Odisha News Portal

21 ଆରମ୍ଭରୁ ବହୁତ ବଡ ପରିବର୍ତ୍ତନ , ନୂଆ ବର୍ଷରୁ 10 ଟି ନୂଆ ନିୟମ ! ଜାଣିରଖନ୍ତୁ ନଚେତ୍ ହୋଇରାଣ ରେ ପଡିପାରନ୍ତି ?

21 ଆରମ୍ଭରୁ ବହୁତ ବଡ ପରିବର୍ତ୍ତନ , ନୂଆ ବର୍ଷରୁ 10 ଟି ନୂଆ ନିୟମ । 2020 ଯାଉଛି 2021 ଆସୁଛି । ପୁରୁଣା ବର୍ଷକୁ ବିଦାୟ ଦେବାକୁ ଯାଉଥିବା ବେଳେ ସରକାର କରିଛନ୍ତି ବଡ ପରିବର୍ତ୍ତନ । ବିଶେଷ କରି ଏହି 10 ଟି ନିୟମକୁ ପରିବର୍ତ୍ତନ କରିବାକୁ ଯାଉଛନ୍ତି ସରକାର । ଯାହାକୁ ଆପଣ ମନେ ଜାଣିବା ନିତାନ୍ତ ଆବଶ୍ୟକ , ତେବେ ଆସନ୍ତୁ ଜାଣିବା କେଉଁ କ୍ଷେତ୍ରରେ ଆପଣ ମାନଙ୍କୁ ମିଳିବ କେଉଁ ସୁବିଧା ।

1– ଚେକ୍ ପେମେଣ୍ଟ ସିଷ୍ଟମ

1 ଜାନୁୟାରୀ 2021ରୁ ଚେକ୍ ପେମେଣ୍ଟ ସମ୍ପର୍କିତ ନିୟମ ବଦଳିଯିବ । ସକାରାତ୍ମକ ପୈଠ ବ୍ୟବସ୍ଥା ଅନୁସାରେ ଚେକ୍ ଜରିଆରେ 50,000 ଟଙ୍କା ବା ଏଥିରୁ ଅଧିକ ପେମେଣ୍ଟରେ କିଛି ଜରୁରୀ ସୂଚନାକୁ ପୁଣି କନଫର୍ମ କରିବାକୁ ପଡିବ । ଚେକ୍ ଜାରି କରିଥିବା ବ୍ୟକ୍ତି ଏହି ସୂଚନା ଏସଏମଏସ୍, ମୋବାଇଲ୍ ଆପ୍, ଇଣ୍ଟରନେଟ୍ ବ୍ୟାଙ୍କିଂ ବା ଏଟିଏମ୍ ଭଳି ଇଲେକ୍ଟ୍ରୋନିକ୍ ମାଧ୍ୟମରେ ଦେଇପାରିବ ।

2– କଣ୍ଟାକ୍ଟଲେସ୍ କାର୍ଡ ଟ୍ରାଞ୍ଜାକ୍ସନ

ଭାରତୀୟ ରିଜର୍ଭ ବ୍ୟାଙ୍କ କଣ୍ଟାକ୍ଟଲେସ୍ କାର୍ଡ ପେମେଣ୍ଟ ସୀମା 2 ହଜାରରୁ ବୃଦ୍ଧି କରି 5 ହଜାର କରିଦେଇଛି । ଏହା 1 ଜାନୁୟାରୀ 2021 ରୁ କାର୍ଯ୍ୟକାରୀ ହେବ ।

3– ମହଙ୍ଗା ହୋଇଯିବ କାର୍

ଅଟୋମୋବାଇଲ୍ କମ୍ପାନୀମାନେ 2021 ରୁ ନିଜ ଅନେକ ମଡେଲର ଦାମ୍ ବଢାଇବାକୁ ଯାଉଛନ୍ତି । ଏହା ପରେ କାର୍ ଦାମ୍ ମହଙ୍ଗା ହୋଇଯିବ ।

4– ଫାଷ୍ଟ୍ୟାଗ୍ ଲଗାଇବା ବାଧ୍ୟତାମୂଳକ

କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ 1 ଜାନୁୟାରୀ 2021 ରୁ ସମସ୍ତ 4 ଚକିଆ ଯାନରେ ଫାଷ୍ଟ୍ୟାଗ୍ ଲଗାଇବା ବାଧ୍ୟତାମୂଳକ କରିଦେଇଛନ୍ତି । ବିନା ଫାଷ୍ଟ୍ୟାଗରେ ଜାତୀୟ ରାଜପଥରେ ଟୋଲ୍ ପାର୍ ହେଲେ ଚାଳକଙ୍କୁ 2 ଗୁଣା ଚାର୍ଜ ଦେବାକୁ ପଡିବ । ବର୍ତ୍ତମାନ ସମସ୍ତ ଟୋଲ୍ ପ୍ଲାଜାରେ 80 ପ୍ରତିଶତ ଲାଇନକୁ ଫାଷ୍ଟ୍ୟାଗ୍ ଓ 20 ପ୍ରତିଶତ ଲାଇନରେ କ୍ୟାଶ୍ ବ୍ୟବହାର କରାଯାଉଛି ।

5– ଲ୍ୟାଣ୍ଡଲାଇନରୁ ମୋବାଇଲରେ କଲ୍ କଲେ ଲଗାଇବାକୁ ପଡିବ ଜିରୋ

ଯଦି ଆପଣ 1 ଜାନୁୟାରୀ ପରେ ଲ୍ୟାଣ୍ଡଲାଇନରୁ କୌଣସି ବି ମୋବାଇଲ ନମ୍ବରରେ ଫୋନ୍ ଲଗାଉଛନ୍ତି ତେବେ ଆପଣଙ୍କୁ ୦ ବ୍ୟବହାର କରିବାକୁ ପଡିବ । ବିନା ଜିରୋରେ କଲ୍ ଲାଗିବନି ।

6– ମ୍ୟୁଚୁଆଲ୍ ଫଣ୍ଡ ନିବେଶ ପାଇଁ ବଦଳିଲା ନିୟମ

SEBI ମଲ୍ଟିକ୍ୟାପ୍ ମ୍ୟୁଚୁଆଲ ଫଣ୍ଡ ପାଇଁ ଆସେଟ୍ ଅଲୋକେସନର ନିମୟରେ ପରିବର୍ତ୍ତନ କରିଛି । ନୂଆ ନିୟମ ଅନୁସାରେ ଏବେ ଫଣ୍ଡସର 75 ପ୍ରତିଶତ ଭାଗ ଇକ୍ୱିଟିରେ ନିବେଶ କରିବା ଜରୁରୀ ହେବ ଯାହା କି ଏବେ ସର୍ବନିମ୍ନ 65 ପ୍ରତିଶତ । SEBI ର ନୂଆ ନିୟମ ଅନୁସାରେ ମଲ୍ଟି କ୍ୟାପ୍ ଫଣ୍ଡ୍ସର ଷ୍ଟ୍ରକ୍ଚରରେ ପରିବର୍ତ୍ତନ ହେବ ।

7– ୟୁପିଆଇ ପେମେଣ୍ଟରେ ହେବ ପରିବର୍ତ୍ତନ

1 ଜାନୁୟାରୀରୁ ୟୁପିଆଇ ଜରିଆରେ ପେମେଣ୍ଟ କରିବା ମହଙ୍ଗା ହୋଇଯିବ । ଥର୍ଡ ପାର୍ଟି ତରଫରୁ ଚଲାଯାଉଥିବା ଆପ୍ସ ଉପରେ ଏକ୍ସଟ୍ରା ଚାର୍ଜ ଲଗାଇବା ଘୋଷଣା ହୋଇଛି । ନ୍ୟାସନାଲ୍ ପେମେଣ୍ଟ କର୍ପୋରେସନ ଅଫ୍ ଇଣ୍ଡିଆ (NPCI) ତରଫରୁ ଏହି ନିଷ୍ପତ୍ତି ନିଆଯାଇଛି ।

8– ଜିଏସଟି ରିଟର୍ଣ୍ଣର ନିୟମରେ ପରିବର୍ତ୍ତନ

କହିରଖୁଛୁ କ୍ଷୁଦ୍ର ବ୍ୟବସାୟୀଙ୍କୁ ସରଳ, ତ୍ରୈମାସିକ ଗୁଡ୍ସ ଏଣ୍ଡ୍ ସର୍ଭିସେଜ୍ ଟ୍ୟାକ୍ସ(GST) ରିଟର୍ଣ୍ଣ ଫାଇଲିଂ ସୁବିଧା ମିଳିବ । ନୂଆ ନିୟମ ଅନୁସାରେ ଯେଉଁ ବ୍ୟବସାୟୀଙ୍କ ଟର୍ଣ୍ଣଓଭର 5 କୋଟିରୁ କମ୍ ସେମାନଙ୍କୁ ପ୍ରତି ମାସରେ ରିଟର୍ଣ୍ଣ ଦାଖଲ କରିବା ଆବଶ୍ୟକ ନାହିଁ । ନୂଆ ନିୟମ ଲାଗୁ ହେବା ପରେ ଟ୍ୟାକ୍ସପେୟର୍ସଙ୍କୁ ମାତ୍ର 8 ରିଟର୍ଣ୍ଣ ଭରିବାକୁ ହେବ ।

9– ସରଳ ଜୀବନ ବୀମା ପଲିସି ହେବ ଲଞ୍ଚ୍

1 ଜାନୁୟାରୀ ପରେ କମ୍ ପ୍ରିମିୟମରେ ବୀମା କ୍ରୟ କରିହେବ । IRDAI ସମସ୍ତ କମ୍ପାନୀମାନଙ୍କୁ ସରଳ ଜୀବନ ବୀମା ଲଞ୍ଚ୍ କରିବା ପାଇଁ କହିଛି । କହିରଖୁଛୁ ଆରୋଗ୍ୟ ସଞ୍ଜୀବନି ନାମକ ଷ୍ଟାଣ୍ଡାର୍ଡ ରେଗୁଲର ହେଲ୍ଦ ଇନସ୍ୟୁରାନ୍ସ ପ୍ଲାନ ଆଣିବା ପରେ ଏକ ଷ୍ଟାଣ୍ଡାର୍ଡ ଟର୍ମ ଲାଇଫ୍ ଇନସ୍ୟୁରାନ୍ସ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

10– କିଛି ଫୋନରେ ହ୍ୱାଟ୍ସଆପ୍ କାମ କରିବନି

କହିରଖୁଛୁ 1 ତାରିଖ ପରେ କିଛି ଆଣ୍ଡ୍ରଏଡ୍ ଓ ଆଇଓଏସ୍ ଫୋନରେ ହ୍ୱାଟ୍ସଆପ୍ କାମ କରିବା ବନ୍ଦ କରିଦେବ । କମ୍ପାନୀ କହିଛି ଯେଉଁ ସଫ୍ଟୱେୟାର ପୂରୁଣା ହୋଇସାରିଛି ସେଥିରେ ହ୍ୱାଟ୍ସଆପ୍ କାମ କରିବା ବନ୍ଦ କରିଦେବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।