ଦେଖନ୍ତୁ ଭିଡ଼ିଓ – ନୂଆ ବୋହୂ ପୂଜା କରୁଥିବା ସମୟରେ ହଠାତ ଠାକୁର ଘରୁ ବାହାରିଲା ନାଗସାପ, ଆଉ ତା’ ପରେ….

ସାପକୁ ପ୍ରାୟତଃ ସଭିଏଁ ଡରି ଥାଆନ୍ତି। ଆଉ ସାପ ଯଦି ବଡ଼ ଓ ଅଧିକ ବିଷଧର ହୋଇଥାଏ ତେବେ ତା ପାଖକୁ ଯିବାକୁ ମଧ୍ୟ ଲୋକେ ଭୟ କରନ୍ତି। କାରଣ ବିଷଧର ସାପ ଯୋଗୁ ଜୀବନ ଯିବାର ବି ବହୁତ୍ ଆଶଙ୍କା ରହିଥାଏ। ତେବେ ସାପ ଏକ ଭୟାନକ ଜୀବ ହେଲେ ମଧ୍ୟ ଏହା ଏକ ଭଗବାନଙ୍କ ସୃଷ୍ଟି ଅଟେ।ଏମିତିରେ ସାପ ବିଷୟରେ ଅନେକ କଥା କୁହାଯିବାର ଶୁଣାଯାଏ।ଯେମିତି ସାପ କୌଣସି ଜିନିଷ କୁ ଚୋବାଏ ନାହିଁ ଏହା ସିଧା ଗିଲି ଦେଇଥାଏ।

ସେହିପରି ସାପ ନିଜ ଆଡୁ କାହାକୁ କ୍ଷତି କରେ ନାହିଁ ଯଦି କେହି ସାପ ସହିତ ବଦମାସୀ କରେ କିମ୍ବା ଲାଗେ ତେବେ ଏହା ଦଂଶନ କରିଥାଏ। ଆଉ ଏହି କଥାର ଅନେକ ପ୍ରମାଣ ମଧ୍ୟ ରହିଛି।

ତେବେ ଏମିତି କିଛି ସାପ ରହିଛନ୍ତି ଯେଉଁ ମାନେ ବିନା କାରଣରେ ଅନ୍ୟକ୍ କୁ ଦଂଶନ କରନ୍ତି ଓ କ୍ଷତି ପହଞ୍ଚାଇ ଥାଆନ୍ତି ଯଦି ମଣିଷ ଦ୍ବାରା ଅଜାଣତରେ କିଛି ଭୁଲ୍ ହୁଏ। ସାପ କୁ ଲୋକେ ଡରିବା କାରଣରୁ ଏହା ଲୋକଙ୍କ ମାନସିକତାରେ ଏକ ଭିନ୍ନ ପ୍ରଭାବ ପକାଏ।ତେବେ ଆସନ୍ତୁ ଆଜିର ଏହି ଲେଖାରେ ଆମେ ସର୍ପ ସମ୍ବନ୍ଧିତ ଖବର ଜାଣିବା, ଯାହାକୁ ଜାଣି ଆପଣମାନେ ମଧ୍ୟ ଅବାକ୍ ହୋଇଯିବେ କାରଣ ଏପରି ଘଟଣା ଦେଖିଲେ ଭୟ ଲାଗିବା ସ୍ୱାଭାବିକ କିନ୍ତୁ ଭକ୍ତି ଭାବ ମଧ୍ୟ ଆସିବା ସାଧାରଣ କଥା।ଏଠାରେ ଯେଉଁ ଭିଡିଓ ବିଷୟରେ ଆମେ କହୁଛୁ ସେଠାରେ ଗୋଟିଏ ବିଷଧର ନାଗ ସାପ କୁ ଜଣେ ସାପ ଧରାଳି କିପରି ଧରୁଛନ୍ତୀ।

ଏହି ଘଟଣାଟି ହେଉଛି ସମରାଇପୁର ଅଞ୍ଚଳର ଆରଡ଼ି ଛକ ନିକଟରେ ଅଟେ। ଏଠାରେ ଏକ ଘର ଭିତରକୁ କୌଣସି କାରଣରୁ ସାପଟି ପଶି ଆସି ଠାକୁର ଘର ଭିତରେ ଠାକୁରଙ୍କ ଫଟୋ ପଛ ପଟେ ରହିଥିଲା। ଏହାପରେ ଘରର ମହିଳା ଜଣଙ୍କ ପୂଜା କରିବା ସମୟରେ ଏହାକୁ ଦେଖି ଭୟଭୀତ ହୋଇ ପଡ଼ିଛନ୍ତି। ସାପଟି ସେଠାରୁ ଭୟ କରି ଆଉ ବାହାରକୁ ଯାଇ ନପାରି ସେଠାରେ ଭିତରେ ରହି ଯାଇଛି।ତାପରେ ସ୍ନେକ୍ ହେଲ୍ପ ଲାଇନ କୁ କଲ୍ କରିବା ପରେ ଏହି ଏକ୍ସପାର୍ଟ ଜଣଙ୍କ ଆସି ସାପକୁ କୌଶଳ କ୍ରମେ ଏବଂ ତାକୁ କୌଣସି ଆଘାତ ନଦେଇ ଧରିବାରେ ସଫଳା ହୋଇଥିଲେ।

ଆଉ ସାପ ମଧ୍ୟ ଆସିଥିଲା ତାଙ୍କୁ କୌଣସି କ୍ଷତି ନପହଞ୍ଚାଇ। ଶେଷରେ ସେ ସାପଟିକୁ ଏକ ବଡ଼ ଡବା ରେ ପୁରାଇ ସେଥିରେ କିଛି କଣା କରି ତାକୁ ସେଠାରୁ ସୁରକ୍ଷିତ ଭାବରେ ନେଇ ଯାଇଥିଲେ। ଘରେ ଉପସ୍ଥିତ ଥିବା ଲୋକେ ସାପକୁ ମୁଣ୍ଡିଆ ମାରିଥିଲେ ଏବଂ ତାଙ୍କର ଯଦି କିଛି ଭୁଲ୍ ରହିଛି ତାହା କ୍ଷମା କରିବାକୁ ପ୍ରାର୍ଥନା କରିଥିଲେ।ଏହି ସମୟରେ ସାପଟି ଆଗ ଆଡ଼କୁ ଫଣା ମେଲାଇ ଠିଆ ହୋଇ ରହିଥିଲା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment