Odisha News Portal

ପୁଣି ବାତ୍ୟା ମୁହଁରେ ଓଡିଶା , ଆସୁଛି ବାତ୍ୟା କୁରେଭି , ଓଡିଶାରେ ନଚିବ ତାଣ୍ଡବ !ନଭେମ୍ବର 30 ଠାରୁ ଡିସେମ୍ବର 2 ତାରିଖ ଯାଏ ବର୍ଷା ହେବାର ସମ୍ଭାବନା ରହିଛି , ସତର୍କତା ଜାରିକଲା ପାଣିପାଗ ବିଭାଗ…

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ପୁଣି ଅନ୍ୟ ଏକ ଲଘୁଚାପ । ବାତ୍ୟା ନିଭାରର ପରେ ପରେ ପୁଣି ଓଡିଶାକୁ ମାଡି ଆସୁଛି ଅନ୍ୟ ଏକ ବାତ୍ୟାର ବିପଦ । ଘୂର୍ଣ୍ଣିବାତ୍ୟା ନିଭାର ଗୁରୁବାରରେ କୂଳବାଗକୁ ପ୍ରତ୍ୟୁଷ ପରେ ଏହା କ୍ରମଶଋ ଦୁର୍ବଳ ହୋଇଯାଇଛି । ତେବେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଯେଉଁ ବାତ୍ୟା ନିଭାର ସୃଷ୍ଟି ହୋଇଥିଲା ପୁଣି ସେହି ସ୍ଥାନରେ ଲଘୁଚାପ କେନ୍ଦ୍ରୀଭୂତ ହୋଇଥିବା ଭାରତୀୟ ପାଣିପାଗ ବିଭାଗ ସୂଚନା ପ୍ରଦାନ କରିଛି । ତେବେ ଲଘୁଚାପ ଘନୀଭୂତ ହେଲେ ଓଡିଶା ଉପରେ ଏହାର ପ୍ରଭାବ ପଡିବା ସହିତ ନଭେମ୍ବର 30 ଠାରୁ ଡିସେମ୍ବର 2 ତାରିଖ ଯାଏ ବର୍ଷା ହେବାର ସମ୍ଭାବନା ରହିଛି ।

ତେବେ ନିଭାବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଦକ୍ଷିଣରେ ସୃଷ୍ଟି ହୋଇଥିଲା ତେବେ ପୁଣି ସେହି ସ୍ଥାନରେ ଅନ୍ୟ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ବେଳେ ନଭେମ୍ବର 29 ତାରିଖ ବୋଳକୁ ଏହାର ସ୍ଥିତି ସ୍ପଷ୍ଟ ହୋଇଯିବ ବୋଲି ଆଇଆଇଟି ପକ୍ଷରୁ କୁହାଯାଇଛି ।

ତେବେ ଏଥିପାଇଁ ନଭେମ୍ବର 30 ଏବଂ ଡିସେମ୍ବର 1 ଯାଏ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ଅନୁମାନ କରାଯାଉଛି । ତେବେ ଭାରତର ମହାସାଗରରେ ଉତ୍ତରର ଚଳିତ ବର୍ଷରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବାତ୍ୟା ମଧ୍ୟରେ ନିଭାର ଥିଲା ଚତୁର୍ଥ । ତେବେ ଏହା ପୂର୍ବରୁ ଏହିଠାରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ଗତି ସୋମାଲିଆରେ ଲ୍ୟାଣ୍ଟଫଲ କରିଥିବା ବେଲେ ନିଶାର ଏବଂ ମହାରାଷ୍ଟ୍ରରେ ଭୂବାଗକୁ ପ୍ରବେଶ କରିଥିଲା ।

ସେହିପରି ଏଠାରେ ସୃଷ୍ଟି ହୋଇଥିବା ଅମ୍ଫାନ ପଶ୍ଚିମ ଭୂଭାଗରେ ପ୍ରବେଶ କରି ବ୍ୟାପକ କ୍ଷୟକ୍ଷତି ମଧ୍ୟ କରିଥିଲା । ତେବେ ପୁଣି ସେହିଠାରେ ସୃଷ୍ଟି ହେବାକୁ ଥିବା ଲଘୁଚାପ କେଉଂ ରୂପ ନେବ ତାହା ନଭେମ୍ବର 30 ବେଳକୁ ସ୍ପଷ୍ଟ ହୋଇଯାଇଥିବା ବୋଲି ପାଣିପାଗ ବିଭାଗ କହିଛନ୍ତି ।

ତେବେ ଚଳିତ ବର୍ଷ ସୃଷ୍ଟି ହେବାକୁ ଥିବା ସାମୁଦ୍ରିକର ବାତ୍ୟା ନାମକରଣରୁ ଆଉ ଚାରୋଟି ନାମ ରହିଛି । ସେହିଥିରୁ ସଦସ୍ୟ ଦେଶ ମାଲଦ୍ନିପ ଦ୍ୱାରା ବୁରେଭି , ମିଅଁମାର ଦ୍ୱାର କୌତକ , ଏମାନ ଦ୍ୱାରା ୟାସ ଏବଂ ପାକିସ୍ଥାନ ଦ୍ୱାରା କୁଲାଭର ନାମରେ ବଳକା ରହିଛି ।

ଯଦି ନୂଆ କରି ସୃଷ୍ଟି ହେବାକୁ ଯାଉଥିବା ଲଘୁଚାପ ସାମୁଦ୍ରିକ ବାତ୍ୟାର ରୂପ ନେବ ହୁଏତ ତାହାକୁ ମାଲଦ୍ୱିପ ଦ୍ୱାରା ନାମିତ ବୁରେଭି ନାମରେ ନାମକରଣ କରାଯିବ । ତେବେ ବର୍ତ୍ତମାନ ସମୟରେ ଆଇଏମଟିଙ୍କ ସୂଚନା ଅନୁସାରେ ବାତ୍ୟା ନିଭାରର ଲ୍ୟାଣ୍ଡଫଲ ପରେ ପୁଣି ସେହି ସ୍ଥାନରେ ଅନ୍ୟ ଏକ ବାତ୍ୟା ଘନୀଭୂତ ହେବାରେ ଲାଗିଛି । ତେବେ ଯଦି ଏହି ଳଘୁଚାପଟି ଅତ୍ୟଧିକ ଘନୀଭୂତ ହୁଏ ଏବଂ ବାତ୍ୟାର ରୂପ ନେବ ତେବେ ଏହାର ପ୍ରଭାବ ସିଧାସଳଖ ଓଡିଶା ଉପରେ ପଡିବାକୁ ଯାଉଛି । ଏହା ସହ ଏହି ବାତ୍ୟାର ନାମ ରଖାଯାଇଛି ବୁରେଭି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।