗକୁ ହୋଲି ଓ ବଡ଼ ଯାତ୍ରା ଆସୁଛି ଯେଉଁଠି ଲୋକ ମାନଙ୍କ ସମାହାର ଅଧିକ ମାତ୍ରା ରେ ଦେଖିବା ପାଇଁ ମିଳିବ। ଏହି ସବୁ କୁ ଦୃଷ୍ଟି ରେ ରଖି ଏହି ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି । ସୂଚନା ଅନୁସାରେ ଏହା ମାର୍ଚ୍ଚ ୨୩ରୁ ମାର୍ଚ୍ଚ ୩୧ କଡ଼ା କଡ଼ି ଭାବେ ପାଳନ କରାଯାଇଛି । ତେବେ ଆଗକୁ ଆସୁଥିବା ହୋଲି ପର୍ବ କୁ ନେଇ ପ୍ରଶାସନ ତରଫରୁ ଅନେକ କଟକଣା ଲାଗୁ କରାଯାଇଛି। କୋଭିଡ ଗାଇଡ ଲାଇନ ପାଳନ କରି ଲୋକମାନେ ହୋଲି ପାଳିବା ପ୍ରଶାସନ ତରଫରୁ କୁହା ଯାଇଛି ।

ପ୍ରପର ମାଷ୍କ୍ ପିନ୍ଧିବା, ସନ୍ତିତୈଜାର ବ୍ୟବହାର କରିବା ସହିତ ସାମାଜିକ ଦୂରତା ରଖିବା ପାଇଁ ମଧ୍ୟ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ ହୋଲି ମେଲଣ ରେ ୫୦ ଜଣ ରୁ ଅଧିକ ଲୋକ ମାନେ ଏକତ୍ରିତ ହେବା ପାଇଁ ମଧ୍ୟ ଅନୁମତି ଦିଆ ଯାଇଛି। ତେବେ କରନା ର ଏହି ଦ୍ଵିତୀୟ ଲହର ରେ ୧୦୦ ରୁ ଅଧିକ ଲୋକ ସଂକ୍ରମିତ ହୋଇ ଅଛନ୍ତି ତେଣୁ ସରକାର ଲୋକ ମାନଙ୍କ ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନେବା ଆରମ୍ଭ କରି ଦେଇଛନ୍ତି । ଏହି କରନା ସଂକ୍ରମଣ ରେ ମହାରାଷ୍ଟ୍ର ରେ ଅଧିକ ଲୋକ ମାନେ ସଂକ୍ରମିତ ହେଉଥିବା ବର୍ତ୍ତମାନ ସାରା ଦେଶର ମୁଣ୍ଡ ବଥା ର କାରଣ ହୋଇଛି ।

ଏହା ସହିତ ଦେଶକୁ କରନା ଆସିଥିବାର ଏକ ବର୍ଷ କାଳ ପୂରଣ ହୋଇଥିବା ସତ୍ୱେ ମଧ୍ୟ କରନା ର ଭୟ ଲୋକ ମାନଙ୍କ ମନରୁ ଯାଇନାହିଁ କି ଏହାର ପ୍ରକୋପ କମିବାରେ ଲାଗିନି । ସୂଚନା ଅନୁସାରେ ଭୁବନେଶ୍ଵର XIMB ଛକ ରୁ ଆଜି ଏକା ସହିତ ୪୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଯାହା ଭୟ କୁ ଆହୁରି ମଜବୁତ୍ କରିଦେଇଛି। କରନା ସଂକ୍ରମଣ ବୃଦ୍ଧି ପାଇବା କୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣିଥରେ ସ୍ଥିତି ସମୀକ୍ଷା କରିବେ ବୋଲି ସୂଚନା ଦେଇଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।