Odisha News Portal

କଲେଜ ପିଲାଙ୍କ ପାଇଁ ଖୁସି ଖବର ! ନୂଆବର୍ଷ ରୁ ଆରମ୍ଭ ହୋଇପାରେ କଲେଜ୍ , ଏ ନେଇ ଉଚ୍ଚଶିକ୍ଷା ସଚିବ ଶାସ୍ବତ ମିଶ୍ର ଏ ନେଇ ସୂଚନା ଦେଉଛନ୍ତି ……

ନୂଆବର୍ଷ ରୁ ଆରମ୍ଭ ହୋଇପାରେ କଲେଜ୍ । ଉଚ୍ଚଶିକ୍ଷା ସଚିବ ଶାସ୍ବତ ମିଶ୍ର ଏ ନେଇ ସୂଚନା ଦେଉଛନ୍ତି । ନୂଆ ବର୍ଷରେ ଛାତ୍ର ଛାତ୍ରୀ କଲେଜ ରେ କ୍ଲାସ କରିବେ ଏବଂ ଏ ନେଇ ରାଜ୍ୟ ସରକାର ଚୁଡାନ୍ତ ନିଷ୍ପତି ନେବେ । ୟୁଜି ଏବଂ ପିଜି ପାଇଁ ସେମିଷ୍ଟାର ଘୁଞ୍ଚିବ । ଆଉ 70 ରୁ 80 ଦିନ ପର୍ଯ୍ୟନ୍ତ ପାଠ କ୍ଲାସରେ ପଢାଇଲା ପରେ ପରୀକ୍ଷା କରାଯିବ । ଯଦି କଲେଜ୍ ଖୋଲିବାରେ ଅଧି୍କ ବିଳମ୍ବ ହେବ ତେବେ ସିଲାବସ୍ କମିବା କଥା ମଧ୍ୟ ଚିନ୍ତା କରା ଯାଇ ପାରେ । ଅନ୍ ଲାଇନ୍ପଢା କୁ ନେଇ ପରୀକ୍ଷା କରିଲେ ଫେଲ୍ ପ୍ରତିଶତ ବଢିବ ବୋଲି ଉଚ୍ଚ ଶିକ୍ଷା ସଚିବ କହିଛନ୍ତି । ତେବେ ଚାଲନ୍ତୁ ଜାଣିବା କଣ କହିଛନ୍ତି ଉଚ୍ଚ ଶିକ୍ଷା ସଚିବ ଏନେଇ ।

ତେବେ ଉଚ୍ଚ ଶିକ୍ଷା ସଚିବଙ୍କ କହିବା ଅନୁଯାୟୀ, ଡିସେମ୍ବର 7 ତାରିଖରେ ଯେଉଁ ଛିଠି ଦେଇଥିଲେ ସମସ୍ତ ୟୁନିଭର୍ସିଟି ଏବଂ ଅଟୋନୋମାସ୍ କଲେଜ ମାନଙ୍କୁ ସେଥିରେ ଲେଖାଥିଲା କି, ଯେଉଁ କୋଭିଡ ଲକଡାଉନ୍ ଆରମ୍ଭ ହେବା ପରେ ଯେଉଁ ଯେଉଁ ଏକାଡେମି ସେସନ୍ ସବୁ ସ୍ଟାର୍ଟ ହେଲା , ଯେହେତୁ ଫିଜିକାଲ୍ କ୍ଲାସ ହୋଇପାରୁ ନାହିଁ ତେଣୁ ଅନଲାଇନ୍ ରେ କ୍ଲାସ ଚାଲିଛି ।

ହେଲେ ଯେହେତୁ ଅନଲସାଇନ୍ କ୍ଲାସ 50-60 ପ୍ରତିଶତ ପିଲା ମାନଙ୍କ ପାଖରେ ପହଞ୍ଚି ପାରୁ ନାହିଁ । ସେଥିପାଇଁ ଉଚ୍ଚଶିକ୍ଷା ସଚିବ ଚିଠି କରିଥିଲେ ଯେ ଅନଲାଇନ୍ ପାଠପଢା ଉପରେ ବେସ୍ କରି ପରୀକ୍ଷା କରାଯିବ ନାହିଁ । କାହିଁକି ନାଁ ପରୀକ୍ଷା କରିଲେ ବହୁତ ପିଲା ଫେଲ୍ ହୋଇଯିବେ କାରଣ ସେମାନେ ପାଠପଢି ପାରୁ ନାହାଁନ୍ତି ।

ଯେତେବେଳେ ଫିଜିକାଲ୍ କ୍ଲାସ ଷ୍ଟାର୍ଟ ହେବ ଏବଂ କୋର୍ସ କମ୍ପିଲ୍ଟ ହେବ ତାପରେ ପରୀକ୍ଷା କରନ୍ତୁ ବୋଲି 4 ତାରିଖ ଚିଠିରେ କହିଥିଲେ । ଆଉ ସେହି ଚିଠିରେ ଗତକାଲି ଗୋଟିଏ ଗୋଟିଏ କ୍ଲାରିଫିକେସନ୍ ଦେଇଛନ୍ତି ଯେ ଯେଉଁଠି ଫିଜିକାଲ୍ କ୍ଲାସରୁମ୍ ଲକଡାଉନ ହେବା ପୂର୍ବରୁ ସରିଯାଇଥିଲା ସେଠାରେ ସେମାନେ ପରୀକ୍ଷା କରି ଦେଇପାରିବେ ।

ଏହାଛଡା ଯେଉଁ ଓଡିଶା ଷ୍ଟେଟ ଓପନ୍ ୟୁନିଭର୍ସିଟି ଅଛି ସେମାନେ ମଧ୍ୟ ତାଙ୍କର ପରୀକ୍ଷା କରି ପାରିବେ । କାହିଁକି ନାଁ ଓପନ୍ ୟୁନିର୍ଭସିଟି ସେମାନେ ଫିଜିକାଲ୍ କ୍ଲାସରୁମ୍ କରନ୍ତି ନାହିଁ । ପିଲାଙ୍କ ପାଖକୁ ଷ୍ଟାଡି ମେଟେରିଆଲ୍ ପଠେଇ ଦିଆଯାଏ , ପିଲାମାନେ ଘରେ ପଢନ୍ତି । ଆଉ ସପ୍ତାହକୁ ଯେଉଁ ପିଲା ଇଚ୍ଛା କରେ ସେ ଆସେ ଡାଉଟ୍ କ୍ଲିୟରଂ କ୍ଲାସ କରିବା ପାଇଁ । ତେବେ ସଚିବଙ୍କ ଆଶା ଆସନ୍ତି କିଛି ଦିନ ଭିତରେ ଫିଜିକାଲ୍ ଲ୍କାସ ଷ୍ଟାର୍ଟ ହେବ ବୋଲି ତାଙ୍କର ଆଶା ।


ଆଫ କ୍ଲାସ ହେଲେ ଯାଇ ପରୀକ୍ଷା ହେବ । ନେଚେତ କଲେଜ ମାନେ ଚାହିଁଲେ ତ ପରୀକ୍ଷା କରି ଦେବେ କିନ୍ତୁ ଯେଉଁ ପିଲାମାନେ ପାଠ ପଢି ନାହାଁନ୍ତି ସେମାନେ କଣ ପରୀକ୍ଷାରେ ଲେଖିବେ । ଆଉ ଶେଷରେ ଫଳ ସ୍ବରୂପ କେବଳ ଫେଲ୍ ପ୍ରତିଶତ ହିଁ ବଢିଯିବ । ଯାହା ପରବର୍ତ୍ତି ସମୟରେ ଅନେକ ସମସ୍ୟା ସୃଷ୍ଟି କରିପାରେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।