ଆଜି ଆମେ ଜାଣିବା ବୃହସ୍ପତି ଚଳନ ଏବଂ ତାହାର ପ୍ରଭାବ, ପ୍ରତିକାର ବିଷୟରେ । ବୃହସ୍ପତି ଆସନ୍ତା ନଭେମ୍ବର ମାସ 20 ତାରିଖରେ ଧନୁ ରାଶି ଛାଡି ମକର ରାଶିରେ ପ୍ରବେଶ କରିବେ । ଏହାଫଳରେ କଣକଣ ପ୍ରଭାବ ରହିଛି ରାଶିମାନଙ୍କ ଉପରେ ଚାଲନ୍ତୁ ଜାଣିବା ।
ମେଷ ରାଶି -ମେଷ ରାଶିଙ୍କ ପାଇଁ ବୃହସ୍ପତିଙ୍କ ପଳ ଦଶମ ବୃହସ୍ପତି ହେବେ । ଯାହା ଫଳରେ ଆପଣଙ୍କର କର୍ମମୟ ଜୀବନ ଟିକିଏ ବିଶୃଙ୍ଖଳିତ ରହିବ । ଭାବପ୍ରବଣ ହୋଇ କୌଣସି କାର୍ଯ୍ୟ ନକରି ବରଂ ବୁଝି ବିଚାରି କରନ୍ତୁ । ପ୍ରତିକାର ହେଉଛି – ପ୍ରତ୍ୟେକ ଗୁରୁବାର ଦିନ କଦଳୀ ଗଛ ମୂଳରେ ଗୋଟିଏ ଦୀପ ଦାନ କରନ୍ତୁ ।
ବୃଷ ରାଶି-
ଏହି ରାଶିରେ ବୃହସ୍ପତି ନବମ ସ୍ଥାନକୁ ବା ଭାଗ୍ୟ ସ୍ଥାନକୁ ଯିବେ । ଦୀର୍ଘ ଦିନ ଧରି କରିପାରନଥିବା କାର୍ଯ୍ୟ ବର୍ତ୍ତମାନ ସୁରୁଖୁରୁରେ ହୋଇଯିବ । ବିଦ୍ୟାର୍ଥୀ ମାନେ ବହୁତ ଉନ୍ନତି କରିବେ । ଏହି ରାଶି୍ର ବ୍ୟକ୍ତିମାନେ କପଡା, ଖାଦ୍ୟଦ୍ରବ୍ୟ ବ୍ୟବସାୟୀ । ଯେଉଂମାନଙ୍କର ଦୀର୍ଘଦିନ ଧରି ଅର୍ଥ ରହିଯାଇଛି ତାହା ଆଗମନ ହେବ । ଗୃହ ନିର୍ମାଣ କରିବେ । ସନ୍ତାଙ୍କ ବିବାହ ହୋଇଯିବ , ତେଣୁ ଏହି ରାଶି ପାଇଁ ଯାବତୀୟ ଖୁସି ଆସିବ ।
ମିଥୁନ ରାଶି –
ଅଷ୍ଟମରେ ବୃହସ୍ପତି ରହିବେ । ଶାରିରୀକ ପିଡା ମିଳିବ, ବାପା ମାଁଙ୍କ ଶରୀାର ଅସୁସ୍ଥ ହେବେ ଏବଂ ଜମିଜମାକୁ ନେଇ ସମସ୍ୟା ଦେଖାଦେବ । ପ୍ରତିକାର- ପ୍ରତ୍ୟେକ ମଙ୍ଗଳବାର ଦିନ ଗୋଟିଏ ନଡିଆରେ ନାଲି ସୁତାଟିଏ ଗୁଡେଇ ନିଜ ମୁଣ୍ଡରେ ସାତ ଘେରା ବୁଲେଇ ଆଣି ସେହି ନଡିଆରେ ବହିଯାଉଥିବା ପାଣିରେ ଭସାନ୍ତୁ ।
କର୍କଟ ରାଶି –
ସପ୍ତମରେ ବୃହସ୍ପତି ରହିବେ । ଯେଉଁମାନଙ୍କର ବିବାହ ହୋଇପାରୁନାହିଁ ସୁରୁଖୁରୁରେ ବି୍ବାହ ହୋଇଯିବ । ଗୃହ ନିର୍ମାଣ ହୋଇଯି୍ବ ଏବଂ ମାଲିମକନ୍ଧମାରେ ଜୟଲାଭ ହେବ ।
ସିଂହ ରାଶି-
ଷଷ୍ଠରେ ବୃହସ୍ପତି ରହିବେ । ପ୍ରତ୍ୟେକ କାର୍ଯ୍ୟରେ ଆପଣ କଷ୍ଟ ପାଇବେ । ପ୍ରତିକାର – ଆପଣ ପ୍ରତ୍ୟେକ ଗୁରୁବାର ଦିନ ଏବଂ ରବିବାର ଦିନ ବାମନ ପୁରାଣ ପାଠ କରନ୍ତୁ ।
କନ୍ୟା ରାଶି-
ପଞ୍ଚମରେ ବୃହସ୍ପତି ରହିବେ । ଅସାଧ୍ୟ ସାଧ୍ୟ ହୋଇଯିବ । ବହୁତ ଶୁଭ ଫଳ ପ୍ରାପ୍ତି ହେବ । ପ୍ରତିକାର . ପ୍ରତ୍ୟେକ ଶୁକ୍ରବାର ଦିନ ତୁଳସୀ ଚଉରାରୁ ମାଟି ଆଣି ନିଜ ମସ୍ତକରେ ଧାରଣ କରନ୍ତୁ ।
ତୁଳାରାଶି-
ଚତୁର୍ଥରେ ବୃହସ୍ପତି ରହିବେ । ଶତୃବୃଦ୍ଧି ହେବେ ତେଣୁ ସାବଧାନ ରହିବେ। ଅନିଦ୍ରା, ଉଚ୍ଚରକ୍ତଚାପ ସୃଷ୍ଟି ହେବ । ପ୍ରତ୍ୟେକ ଶୁକ୍ରବାର କନକଧାରା ସ୍ରୋତପାଠ କରନ୍ତୁ ।
ବିଛାରାଶି-
ତୃତୀୟ ଭାଗରେ ଅଛନ୍ତି ତେଣୁ ମଧ୍ୟମ ଫଳ ପ୍ରାପ୍ତି ହେବେ । ପ୍ରତ୍ୟେକ ମଙ୍ଗଳବାର ଦିନ ଅଶ୍ବସ୍ତବୃକ୍ଷ ମୂଳେ ବଜରଙ୍ଗବାଲୀ ପାଠ କରନ୍ତୁ ।
ଧନୁରାଶି-
2ୟ ସ୍ଥାନରେ ଅଛନ୍ତି । ଅତ୍ୟାଧିକ ଶୁଭଫଳ ପ୍ରାପ୍ତି କରିବେ ।
ମକରରାଶି –
ଭଲଭୀତ ହେବାର ନାହିଁ , ଚିନ୍ତିତ ହେବାର ନାହିଁ । ତେରମାସ ସମୟ ଅଶୁଭ ରହିବ । ପ୍ରତିକାର -ପ୍ରତ୍ୟେକ ଗୁରୁବାର ଦିନ କଦଳୀ ଗଛ ମୂଳେ ଗୋଟିଏ ଦୀପ ଦାନ କରନ୍ତୁ ।
କୁମ୍ଭରାଶି –
ଦ୍ବାଦଶ ଭାଗରେ ରହିବେ । ବହୁତ ଖରାପ ସମୟ ରହିବ ତେଣୁ ପ୍ରତ୍ୟେକ କାଗଜରେ 108ଥର ରାମ ନାମ ଲେଖନ୍ତୁ ନଚେତ ପ୍ରତ୍ୟେକ ପୂର୍ଣ୍ଣିମା ଦିନ ଅଟାରେ ଗୋଟି ପ୍ରସ୍ତୁତ କରି ମାଛମାନଙ୍କୁ କାଇବାକୁ ଦିଅନ୍ତୁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।