Odisha News Portal

ଦେଖନ୍ତୁ ଭିଡ଼ିଓ : ନୂଆ ବୋହୂ ରୋଷେଇ କରୁଥିବା ସମୟରେ ହଠାତ ବାହାରିଲା ନାଗ ସାପ, ଆଉ ତା’ ପରେ….

ସାପ କାମୁଡ଼ାରେ ଅନେକ ସମୟରେ କେତେ ଜୀବନ ଯାଉ ଥିବାର ନଜର ରହିଛି। ଆପଣ ବି ଏଭଳି ଘଟଣା ଆପଣଙ୍କ ପାଖ ଆଖରେ ନିଶ୍ଚୟ ଦେଖିଥିବେ। କେତେବେଳେ କାହାର ଜୀବନ ବଞ୍ଚି ଯାଇଥାଏ ତ ପୁଣି କେତେବେଳେ ବିଷଧର ସାପର ଦଂଶନ ରେ ଲୋକଙ୍କ ଜୀବନ ଚାଲି ଯାଇଥାଏ। ଦେଖିବାକୁ ଗଲେ ସାପ ପ୍ରାୟତଃ ସବୁ ସ୍ଥାନରେ ଅଳ୍ପ ବହୁତ ରହିଛନ୍ତି। ମୁଖ୍ୟତଃ ବିଲ କିମ୍ବା ଜଙ୍ଗଲ ପାଖ ଅଞ୍ଚଳ ମାନଙ୍କରେ ଥିବା ଗାଆଁ ଗୁଡିକରେ ସାପ ଅନେକ ସମୟରେ ଦେଖିବାକୁ ମିଳନ୍ତି। ଯେମିତି ହେଇଥାଉ ନା କାହିଁକି ସାପକୁ ଦେଖିବା ମାତ୍ରକେ ହିଁ ଭୟ ଲାଗେ। ଏହା ଏମିତି ଜୀବ ଯାହା ସମସ୍ତଙ୍କ ମନରେ ଏକ ଭିନ୍ନ ଧରଣର ଭୟ ସୃଷ୍ଟି କରିଥାଏ।

କାରଣ ବିଷଧର ସାପ କାମୁଡ଼ିଲେ ଜୀବନ ଯିବାର ଭୟ ମଧ୍ୟ ଥାଏ। ତେବେ ସାପ କୁ ନେଇ ଅନେକ ପ୍ରକାରର ଭିଡିଓ ସମୟ କ୍ରମେ ଦେଖିବାକୁ ମିଳିଥାଏ ସୋସିଆଲ ମିଡିଆରେ। ସାପ କେତେବେଳେ କାହାକୁ ଦଂଶନ କରିବ ତାହା କହିହେବ ନାହିଁ। ତା ଉପରେ ଆଘାତ ଆସିଲେ ହିଁ ସେ ଆକ୍ରମଣ କରିଥାଏ। ମନିଷ ଯେମିତି ସାପକୁ ଡରେ, ସେହିଭଳି ସାପ ମଧ୍ୟ ମଣିଷକୁ ଡରିଥାଏ।ତେବେ ଆମେ ଅଜି ଆପଣଙ୍କୁ ଏମିତି ଏକ ଭିଡିଓ ବିସୟରେ କହିବାକୁ ଯାଉଛୁ ଯାହାକୁ ଦେଖିଲେ ଆପଣ ନିଶ୍ଚିତ ଭାବରେ ଆଶ୍ଚର୍ୟ୍ଯ ହୋଇଯିବେ।ଏହି ଘଟଣାଟି ହେଉଛି ଭଦ୍ରକର ଏକ ଗ୍ରାମର। ଏଠାରେ ଏକ ଭିନ୍ନ ଧରଣର ବିଷଧର ସାପ ୧୧ ବର୍ଷର ପିଲାକୁ କାମୁଡି ଦେବା ଘଟଣା ସାମ୍ନାକୁ ଆସିଛି।

ଅନେକ ସମୟରେ ଆପଣ ବିଷଧର ସାପ ସବୁ ଉଦ୍ଧାର ହେଉଥିବାର ଭିଡିଓ ଦେଖିବାକୁ ପାଉଥିବେ। ପ୍ରାୟତଃ ବର୍ଷା ଦିନେ ଅନେକ ସାପ ଘର ଭିତରକୁ ପଶି ଆସି ଥାଆନ୍ତି ଏବଂ ସେମାନଂକୁ ଧରିବା ପାଇଁ ସାପ ଧରାଳି ମାନେ ଆବଶ୍ୟକ ହୋଇ ଥାଆନ୍ତି। କିନ୍ତୁ ସାପ ଯାହାକୁ ଥରେ କାମୁଡି ଦେଇଥାଏ ତାହା କେଉଁ ସାପ ଯଦି ଚିହ୍ନଟ ହୋଇପାରେ ତେବେ ଏହା ଚିକିତ୍ସା ପାଇଁ ସମ୍ଭବ ହୋଇଥାଏ। ଯେମିତି ଏଠାରେ ଏହି ୧୧ ବର୍ଷର ବାଳକକୁ ସାପଟି କାମୁଡିବା ପରେ ତାଲିମ୍ ପ୍ରାପ୍ତ ସାପ ଧରାଳି ଙ୍କୁ ଖବର ଦିଆଯିବା ପରେ ସେ ଆସି ସେଠାରେ ପହଂଚିଥିଲେ ଏବଂ କାମୁଡି ଥିବା ଏହି ବିଷଧର ସାପକୁ ଉଦ୍ଧାର କରିଥିଲେ।

ଏହି ସାପଟି ହେଉଛି ଏକ ସାଙ୍ଘାତିକ ବିଷଧର ସାପ ଯାହାକୁ କମନ୍ କ୍ରେଟ୍ (Common Krait) ବୋଲି କୁହା ଯାଇଥାଏ। ସାପକୁ ଧରିବା ପରେ ହସ୍ପିଟାଲ୍ କୁ ସାପର ଫଟୋ ପଠା ଯାଇଛି ଏବଂ ଡାକ୍ତର ମଧ୍ୟ କେଉଁ ସାପ ବୋଲି ପଚାରି ବୁଝିଥିଲେ। ତେବେ ଭଗବାନ ଙ୍କ କୃପାରୁ ପିଲାଟିର ଜୀବନ ବଞ୍ଚିଯାଉ ବୋଲି ସମସ୍ତେ ଗୁହାରି କରୁଛନ୍ତି। ପରିବାରରେ ଏକ ଦୁଃଖର ଲହରୀ ଖେଳି ଯାଇଛି। ଆମେ ପ୍ରାର୍ଥନା କରୁଛୁ ଯେମିତି ପିଲାଟି ଜଲଦି ଭଲ ହୋଇଯାଉ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।