Odisha News Portal

ଓଡିଆ ଲୋକପ୍ରିୟ ଅଭିନେତା ସାତ୍ୟକି ମିଶ୍ର ପ୍ରଥମ ଥର ଦେଖନ୍ତୁ ପରିବାର ଏବଂ ତାଙ୍କ ଜୀବନ ବିଷୟରେ ! ଜାଣନ୍ତୁ କିଏ କିଏ ଅଛନ୍ତି ତାଙ୍କ ପରିବାରରେ ….

0 4

ଆପଣ ମାନେ ସମସ୍ତେ ନିଶ୍ଚୟ ଓଡିଆ ଟିଭି ସିରିଏଲ୍ ଏବଂ ଫିଲ୍ମ୍ ଦେଖୁଥିବେ । ତା ହେଲେ ଆପଣ ମାନେ ନିଶ୍ଚୟ ଏହି ଓଡିଆ ସିରିଏଲରେ ବା ଫିଲ୍ମରେ ଅଭିନୟ କରୁଥିବା କଳାକାର ମାନଙ୍କୁ ମଧ୍ୟ ଜାଣିଥିବେ । ଆମ ଓଡିଆ ଇଣ୍ଡଷ୍ଟ୍ରିରେ କାମ କରୁଥିବା ପ୍ରତ୍ୟେକ କଳାକାର ନିଜ ଟ୍ୟାଲେଣ୍ଟ ଓ ନିଜ କଷ୍ଟରେ ଓଡିଆ ଇଣ୍ଡଷ୍ଟ୍ରିରେ ଯୋଗ ଦେଇଛନ୍ତି । ଏହି ଇଣ୍ଡଷ୍ଟ୍ରିରେ କେତେ ଜଣ ସଫଳ ହୋଇଛନ୍ତି ତ ଅନ୍ୟ କେତେଜଣ ବିଫଳ ହୋଇ ରହିଛନ୍ତି । ହେଲେ ଏମାନେ ନିଜ ଚେଷ୍ଟା ଓ ସଂଘର୍ଷକୁ ଜାରି ରଖିଛନ୍ତି ।

ଆଉ ଯେଉଂଥିପାଇଂ ସେମାନେ ଆଜି ସଫଳତାର ଶିର୍ଷକରେ ପହଞ୍ଚି ପାରିଛନ୍ତି । ତେବେ ଆଜି ଆମେ ସେହିପରି ଜଣେ କଳାକାରଙ୍କ ବିଷୟରେ କହିବାକୁ ଯାଉଛୁ ଯିଏକି ନିଜର ଚେଷ୍ଟା ଏବଂ ନିଷ୍ଠା ବଳରେ ଆଜି ପୂରା ଇଣ୍ଡଷ୍ଟ୍ରିରେ ତଥା ସାରା ଓଡିଶାରେ ଲୋକପ୍ରିୟ କଳାକାର ହୋଇ ପାରିଛନ୍ତି ।

ଆଜି ଆମେ ସେହି ଓଡିଆ ଇଣ୍ଡଷ୍ଟ୍ରିର ସଫଳ ତଥା ଲୋକପ୍ରିୟ କଳାକାର ସାତ୍ବିକଙ୍କ ବିଷୟରେ କହିବାକୁ ଯାଉଛୁ । ଯାହାଙ୍କର ପୂରା ନାଁ ସାତ୍ବିକ ମିଶ୍ର । ସେ 1070 ମସିହା ସେପ୍ଟେମ୍ବର ମାସ 25 ତାରିଖରେ କଟକରେ ହିଁ ଜନ୍ମ ଗ୍ରହଣ କରିଥିଲେ ।ବର୍ତ୍ତମାନ ସେ କଟକରେ ହିଁ ରହୁଛନ୍ତି । ଆମେ ଯଦି ତାଙ୍କର ପରିବାର ବିଷୟରେ କହିବା ତେବେ ତାଙ୍କର ପରିବାର କହିଲେ ତାଙ୍କ ବାପା ଏବଂ ମାଆଙ୍କୁ ବୁଝୁଥିଲା । ପିଲାବେଳେ ସାତ୍ବିକ ତାଙ୍କ ବାପାଙ୍କ ସହିତ ହିଁ ସବୁବେଳେ ରହୁଥିଲେ ବା ସେମାନଙ୍କ ସହିତ ହିଁ ତାଙ୍କର ପିଲାଦିନ କଟିଥିଲା ।

ତେବେ ସାତ୍ବିକ 2000 ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଏହାପରେ ସାତ୍ବିକଙ୍କର ବିବାହ ଜୀବନ ବହୁତ ସୁଖମୟରେ ଚାଲୁଥିଲା । ତାଙ୍କର ଜଣେ ପୁଅ ଏବଂ ଜଣେ ଝିଅ ମଧ୍ୟ ଅଛନ୍ତି । ସାତ୍ବିକ ତାଙ୍କ ପରିବାର ଲୋକ ମାନଙ୍କ ସହିତ ଅର୍ଥାତ ତାଙ୍କର ପୁଅ ଝିଅ , ସ୍ତ୍ରୀ ତଥା ବାପା ମାଆଙ୍କ ସହିତ ବହୁତ ଖୁସିରେ ତଥା ଆନନ୍ଦରେ ଅଛନ୍ତି । ସାତ୍ବିକ କଟକର ଜାତୀୟକବି ବୀରକିଶୋର ସରକାରୀ ମହାବିଦ୍ୟାଳୟରେ ପଢୁଥିଲେ ଏବଂ ରେଭେନସା କଲିଜିଏଟ ସ୍କୁଲରେ ତାଙ୍କର ସ୍କୁଲ ଜୀବନ କାଟିଥିଲା ।

1990 ମସିହାରୁ ସାତ୍ବିକ ଅଭିନୟ ଦୁନିଆରେ ପ୍ରଥମ ପାଦ ରଖିଥିଲେ । ଏହାପରେ ସେ ଓଡିଆ ଧାରାବାହିକ, ଫିଲ୍ମ ଏବଂ ଭଜନ ଆଲବମ୍ ମଧ୍ୟ କରିଥିଲେ । ସେ ପ୍ରଥମେ ଓଡିଆ ମେଗାଧାରାବାହିକ ତୁଳସୀରେ ଅଭିନୟ କରିଥିଲେ ଏବଂ ଏହା ଲୋକମାନଙ୍କୁ ବହୁତ ପସନ୍ଦ ଆସିଥିଲା । ସେ ଜଣେ ଆଗ ଧାଡିର ସଫଳ ନାୟକ ଏବଂ ତାଙ୍କର ଅଭିନୟ ବହୁତ ଚମତ୍କାର ଅଟେ । ସେ ଖଳନାୟକ ଭୂମିକାରେ ବହୁତ ଥର ଅଭିନୟ କରିଥିବାର ନଜରରେ ଆସିଛନ୍ତି ଯାହା ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥିଲା । ସାତ୍ବିକ ବିଜେଡି ଦଳରେ ବର୍ତ୍ତମାନ ଯଓଗ ଦେଇଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।