Odisha News Portal

ଓଡିଆ ଯବାନଙ୍କ ମଲା ଶରୀର ପହଞ୍ଚିବ ଜନ୍ମ ମାଟିରେ ! ପୁଅକୁ ହରାଇ ଭାଙ୍ଗି ପଡିଛନ୍ତି ପରିବାର ଲୋକେ ଦେଖନ୍ତୁ କେମେତି

ଆସାମର ଏକ ସଡକ ଦୁର୍ଘଟଣାରେ ଏକ ଓଡିଆ ଯବାନଙ୍କର ମୃତ୍ୟୁ ଘଟିଛି , ଫଳରେ ସେଠାରେ ଶୋକାକାଳ ପରିବେଶ ଦେଖିବାକୁ ମିଳିଛି । ସହିଦ ଯବାନ ଜଣକ ହେଲେ ଗଞ୍ଜାମ ଜିଲ୍ଲା ଚିକିଟିପେଣ୍ଡ 6 ନମ୍ୱର ୱାର୍ଡର ହନୁମାନ ପଣ୍ଡାଙ୍କ ବଡ ପୁଅ କୃଷ୍ଣଚନ୍ଦ୍ର ପଣ୍ଡା । ଯାହାଙ୍କ ବୟସ 48 ବର୍ଷ ଏବଂ ପରିବାର ଲୋକମାନେ ନିଜର ଭେଣ୍ଡିଆ ପୁଅକୁ ହରାଇ ବହୁତ ଭାଙ୍ଗୀ ପଡିଛନ୍ତି ।

ଖାଲି ଏତିକି ନୁହଁ ତାଙ୍କ ସ୍ତ୍ରୀ ମଧ୍ୟ ବହୁତ ଭାଙ୍ଗି ପଡିଛନ୍ତି ଏବଂ ନିଜ ସ୍ୱାମୀ ଚାଲିଯିବା ଦୁଃଖରେ ନିଜ ଆଖିରୁ ଶୁଖିନାହିଁ ଲୁହ । ତାଙ୍କର 19 ବର୍ଷର ଏକ ଝିଅ ଓ 15 ବର୍ଷର ପୁଅ ଆଦିତ୍ୟ ବାପାଙ୍କୁ ଖୋଜି ଖୋଜି ଖାଇବା ମଧ୍ୟ ପରିତ୍ୟାଗ କରିଦେଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ସମ୍ୱେଦନଶୀଳ ଫାୟାରିଂ ସ୍ଥଳକୁ ଯିବା ବାଟରେ ସଡକ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଥିଲା । ସେହି ଘଟଣାରେ ଅନେକ ଆହାତ ହେବା ସହିତ 5 ଜଣ ଅଧିକ ଗୁରୁତର ହୋଇଥିଲେ , ସେଥିମଧ୍ୟରୁ କୃଷ୍ଣଚନ୍ଦ୍ର ପଣ୍ଡା ଅଧିକ ଗୁରୁତର ଅବସ୍ଥା ହୋଇଥିଲା ।

ଯାହାଫଳରେ ସେ କୋମାରେ ଥିଲେ ଏବଂ ଡକ୍ଟରଙ୍କ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଖବର ଗାଁରେ ପହଞ୍ଚିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି । ସେଠାକାର ସ୍ଥାନୀୟ ଲୋକମାନେ ମଧ୍ୟ ବହୁତ ଦୁଃଖ ପ୍ରକାଶ କରୁଛନ୍ତି ଏବଂ ସମସ୍ତଙ୍କ ଆଖିରୁ ଲୁହ ଝରି ଆସୁଝି ।

କୃଷ୍ଣଚନ୍ଦ୍ର ପରାଟୁଟ ବିହାର ର 14 ତମ ରେଜିମେଣ୍ଟରେ ଶୁଭେଦାର ବାହିଆର ଜେସିଓ ଅଫିସର ଥିଲେ । ସେନା ବାହିନୀର ବିମାନରେ ସହିଦ କୃଷ୍ଣଚନ୍ଦ୍ରଙ୍କର ମର ଶରୀର ଭୁବନେଶ୍ୱରକୁ ଆଣାଯିବ ପରେ ସ୍ୱତନ୍ତ୍ର ଗାଡିରେ ଜନ୍ମମାଟି ଚିକିଟାରେ ପହଞ୍ଚିବ । ରାଷ୍ଟ୍ରୀୟ ମର୍ଯ୍ୟଦା ସହ ଗ୍ରାମ୍ୟ ଶ୍ମଶାନରେ ତାଙ୍କର ଶେଷ କୃତ୍ୟୁ ସମ୍ପନ୍ନ କରାଯିବ ।

ସବୁଦିନ ପାଇଁ ମା ବାପା ତାର ପୁଅକୁ ଓ ସ୍ତ୍ରୀ ତାର ସ୍ୱାମୀକୁ ଓ ପିଲାମାନେ ତାଙ୍କ ବାପାଙ୍କୁ ହରାଇ ବସିବେ । ସବୁଦିନ ପାଇଁ ବାପା ଡାକ ସବୁଦିନ ପାଇଁ ଲିଭିଯିବ ଏବଂ ସାରା ଜୀବନ ସେ ବେସାହାରା ହୋଇଯିବେ ।

ଦେଶ ପାଇଁ ସେ ଜଣେ ମହାନ ବ୍ୟକ୍ତିତ୍ୱର ପରିଚୟ ସୃଷ୍ଟି କରିଥିବା ବେଳେ କୃଷ୍ଣ ଚନ୍ଦ୍ର ନିଜ ଜନ୍ମଭୂମିର ସୁକାର୍ଯ୍ୟ ପାଇଁ ସହିଦ ହୋଇଛନ୍ତି । ସେଥିପାଇଁ ତାଙ୍କୁ ଖୁସୀରେ ଖୁସୀରେ ବିଦାୟ କରିବା ସହିତ ଗ୍ରାମ୍ୟ ଶ୍ମଶାନରେ ବିଧି ମୁତାବକ ତାଙ୍କର ଶେଷ କୃତ୍ୟୁ ସମ୍ମନ୍ନ କରାଯିବ ବୋଲି ସୂଚନା ମିଳିଛି ।

ସାମଗ୍ର ଓଡିଶା ତାଙ୍କ ପାଇଁ ବହୁତ ଗର୍ବିତ ଅନୁଭବ କରିଛନ୍ତି ଏବଂ ସେ ନିଜ ଜନ୍ମଭୂମିକୁ ସୁରକ୍ଷା ଦେବା ସମୟରେ ସହିଦ ହୋଇଛନ୍ତି ଏବଂ ସବିଦିନ ପାଇଁ ଆମ ମାନଙ୍କ ଗହଣରୁ ଚାଲି ଯାଇଥିଲେ ମଧ୍ୟ ସେ ସାରା ଜୀବନ ସମସ୍ତ ଲୋକମାନଙ୍କ ହୃଦୟରେ ସାଇତି ହୋଇ ରହିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।