Odisha News Portal

ଦେଖନ୍ତୁ ଭିଡ଼ିଓ : ଓଃ କି ମସ୍ତି ! ଓଡ଼ିଆ ହିରୋଇନ ମାନେ କିପରି ରଜ ପାଳନ କଲେ ଦେଖନ୍ତୁ…

ଓଡିଶାର ଗଣ ପର୍ବ ରଜ ମହାମାରୀ କୋଭିଡ୍‌ ପାଇଁ ଫିକା ପଡ଼ି ଯାଇଛି। ଅନ୍ୟ ବର୍ଷ ମାନଙ୍କ ଭଳି ଧୁମଧାମରେ ଚଳିତ ବର୍ଷ ଏହି ପର୍ବ ପାଳନ ହୋଇ ପାରି ନାହିଁ। ଏବର୍ଷ ସରକାରଙ୍କ ପକ୍ଷରୁ ରଜ ପାଇଁ କଟକଣା ଲାଗୁ କରା ଯାଇଛି।ଘରୁ ନବାହାରିବାକୁ ଅପିଲ୍‌ ମଧ୍ୟ କରାଯାଉଛି। ଏପରି ସମୟରେ ଲୋକ ମାନଙ୍କ ସୁବିଧା ପାଇଁ ରଜର ମଉଜ କୁ ପାଇବା ପାଇଁ ଅନ୍‌ଲାଇନ୍‌ରେ ଅନେକ ସ୍ଥାନରେ ରଜ ପାନ ମିଳିବାର ବ୍ୟବସ୍ଥା ମଧ୍ୟ କରା ଯାଇଛି। ଅନ୍‌ଲାଇନ୍‌ରେ ବୁକିଂ କଲେ ଘରେ ମିଳିବ ବ୍ରାଣ୍ଡ ପାନ। ଗ୍ରାହକଙ୍କ ସୁବିଧା ଦେଖି ରଜ ଅବସରରେ ଏପରି ବ୍ୟବସ୍ଥା କରାଯାଇଛି। ଅନେକ ସ୍ଥାନରେ ପିଠା ମଧ୍ୟ ଅନ୍ ଲାଇନ୍ ଡେଲିଭାରି ହୋଇଛି।

ତେବେ ଏହାରି ଭିତରେ ସମସ୍ତ ଗାଇଡ ଲାଇନ୍ କୁ ପାଳନ କରି ସମସ୍ତେ ଘରେ ରହି ଏହି ସୁନ୍ଦର୍ ପର୍ବକୁ ଉତ୍ସାହ ର ସହିତ ପାଳନ କରିଛନ୍ତି। ଓଡିଶାର ଅଭିନେତ୍ରୀ ମାନେ ମଧ୍ୟ ଅନ୍ୟ ମାନଙ୍କ ଭଳି ଏହି ରଜ ପର୍ବକୁ ଖୁସିର ସହିତ ପାଳନ କରିଛନ୍ତି। ନିଜକୁ ସୁନ୍ଦର୍ ବେଶଭୂଷା ରେ ସଜ୍ଜିତ କରି ସେମାନେ ସୁନ୍ଦର୍ ଭାବରେ ଦର୍ଶକ ମାନଙ୍କୁ ତାଙ୍କର ସୁନ୍ଦରତା କୁ ଦେଖାଇଛନ୍ତି। ତେବେ ଓଡିଶାର ସୁନ୍ଦର୍ ସୁନ୍ଦର୍ ଅଭିନେତ୍ରୀ ମାନେ କିପରି ଏହି ପର୍ବକୁ ପାଳନ କରିଛନ୍ତି ଥରେ ଦେଖନ୍ତୁ। ଏହାକୁ ଦେଖିଲେ ଆପଣ ଜାଣି ପାରିବେ ଘରେ ରହି ଏମାନେ କେମିତି ରଜର ମଉଜ କୁ ଉପଭୋଗ କରୁଛନ୍ତି। ତେବେ ଜାଣନ୍ତୁ କେଉଁ କେଉଁ ଅଭିନେତ୍ରୀ ମାନେ ଏଠାରେ ଏହି ଭିଡିଓ ରେ ଦେଖିବାକୁ ମିଳିଛନ୍ତି।

ସୁନ୍ଦରୀ ଚୁଲବୁଲି ଅଭିନେତ୍ରୀ ଏଲିନା ସାମନ୍ତରାୟ ଙ୍କ ଏକ ଭିଡିଓ ଏଠାରେ ଦେଖିବାକୁ ମିଳିଛି ଯେଉଁଠି ସେ ତାଙ୍କର ଜେଜେମା ସହିତ ମସ୍ତି କରୁଛନ୍ତି ଏବଂ ରଜ ପାନ ଖାଇ ରଜପର୍ବ ର ମଜା ନେଉଛନ୍ତି। ତାଙ୍କ ଜେଜେମା ତାଙ୍କୁ ଖୁସିରେ ଚୁମା ଦେଉଛନ୍ତି। ଏହା ସହିତ ଆଉ ଏକ ଭିଡିଓ ରେ ଦେଖିବାକୁ ମିଳୁଛି କି ଅଭିନେତ୍ରୀ ଭୂମିକା କିପରି ସୁନ୍ଦର୍ ପୋଷାକ ରେ ନିଜକୁ ସଜେଇ ଭିଡିଓ କରୁଛନ୍ତି।ସେ ଏକ ସୁନ୍ଦର୍ ସବୁଜ ଏବଂ ନାଲି ରଙ୍ଗର ଶାଢ଼ୀ ପିନ୍ଧି, ଓଡିଆ ଘରର ଝିଅ ଭାବରେ ପାଦରେ ଅଳତା ଲଗାଇ, ପାଉଁଜି ପିନ୍ଧି ନିଜକୁ ସଜେଇ ଛନ୍ତି। ଆଉ ଏହି ବେଶଭୂଷା ରେ ସେ ବହୁତ୍ ସୁନ୍ଦର ଦେଖା ଯାଉଛନ୍ତି।

ସେହିପରି ଆଉ ଜଣେ ଅଭିନେତ୍ରୀ ଜାଙ୍କଲିନ ପରିଡ଼ା ମଧ୍ୟ ଏହି ରଜ ପର୍ବକୁ ଖୁସି ଉତ୍ସାହର ସହିତ ଏହାକୁ ପାଳନ କରିଛନ୍ତି। ତେବେ ସେ ବିବାହ ପରେ ପ୍ରଥମ ଥର ତାଙ୍କ ସ୍ଵାମୀ ଅରବିନ୍ଦ ଙ୍କ ସହିତ ଏହି ଖୁସିର ପର୍ବକୁ ଉତ୍ସାହ ର ସହିତ ପାଳନ କରିଛନ୍ତି। ନାଲି ରଙ୍ଗର ଶାଢୀ ପିନ୍ଧି, ସମ୍ପୂର୍ଣ୍ଣ ପାରମ୍ପରିକ ଭାବରେ ନିଜକୁ ସଜେଇ ଛନ୍ତି ସେ ଏବଂ ସ୍ବାମୀ ଅରବିନ୍ଦ ଙ୍କ ସହିତ ମଉଜ ମସ୍ତି କରୁଛନ୍ତି, ଗୀତ ଗାଉଛନ୍ତି, ଭିଡିଓ କରୁଛନ୍ତି। ଯାହା ଦେଖିବାକୁ ବହୁତ୍ ସୁନ୍ଦର୍ ଲାଗୁଛି ଏବଂ ପ୍ରସଂଶକ ମାନେ ଏହାକୁ ଦେଖି ବେଶ୍ ଖୁସି ହୋଇଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।