Odisha News Portal

ଓଡ଼ିଶାର ଚୁଲବୁଲି ନାୟିକା ଭୂମିକା ଦାସ ଙ୍କ ସମ୍ପତ୍ତି ଏବଂ ପରିବାର ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…ଜାଣନ୍ତୁ ତାଙ୍କର ପୁରା ସମ୍ପତ୍ତି କେତେ ?

ଆମ ଓଲିଉଡ୍ ଇଣ୍ଡଷ୍ଟ୍ରି ରେ ବହୁତ ବଡ ବଡ ସୁପରଷ୍ଟାର ଅଛନ୍ତି ଯେଉଁମାନେ କି ନିଜର ଅଭିନୟ ଜଗତରେ ବହୁତ ସଫଳତା ତଥା ଲୋକ ମାନଙ୍କ ଠାରୁ ଢେର୍ ସାରା ଭଲପାଇବା ସାଉଁଟି ସାରିଲେଣି।ଓଲିଉଡ୍ ଇଣ୍ଡଷ୍ଟ୍ରି ରେ ଏପରି ଅନେକ କଳାକାର ଅଛନ୍ତି ଯେଉଁମାନେ ଛୋଟ ବେଳୁ ହିଁ ଚାଇଲ୍ଡ ଆର୍ଟିଷ୍ଟ ଭାବେ କାମ କରି ଆସିଛନ୍ତି। ସେମାନଙ୍କୁ ଲୋକ ମାନେ ଛୋଟ ବେଳରୁ ହିଁ ଭଲପାଇବା ଦେଇ ଆସିଛନ୍ତି। ଆଜିର ଫିଲ୍ମ ଦୁନିଆରେ ସେମାନେ ଚାଇଲ୍ଡ ଆର୍ଟିଷ୍ଟ ରୁ ବଡ ହୋଇ ହିରୋ ହିରୋଇନ୍ ଭାବେ କାମ କରିଲେଣି।ଲୋକ ମାନେ ସେମାନଙ୍କୁ ଫିଲ୍ମ ରେ ହିରୋ ହିରୋଇନ୍ ଭାବେ ଦେଖି ବହୁତ ଖୁସି ହେଉଛନ୍ତି ସେମାନଙ୍କ ଅଭିନୟ କୁ ପସନ୍ଦ କରି ଅନେକ ଭଲପାଇବା ମଧ୍ୟ ଦେଉଛନ୍ତି।

ତେବେ ଆମେ ଆଜି ସେହିପରି ଜଣେ ପ୍ରତିଭାବାନ ଏବଂ ସଫଳ ଅଭିନେତ୍ରୀ ଙ୍କ ସମ୍ପର୍କରେ କଥା ହେବା। ସେ ଛୋଟ ବେଳରୁ ହିଁ ଅଭିନୟ ପ୍ରତି ରୂଚି ରଖିଥିଲେ ଏବଂ ଅଭିନୟ ଦୁନିଆରେ ପାଦ ରଖିଥିଲେ। ଅଭିନୟ ଦୁନିଆର ପାଦ ରଖିବା ପରେ ଗୋଟେ ପରେ ଗୋଟେ ସଫଳତା ର ପାହାଚ ଅତିକ୍ରମ କରି ଚାଲିଥିଲୃ ଏବଂ ଆଉ କେବେବି ପଛକୁ ବୁଲି ଚାହିଁ ନଥିଲେ। ତେବେ ଆସନ୍ତୁ ଜାଣିବା ସେ କିଏ ଏବଂ ତାଙ୍କ ସମ୍ବନ୍ଧରେ ଅଧିକ କିଛି।


ତେବେ ସେହି ଚୁଲବୁଲି ନାୟିକା ଜଣକ ହେଉଛନ୍ତି ଭୂମିକା ଦାସ । ଅଲିଉଡ ଇଣ୍ଡଷ୍ଟ୍ରିର ସବୁଠାରୁ କନିଷ୍ଠା ନାୟିକା ହେଉଛନ୍ତି ଭୂମିକା । ଯାହାଙ୍କର ବୟସ ମାତ୍ର 17 ବର୍ଷ । ସୁନ୍ଦର ଚେହେରା ସାଙ୍ଗକୁ ତାଙ୍କର ମନୋଲଭା ଆଖି ଦର୍ଶକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ମାତ୍ର 11 ବର୍ଷ ବୟସରେ ତାଙ୍କର ପ୍ରଥମ ଫିଲ୍ମ ରୁମକୁ ଝୁମାନା ରେ ହିଁ ସେ ଚାଇଲ୍ଡ ଆର୍ଟିଷ୍ଟ ଭାବରେ ଡେବ୍ୟୁ କରିଥିଲେ । ତେବେ ଭୂମିକା 2003 ମସିହାରେ ଜନ୍ମ ଗ୍ରହଣ କରିଥିଲେ ଏବଂ ତାଙ୍କ ବାପାଙ୍କ ନାମ ହେଉଛି ପ୍ରଶାନ୍ତ କୁମାର ଦାଶ ଏବଂ ମାଁ ଙ୍କ ନାମ ତୃପ୍ତି ଦାଶ । ତାଙ୍କର ଗୋଟିଏ ଛୋଟ ଭାଇ ଅଛି ।

ସେ ଦୁଇଟି ଫିଲ୍ମରେ ଚାଇଲ୍ଡ ଆର୍ଟିଷ୍ଟ ଭାବରେ କାମ କରିବା ପରେ 2017 ମସିହାରେ ଅଭିନେତା ସ୍ବରାଜଙ୍କ ନାୟିକା ଭାବରେ ତୁ ମୋ ଲଭ ଷ୍ଟୋରି ଫିଲ୍ମରେ କାମ କରିଥିଲେ । ଭୂମିକା ଓଡିଆ ଇଣ୍ଡଷ୍ଟ୍ରି କୁ ଆସିବା ପୂର୍ବରୁ ଅର୍ଚ୍ଚିତା ଓ ଏଲିନାଙ୍କ ପରି ଏକ ଓଡିଶୀ ଡ୍ୟାନ୍ସର ଥିଲେ । ସେ ଏତେ ଅଳ୍ପ ବୟସରୁ ଅନେକ ଗୁଡିଏ ଆୱାର୍ଡ ମଧ୍ୟ ହାସଲ କରିସାରିଛନ୍ତି । ତରଙ୍ଗ ସିନେ ଆୱାର୍ଡ, ଓଡିଶା ଷ୍ଟେଟ ଫିଲ୍ମ ଆୱାର୍ଡ୍ସ ଭଳି ଅନେକ ପୁରସ୍କାର ସେ ଗ୍ରହଣ କରିଛନ୍ତି ।

ଭୂମିକା ଜଣେ ମେଧାବୀ ଛାତ୍ରୀ ମଧ୍ୟ ଅଟନ୍ତି । ସେ ମ୍ୟାଟ୍ରିକ ପରୀକ୍ଷାରେରେ 97% ମାର୍କ ରଖି ପାସ କରିଥିଲେ।ସେ ଅଭିନୟରେ ଯେମିତି ଯାଦୁ ଦେଖାନ୍ତି ପାଠରେ ବି ସେମିତି ନମ୍ୱର୍ ୱାନ ଅଟନ୍ତି ।

ଭୂମିକାଙ୍କର ଗୋଟିଏ ସୁନ୍ଦର ଘର ଭୁବନେଶ୍ୱରରେ ଅଛି ଏବଂ ଗୋଟିଏ କାର ମଧ୍ୟ ଅଛି । ଭୂମିକା ଗୋଟିଏ ଫିଲ୍ମ୍ କରିବାକୁ ପ୍ରାୟତଃ 5-10 ଲକ୍ଷ ଟଙ୍କା ନେଇଥାନ୍ତି । ତାଙ୍କର ସର୍ବମୋଟ ସମ୍ପତ୍ତି ହେଉଛି 50 ରୁ 70 ଲକ୍ଷ ଟଙ୍କା । ଏହାସହିତ ସେ ଗୋଟିଏ ବ୍ରାଣ୍ଡ ପ୍ରମୋଶନ କରିବା ପାଇଁ 2-3 ଲକ୍ଷ ଟଙ୍କା ନେଇଥାନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ