Odisha News Portal

ପୁଣି ଓ଼ଡିଶାରେ ଲାଗୁହେଲା ନାଇଟ କର୍ଫ୍ୟୁ ! ରାତ୍ରି 10 ରୁ ସକାଳ 5 ଯାଏଁ ଏହି କର୍ଫ୍ୟୁ ଜାରି ରହିବ , ଜାଣନ୍ତୁ କଣ ରହିବ ଗାଇଡଲାଇନ୍….

0 62

ଆଜି ରାତିରେ ନାଇଟ କର୍ଫ୍ୟୁ ଜାରି ହୋଇଛି ଆଜି ରାତି 10 ରୁ କାଲି ସକାଳ 5 ଯାଏ ଏହି କର୍ଫ୍ୟୁ ଜାରି ରହିବ । ଏକଥାକୁ ଟ୍ୱିଟ କରି ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା । ନାଇଟ ସେବାରୁ ଅତ୍ୟାବଶ୍ୟକ କଥାକୁ ବାଦ ଦିଆଯାଇଛି , ଜରୁରୀ କାଳୀନ ପରିବହନ ହୋଇପାରିବ ବୋଲି କୁହାଯାଇଛି । କରୋନା ସ୍ଥିତିକୁ ଦେଖି ଏ ନେଇ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି । ଜିରୋ ନାଇଟ ସେଲିବ୍ରେସନ ବିଭିନ୍ନ ରାଜ୍ୟରେ ବିଭିନ୍ନ ସ୍ଥାନରେ ନାଇଟ କର୍ଫ୍ୟୁ ଲାଗୁ କରାଯାଇଥିଲା ତେବେ ବର୍ତ୍ତମାନ ଓଡିଶାରେ ମଧ୍ୟ ନାଇଟ କର୍ପ୍ୟୁ ଲାଗୁ କରାଯାଇଛି ।

ଯେହେତୁ ଜିରୋ ନାଇଟ ସେଲିବ୍ରେସନରେ ଏକାଧିକ ଲୋକ ଯୋଗ ଦେବାର ଆଶଙ୍କା ରହିଥାଏ ତେଣୁ ଏପରି ଏକ କରୋନା ମହାମାରୀର ସ୍ଥିତିକୁ ଦେଖି ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି ।

ବର୍ତ୍ତମାନ ସମୟରେ କରୋନା ଭୂତାଣୁ ତାହାର ଯେଉଁ କାୟା ବିସ୍ତାର କରିଛି ଏହା ବ୍ୟତୀତ ବ୍ରିଟେନରେ ଏବେ ଯେଉଁ ମାନେ ଫେରିଛନ୍ତି ଏହା ସହିତ ବ୍ରିଟେନରେ ଏବେ ଯେଉଁ ନୂଆ ଷ୍ଟ୍ରେନ ଦେଖାଦେଇଛି ତାହାର ଚିନ୍ତାରେ ଏବେ ସମସ୍ତେ ରହିଛନ୍ତି । ତେବେ ଏପରି ଏକ ପରିସ୍ଥିତିରେ ନୂଆବର୍ଷ ପାଳନ ହେବାକୁ ଯାଉଛି ତେଣୁ ନୂଆ ଲୋକମାନେ ବାହାରକୁ ବାହାରିଲେ ଏକ ପ୍ରକାର ଅପ୍ରିତିକର ପରିସ୍ଥିତି ଦେଖାଦେଇପାରେ ।

ତେଣୁ ଏହାକୁ ଆଖି ଆଗରେ ରଖି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି ରାଜ୍ୟ ସରକାର 31 ଡିସେମ୍ବର ପରାତି 10 ରୁ ଜାନୁଆରୀୂ 1 ର 5 ଟା ପର୍ଯ୍ୟନ୍ତ ଏକ ପ୍ରକାର କର୍ଫ୍ୟୁ ଜାରି କରାଯାଇଛି ।

ତେବେ ନୂଆବର୍ଷକୁ ଲୋକମାନେ ଯେଉଁଭଲି ଭାବରେ ପାଲନ କରିଥାନ୍ତି ମାତ୍ର ଏହି ବର୍ଷ ସେହିପରି ଭାବରେ ପାଳନ ହୋଇପାରିବ ନାହିଁ । କେହି ହେଲେ ମଧ୍ୟ ରାତ୍ରିରେ ରାସ୍ତାକୁ ବାହାରି ପାରିବେ ନାହିଁ । ଏବେକା ସମୟରେ ବ୍ରିଟେନ ଫେରନ୍ତା ମାନଙ୍କର ଯେଉଁ ନୂଆ କରୋନା ଭୂତାଣୁ ବାହାରିଛି ସେହି ଭୂତାଣୁକୁ ନେଇ କରି ମଧ୍ୟ ସମସ୍ତେ ଏବେ ବହୁତ ଚିନ୍ତାରେ ରହିଛନ୍ତି ।

ଯଦି କର୍ଫ୍ୟୁ ନଲଗାଯାଏ ତେବେ ଲୋକମାନେ ଘର ଭିତରକୁ ବାହାରି ଆସିବେ ଏବଂ ସ୍ତିତିକୁ ଆୟତ୍ତ କରିହେବ ନାହିଁ । ମାତ୍ର ଅତ୍ୟାବଶ୍ୟକ ଜରୁୁରୀ କାଳୀନ ପରିସ୍ଥିତିରେ ଲୋକମାନେ ଯାନବାହାନ ଚଳାଇ ପାରିବେ ହେଲେ ଅତ୍ୟାବଶ୍ୟକ ନଥିଲେ କେହି ଘରୁ ବାହାରକୁ ବାହାରିବେ ନାହିଁ ।

ଏଥିପାଇଁ ସରକାର ଲୋକମାନଙ୍କୁ ସାହାର୍ଯ୍ୟ , ସହଯୋଗ କରିବା ପାଇଁ ମଧ୍ୟ ଅନୁରୋଧ କରିଛନ୍ତି । ତେଣୁ ଆପଣ ମାନେ ଘରୁ ନବାହାରି ଘରେ ରହିକରି ନୂଆ ବର୍ଷ ପାଳନ କରନ୍ତୁ । ଏଭଳି ଏକ ପରିସ୍ଥିତିରେ ନିଜେ ସତର୍କ ରହିବା ସହିତ ଅନ୍ୟ ମାନଙ୍କୁ ମଧ୍ୟ ସୁରକ୍ଷା ପ୍ରଦାନ କରନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।