Odisha News Portal

ନୂଆ ବର୍ଷରେ କରନ୍ତୁ ଏହି 11 ଟି କାମ ପୂରା ବର୍ଷ ଆପଣଙ୍କର ସୁନା ଭଳି ଚମକିବ !

0 6

ନୂଆ ବର୍ଷରେ କରନ୍ତୁ ଏହି 11 ଟି କାମ ପୂରା ବର୍ଷ ଆପଣଙ୍କର ସୁନା ଭଳି ଚମକିବ । ଆଉ କିଛି ଦିନ ପରେ ଆସିବାକୁ ଯାଉଛି ନୂଆବର୍ଷ 2021 । ଏହି ନୂଆବର୍ଷରେ ଅନେକ ଯୋଜନା ମଦ୍ୟ ଲୋକମାନଙ୍କ ମନରେ ଉଙ୍କି ମାରିଲାଣି । ମାତ୍ର ଏହି ୟୋଜନା ଗୁଡିକ ଉପଯୁକ୍ତ ପଦ୍ଧତିରେ ନହେଲେ ତାହା ପୂରା ହୋଇପାରେ ନାହିଁ । 2021 ବର୍ଷକୁ ସଫଳ ଏବଂ ସରଳ କରିବାକୁ ହେଲେ ଆମ ମାନଙ୍କୁ କିଛି ସ୍ୱତନ୍ତ୍ର କାମ କରିବାକୁ ହେବ । ଏହି କାମ କରିବା ପରେ ଆମର ସାରା ବର୍ଷ ଭଲରେ କଟିବ ଏବଂ ଆମର ସୁଖଶାନ୍ତି ବଜାଇ ରହିବ । ତେବେ ଆସନ୍ତୁ ଜାଣିବା କଣ ସେହି ସମସ୍ତ କାମ ଯାହା ଦ୍ୱାରା ଆମର ଆର୍ଥିକ , ମାନସିକ ଏବଂ ପାରିବାରିକ ଅଭିବୃଦ୍ଧି ହୋଇପାରିବ ।

1–ଏହି ବର୍ଷ ଘରକୁ ଆର୍ଥିକ ଅନଟନରୁ ବଞ୍ଚିବା ପାଇଁ ଘରକୁ ବର୍ଷ ଆରମ୍ଭ ହେବା ଆଗରୁ ସଫା କରିଦିଅନ୍ତୁ । ସଫା ସ୍ଥାନକୁ ମାତା ଲକ୍ଷ୍ମୀ ଆସିବା ପାଇଁ ପସନ୍ଦ କରନ୍ତି ।

2–ଘରେ ପ୍ରତିଦିନ ଝାଡୁ କରିବା ସହ ଅତି କମରେ ସପ୍ତାହକୁ ଗୋଟିଏ ଥର ଫିଟିକିରି ଲୁଣ ଏବଂ ଗୋବରରେ ପୋଛା ଲଗାନ୍ତୁ । ଏହା ଦ୍ୱାରା ଘରେ ନକରାତ୍ମକ ଶକ୍ତି ପ୍ରବେଶ କରିପାରିବ ନାହିଁ ।


3–ଘରେ ପ୍ରତିଦିନ ପୂଜା କରିବା ଆବଶ୍ୟକ , ଖାସ କରି ନୂଆବର୍ଷ ଦିନ ଘରକୁ ସଜାଇ ତାହାକୁ ପୂଜା କରିଲେ ସାରା ବର୍ଷ ଭଲରେ କଟିଥାଏ ।

4–ବର୍ଷ ଆରମ୍ଭ ହେବା କ୍ଷଣି ମନ୍ଦିରକୁ ଯାଇ କରି ଭଲ ସଂଙ୍କଳ୍ପ ନିଅନ୍ତୁ ଏହି ସଙ୍କଳ୍ପ ଯେପରି ପୂରା ହୋଇପାରିବ ସେଥିପାଇଁ ସର୍ବଦା କାମନା କରନ୍ତୁ ।

5–ନିଜର ଘର ଚାରିପାଖରେ କିଛି ଔଷଧୀୟ ଗଛ ଲଗାଇ ଏହାକୁ ବଢିବା ପାଇଁ ଏହାର ଯତ୍ନ ନିଅନ୍ତୁ । ବର୍ଷ ସାରା ଆପଣ ମାନେ ଗଛର ଆର୍ଶିବାଦ ଏବଂ ଏହାର ଔଷଧୀୟ ଗୁଣର ଲାଭ ଉଠାଇପାରିବେ ।

6–ବର୍ଷ ପ୍ରଥମ ଗୁରୁବାର ଦିନ ମାତା ଲକ୍ଷ୍ମୀଙ୍କର ପୂଜା କରନ୍ତୁ , ଏପରି କରିବା ଦ୍ୱାରା ଆପରଣ ମାନେ କରଜରୁ ମୁକ୍ତି ପାଇପାରିବେ ।

7–ସାରା ବର୍ଷ ନିରୋଗୀ ରହିବା ପାଇଁ ବର୍ଷ ଆରମ୍ଭ ଦିନ ମହାମୃତ୍ୟୁଞ୍ଜୟ ମନ୍ତ୍ରର ଜପ କରନ୍ତୁ ।

8–ଗ୍ରହ ଶାନ୍ତ ପାଇଁ ପ୍ରତି ସନ୍ଧ୍ୟାରେ ଚନ୍ଦ୍ରମାଙ୍କୁ ପ୍ରଣାମ କରନ୍ତୁ ।

9–ଯଦି କୌଣସି କାମରେ ବାଧା ଉପୁଜିଥାଏ ତେବେ ପ୍ରତ୍ୟେକ ସଂକ୍ରାନ୍ତିରେ ଭଗବାନ ଶିବଙ୍କର ମାଳା ଜପ କରିଲେ ତାଙ୍କର ଏହି ଅସୁବିଧା ଦୂର ହୋଇପାରିବ ।

10–ମାନସିକ କ୍ଷେତ୍ରରେ ଶାନ୍ତି ପାଇବାକୁ ଇଚ୍ଛା ରଖୁଥିବା ବ୍ୟକ୍ତି ମାନେ ଯୋଗ ଏବଂ ବ୍ୟାୟାମର ଅଭ୍ୟାୟ କରିବା ଉଚିତ ।

11–ନୂଆ ବର୍ଷରେ କୌଣସି ଏକ ଗୃହପାଳିତ ପଶୁକୁ ଆଣି ଖାଇବାକୁ ଦେଇକରି ପାଳନ୍ତୁ । ଏହା ଦ୍ୱାରା ଆପଣଙ୍କର ଅନେକ ଅସଫଳ କାର୍ଯ୍ୟ ସଫଲ ହୋଇଯିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।