Odisha News Portal

ଓଡ଼ିଶା କୁ ମାଡ଼ିଆସୁଛି ଭୟଙ୍କର ବାତ୍ୟା ! ବାତ୍ୟା “ଫନି” ଠାରୁ ଆହୁରି ଭୟଙ୍କର ହେବ, ୧୦୦ ରୁ ୨୦୦ କିମି ବେଗରେ ପବନ, ସେୟାର କରି ସମସ୍ତଙ୍କୁ ଜଣାନ୍ତୁ

ବନ୍ଧୁଗଣ ପୁଣି ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଆପଣ ସମସ୍ତଙ୍କ ପାଇଁ। ଆପଣ ଜାଣିଛନ୍ତି କିପରି ଭାବରେ ରାଜ୍ୟରେ କିଛି ସ୍ଥାନରେ କାଳବୈଶାଖୀ ବର୍ଷା ଅନୁଭୂତ ହେଉଛି।ଆଉ ଏହି ସମୟରେ ଭୁବନେଶ୍ଵର ପାଣିପାଗ କେନ୍ଦ୍ରରୁ ସୂଚନା ଆସିଅଛି ଯେ, ମଇ ମାସର ଦ୍ଵିତୀୟ ସପ୍ତାହ ସୁଦ୍ଧା ତାମିଲନାଡୁ ର ଉପକୂଳ ବଙ୍ଗୋପ ସାଗରରେ ସୃଷ୍ଟି ହେବାକୁ ଯାଉଅଛି ଏକ ଘୂର୍ଣ୍ଣିବଳୟ। ଆଉ ଏହା ଭୟଙ୍କର ବାତ୍ୟା ର ରୂପ ନେବ ବୋଲି ମଧ୍ୟ କୁହା ଯାଉଅଛି।ତେବେ ଭୁବନେଶ୍ଵର ପାଣିପାଗ କେନ୍ଦ୍ର ରୁ ମିଳିଥିବା ସୂଚନା ଅନୁସାରେ ଚଳିତ ମାସ ମେ ୧୩ ରୁ ୧୪ ତାରିଖ ମଧ୍ୟରେ ହେବାକୁ ଯାଉଅଛି ବାତ୍ୟା। ଯାହା ଏକ ଭୟଙ୍କର ରୂପ ସହ ତାର ସ୍ଥିତି ଜାହିର କରିବାକୁ ଯାଉଛି।

ଆପଣ ଜାଣିଛନ୍ତି କିପରି ଭାବରେ ଗୋଟିଏ ପଟେ କରନା ମହାମାରୀ କାରଣରୁ ଜନ ଜୀବନ ଅସ୍ତବ୍ୟସ୍ତ ଏବଂ ଭୟଭୀତ ଅବସ୍ଥାରେ ଅଛନ୍ତି। ବଞ୍ଚିବା ପାଇଁ ଏବଂ ସୁରକ୍ଷିତ ଜୀବନ ପାଇଁ ଯେମିତି ଏକ ପ୍ରକାର ସଂଗ୍ରାମ ଚାଲିଛି।ଭାରତରେ କରୋନା ଭୁତାଣୁ ତାର ବିରାଟ କାୟା ବିସ୍ତାର କରିଥିବା ବେଳେ ସଂପୂର୍ଣ୍ଣ ଦେଶ ରେ ଏବେ କରନା କଟକଣା ଦୃଢ଼ ହେବାରେ ଲାଗିଛି।ତେବେ ଦେଶର କିଛି ରାଜ୍ୟରେ ସଂକ୍ରମଣ ର ହାର ଏତେ ଅଧିକ ରହିଛି ଯେ ସେଠାରେ ଲୋକ ଯେଉଁଭଳି ଚିକିତ୍ସା ଏବଂ ଅମ୍ଳଜାନ ଅଭାବରୁ ମୃତ୍ୟୁ ବରଣ କରୁଛନ୍ତି ସେହି ଅବସ୍ଥା ଦେଖିଲେ ଆଖିରେ ଲୁହ ଆସି ଯାଉଛି। ଅନ୍ୟପକ୍ଷରେ ପୁଣି ଏହି ଭୟଙ୍କର ବାତ୍ୟା ସମ୍ଭାବନା ସମସ୍ତଙ୍କୁ ଅଧିକ ବିଚଳିତ କରି ଦେଉଛି।

ତେବେ ଆପଣଙ୍କୁ କହି ରଖୁଛୁ ଯେ ହେବାକୁ ଯାଉଥିବା ଏହି ବାତ୍ୟା, ମଇ ମାସର ୧୨ ତାରିଖ ରେ ତାମିଲନାଡୁ ନିକଟରେ ଥିବା ଦକ୍ଷିଣ ବଙ୍ଗୋପ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି କରିବା ପରେ କ୍ରମଶଃ ଏହା ଘନୀଭୂତ ହେବ।ଆଉ ଏହାପରେ ଏହି ଭୟଙ୍କର ବାତ୍ୟା ଓଡିଶା ତଥା ପଶ୍ଚିମବଙ୍ଗ ଉପକୂଳ କୁ ମଧ୍ୟ ଛୁଇଁବ ବୋଲି ପୂର୍ବାନୁମାନ କରା ଯାଉଛି। ତେବେ ଏହି ଭୟଙ୍କର ବାତ୍ୟା ନିମିତ୍ତ ଭୁବନେଶ୍ଵର ବ୍ୟତୀତ ବିଶ୍ଵର କେତେକ ପ୍ରମୁଖ ପାଣିପାଗ୍ଵ ଗବେଷଣା କେନ୍ଦ୍ର ଏହି ଭୟାନକ ପରିସ୍ଥିତି ର ଆକଳନ କରିଛନ୍ତି।

ତେବେ ହେବାକୁ ଯାଉଥିବା ଏହି ଭୟଙ୍କର ବାତ୍ୟା ଓଡିଶା ଏବଂ ପଶ୍ଚିମବଙ୍ଗ ସମେତ ବିହାର ତଥା ଝାଡଖଣ୍ଡ କୁ ମଧ୍ୟ ଏହା ଛୁଇଁପାରେ ବୋଲି ପାଣିପାଗ ବିଭାଗ ତରଫରୁ ଆକଳନ କରାଯାଇଛି।ଚଳିତ ମାସ ୯ ତାରିଖରେ ଆଣ୍ଡାମାନ ରେ ସୃଷ୍ଟି ହେବାକୁ ଯାଉଥିବା ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ମିଆମାଁର ଆଡ଼କୁ ଗତି କରିବ। ଏଯାବତ୍ କୌଣସି ଘୂର୍ଣ୍ଣିବଳୟ ସୃଷ୍ଟି ହୋଇନଥିବା ବେଳେ ମଇ ମାସରେ ଏହାର ସମ୍ଭାବନା ଅଧିକ ରହୁଚି। ତେବେ ଏହି ମାସ ହେବାକୁ ଯାଉଥିବା ୨ଟି ଘୂର୍ଣ୍ଣିବଳୟ ର ପ୍ରଭାବ ଓଡ଼ିଶା କିପରି ରହିବ ତାହା ବିଶେଷଜ୍ଞ ମାନେ ଏଯାବତ୍ ସଠିକ୍ ଆକଳନ ଦେଇନାହାନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।